ରାତି ସାଢେ ୧୧ଟା ରୁ ସକାଳ ୬ଟା ଯାଏଁ ବନ୍ଦ ରହିବ ହ୍ଵାଟ୍ସଆପ ! ମାସକୁ ଦେବାକୁ ହେବ ୪୯୯ ଟଙ୍କା, ଜାଣନ୍ତୁ ଏହାର ସତ୍ୟତା

Published By : Prameya-News7 Bureau | July 04, 2019 IST

ସୋସିଆଲ ମିଡ଼ିଆ ବର୍ତ୍ତମାନ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ମହତ୍ଵପୁର୍ଣ ଅଂଶ । ଫେସବୁକ ଏବଂ ହ୍ଵାଟ୍ସଆପ ଜରିଆରେ ଆମେ ଅନେକ ପ୍ରକାର ମେସେଜ ପରସ୍ପରକୁ ପଠାଇଥାଉ । ବେଳେବେଳେ କିଛି ମେସେଜ ଆମେ ନ ପଢି ମଧ୍ୟ ଆଉ କାହାକୁ ପଠାଇ ଦେଇଥାଉ । କିନ୍ତୁ ପରେ ଏହା ଏକ ଅପପ୍ରଚାରର ରୁପ ନେଇଥାଏ । ଏବେ ହ୍ୱାଟ୍ସଆପରେ ଏକ ମେସେଜ ଭାଇରାଲ ହେଉଛି । ରାତି ସାଢେ ୧୧ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ହ୍ୱାଟ୍ସଆପ ବନ୍ଦ ରହିବ । ମେସେଜରେ ଆହୁରି କୁହାଯାଇଛି ଯେ, ଯଦି ଆପଣ ଏହି ମେସେଜ ୧୦ ଜଣଙ୍କୁ ଫରୱାର୍ଡ଼ ନକରନ୍ତି ତାହେଲେ ୪୮ ଘଣ୍ଟାରେ ଆପଣଙ୍କ ହ୍ଵାଟ୍ସଆପ ଆକାଉଣ୍ଟ ବନ୍ଦ ହୋଇଯିବ । ଏହାକୁ ପୁଣି ଆକ୍ଟିଭ କରିବା ପାଇଁ ୪୯୯ ଟଙ୍କା ଦେବାକୁ ହେବ । ଆସନ୍ତୁ ଜାଣିବା କଣ ଏହି ମେସେଜର ସତ୍ୟତା :

{"id":130377}

ମେସେଜରେ କୁହାଯାଇଛି ଯେ, ଭାରତରେ ଏବେ ହ୍ଵାଟ୍ସଆପ ରାତି ସାଢେ ୧୧ଟା ରୁ ସକାଳ ୬ଟା ଯାଏଁ ବନ୍ଦ ରହିବ । ଆହୁରି କୁହାଯାଇଛି ଯେ, ମୋଦି ସରକାର ହ୍ଵାଟ୍ସଆପ ବ୍ୟବହାରକୁ ନେଇ ଅତି ଶୀଘ୍ର ନୂଆ ନିୟମ ଜାରି କରିବେ । ଆହୁରି କୁହାଯାଇଛି ଫଟୋ ଅପଡେଟ କରିବାରେ ଅସୁବିଧା ହେଉଛି ଏବଂ କମ୍ପାନୀ ଏହି ସମସ୍ୟା ସମାଧାନ ଉପରେ କାମ କରୁଛି । ଅତି ଶୀଘ୍ର ଏହି ସମସ୍ୟା ସମାଧାନ ହୋଇଯିବ ।

{"id":130378}

ଦୂର ସଂଚାର ଏବଂ ସୂଚନା ଓ ପ୍ରଦ୍ୟୋଗିକ ମନ୍ତ୍ରାଳୟ ଏହିଭଳି କୌଣସି ନୋଟିସ ଜାରି କରିନାହାନ୍ତି । କୌଣସି ସୋସିଆଲ ମିଡ଼ିଆ କମ୍ପାନୀ ଏହି ମେସେଜ ଦେଇନାହିଁ । ମେସେଜରେ ଯାହା କୁହାଯାଇଛି ତାହା ସମ୍ପୂର୍ଣ ମିଥ୍ୟା । ସେଥିପାଇଁ ଆପଣଙ୍କୁ ଭୟଭୀତ ହେବ କିଛି ଦରକାର ନାହିଁ ।

{"id":130380,"width":589,"height":337}

ଅସଲ କଥା ହେଲେ ବୁଧବାର ରାତିରେ ହ୍ଵାଟ୍ସଆପ, ଫେସବୁକ ବନ୍ଦ ହୋଇଯିବ ପରେ କିଛି ଲୋକ ଏହାର ଫାଇଦା ଉଠାଇ ଏହିଭଳି ମେସେଜ ପଠାଇ ଅପପ୍ରଚାର ସୃଷ୍ଟି କରିଥିଲେ । ବୁଧବାର ଦିନ ହ୍ଵାଟ୍ସଆପ, ଫେସବୁକ ୯ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଫେସବୁକ ଦର୍ଶାଇଛି ଯେ, ରୁଟିନ ମେଣ୍ଟେନାନ୍ସ ଅପରେସନ ବେଳେ ଏକ ଛୋଟ ଭୁଲ ଯୋଗୁଁ ଏହି ସମସ୍ୟା ହୋଇଥିଲା । ଏହା ପୂର୍ବରୁ ମଧ୍ୟ ମାର୍ଚ୍ଚ ମାସରେ ଠାରେ ଫେସବୁକ ଓ ଇନ୍ସଟାଗ୍ରାମ ଠପ୍ ହୋଇଯାଇଥିଲା । ଫେସବୁକରେ ଦୁନିଆର ୨୩୦ କୋଟି ମାସିକିଆ ଆକ୍ଟିଭ ୟୁଜର ଅଛନ୍ତି । ଇନ୍ସଟାଗ୍ରାମ ୧୦ କୋଟିରୁ ବି ଅଧିକ ଲୋକ ବ୍ୟବହାର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.