ଲକଡାଉନ୍ ବେଳେ WhatsApp ୟୁଜରଙ୍କ ପାଇଁ ଖୁସି ଖବର : ଏକା ସାଙ୍ଗରେ ୫୦ଜଣଙ୍କ ସହ କରନ୍ତୁ ଭିଡିଓ କଲ୍

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ ୨୮/୪: କରୋନା ଭାଇରସ୍ ପ୍ରକୋପ ଯୋଗୁଁ ବିଶ୍ବର ଅନେକ ଦେଶରେ ଲକଡାଉନ୍ ଚାଲିଛି। ଟେକ୍ କମ୍ପାନୀ ଏପରି ପରିସ୍ଥିତିରେ ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମ୍ ଉପରେ ଅଧିକ ଧ୍ୟାନ ଦେଉଛି।

Facebook ର ସିଇଓ ମାର୍କ ଜୁକରବର୍ଗ ନିକଟରେ ଘୋଷଣା କରିଛନ୍ତି ଯେ ମ୍ୟାସେଞ୍ଜରରେ ଗ୍ରୃପ୍ କଲକୁ ଏକ୍ସଟେଣ୍ଡ କରାଯାଇପାରିବ। ଏହା କ୍ରସ୍ ପ୍ଲାଟଫର୍ମ ଏବଂ ଏବେ ଏହା WhatsApp ରେ ମଧ୍ୟ ଦିଆଯିବ।

WhatsApp ର ଖବରକୁ ଟ୍ରାକ୍ ରଖୁଥିବା ଓ୍ବେବସାଇଟ୍ WABetainfo ର ଏକ ରିପୋର୍ଟ ମୁତାବକ ହ୍ବାଟସଆପରେ Room ଫିଚରର ଆରମ୍ଭ ଖୁବ୍ ଶୀଘ୍ର କରାଯିବ। ନିକଟରେ ଫେସବୁକ୍ ମ୍ୟାସେଞ୍ଜର ରୁମର ଘୋଷଣା କରିଛି ଯାହା ଅନୁସାରେ ଏକାଠି ୫୦ ଲୋକ ଭିଡିଓ କଲିଂ କରି ପାରିବେ।

ଏବେ ଏହି ଫିଚର WhatsApp ରେ ମଧ୍ୟ ଆସିବ, ହ୍ବାଟସଆପର ବିଟା ଭର୍ସନରେ ଏହାର ଶର୍ଟକଟ୍ ଦେଖା ଯାଇଛି। ଏହି ଫିଚର ଆସିବା ପରେ ୟୁଜର୍ସଙ୍କୁ ଦୁଇଟି ଭିଡିଓ କଲିଂର ଅପ୍ସନ୍ ମିଳିଯିବ।

WhatsApp ର ଆଣ୍ଡ୍ରଏଡ ଭର୍ସନ୍ 2.20.139 ରେ Messenger Room ର ଅପ୍ସନ୍ ଦିଆଯାଇଛି। ଏହା ଶର୍ଟକଟ୍ କଲ୍ସର ଟ୍ୟାବରେ ଆଡ୍ କରାଯିବ।

WABetainfo ଦ୍ବାରା ସେୟାର କରାଯାଇଥିବା ଏହି ସ୍କ୍ରିନସଟରେ ଏହାକୁ ଦେଖା ଯାଇପାରିବ। ଏଥିରେ କ୍ଲିକ୍ କଲେ ପପ୍ ଅପ୍ ଓ୍ବିଣ୍ଡୋରେ ଏହି ଫିଚର ବିଷୟରେ କୁହାଯାଉଛି।

କୁହାଯାଉଛି ଯେ Room କୁ କେବଳ ମ୍ୟାସେଞ୍ଜର ଜରିଆରେ କ୍ରିଏଟ୍ କରାଯାଇପାରିବ। ଥରେ ରୁମ୍ କ୍ରିଏଟ୍ କରିବା ପରେ ୟୁଜର ଏହି ଲିଙ୍କକୁ କାହାକୁ ବି ପଠାଇ ପାରିବେ। ଯାହାକୁ ଆପଣ ଏହି ଲିଙ୍କ୍ ପଠାଇବେ ଯଦି ତାଙ୍କ ପାଖରେ ହ୍ବାଟସଆପ୍ କିମ୍ବା ମ୍ୟାସେଞ୍ଜର ନଥିବ ତଥାପି ଏହା କାମ କରିବ।

ପ୍ରାଇଭେସିକୁ ନେଇ ଏଠାରେ ଏକ ଡିସକ୍ଲେମର ମଧ୍ୟ ଦିଆଯାଇଛି। କୁହାଯାଉଛି ଯେ Rooms ମ୍ୟାସେଞ୍ଜରର ଏନକ୍ରିପସନ ଏବଂ ପ୍ରାଇଭେସି କଣ୍ଟୋଲରେ ପ୍ରୋଟେକ୍ଟେଡ କିନ୍ତୁ ଏହା ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟେଡ ନୁହେଁ। ଏଣ୍ଡ ଟୁ ଏଣ୍ଡକୁ ସାଧାରଣ ଏନକ୍ରିପସନ୍ ମୁକାବିଲାରେ ମଜବୁତ କୁହାଯାଇଥାଏ ଯାହା ହ୍ବାଟସଆପ କଲିଂରେ ମିଳିଥାଏ।

ଏବେ ବି ଏହି ଫିଚର ଅଣ୍ଡର ଡେଭେଲପମେଣ୍ଟ ରହିଛି। କମ୍ପାନୀ ଏହାକୁ ଶୀଘ୍ର ଫାଇନାଲ୍ ବିଲ୍ଡ ସହ ଲଞ୍ଚ କରିପାରେ।

ନିକଟରେ କମ୍ପାନୀ ହ୍ବାଟସଆପ୍ ଭିଡିଓ କଲର ଲିମିଟ୍ ବଢ଼ାଇ ୮ କରି ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.