ଆଜିଠୁ ହ୍ବାଟ୍ସଆପ୍‌‌ରେ ପାଠପଢ଼ା, ଓପେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | May 04, 2020 IST

ଭୁବନେଶ୍ୱର ୦୪।୦୫: ଆଜିଠୁ ହ୍ବାଟ୍ ସଆପ୍ ରେ ପାଠପଢ଼ା । ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ସମୟରେ ପିଲାମାନେ ଯେପରି ଘରେ ରହି ପଢିପାରିବେ ତାହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଶ୍ରେଣୀ ଅନୁଯାୟୀ ହ୍ବାଟ୍ ସଆପ୍  ଗ୍ରୁପ ତିଆରି କରି ସେଥିରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ଲାଗି କୁହାଯାଇଛି।

ଗତ ୧୯ ତାରିଖରୁ ଖୋର୍ଦ୍ଧା ଜିଲ୍ଲାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜି ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଆରମ୍ଭ କରିବାକୁ ଗତ ୨୯ ତାରିଖରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ପ୍ରତିଦିନ ୪୫ ମିନିଟ ନ ହେଲେ ଏକ ଘଣ୍ଟାର ୪ଟି କ୍ଲାସ ହେବ। ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏପର୍ଯ୍ୟନ୍ତ ୫୫% ଛାତ୍ରଛାତ୍ରୀ ହ୍ବାଟ୍ ସଆପ୍ ରେ ସାମିଲ ହୋଇପାରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ଯେ, ଛୁଟି ସମୟରେ ପିଲାମାନଙ୍କୁ ପାଠ ସହ ଯୋଡ଼ି ରଖିବା ଲାଗି ଏହା ଏକ କ୍ଷୁଦ୍ର ପ୍ରୟାସ। ଏହା ମାଧ୍ୟମରେ ୨୦ରୁ ୨୫ ଲକ୍ଷ ପିଲା ହ୍ବାଟ୍ ସଆପ୍ ରେ ସାମିଲ ହୋଇପାରିବେ। ବାକି ପିଲାଙ୍କ ବିଷୟରେ ଆଲୋଚନା କରାଯାଉଛି। ହ୍ବାଟ୍ ସଆପ୍ ରେ ଯେତେ ପଢ଼ା ହେଲେ ବି ଶିକ୍ଷାବର୍ଷ ଆରମ୍ଭରୁ ସବୁ ପିଲାଙ୍କୁ ମୂଳରୁ ପଢ଼ାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.