ହ୍ବାଟସଆପରେ କରାଯାଇଛି ଛିଦ୍ର : ବିପଦରେ ରହିଛି ଆପଣଙ୍କ ଡାଟା

Published By : Prameya-News7 Bureau | May 16, 2019 IST

ନୂଆଦିଲ୍ଲୀ ୧୬/୫: ନିକଟରେ ଜଣା ପଡ଼ିଛି ଯେ ହ୍ବାଟସଆପରେ ଛିଦ୍ର କରାଯାଇଛି। ଏଥି ଯୋଗୁଁ ହ୍ବାଟସଆପର ଫୋନ୍ କଲ୍ ଫଙ୍କସନ୍ ମାଧ୍ୟମରେ ଗ୍ରାହକଙ୍କ ଫୋନରେ ଏକ ସ୍ପାୟଓ୍ବେୟର ଇନଷ୍ଟଲ୍ କରିବାର ଅନୁମତି ଦେଇଥାଏ। ଏହା ପରେ ସେ ନିଜ ୧.୫ବିଲିୟନ୍ ଗ୍ରାହକଙ୍କୁ ଏହି ଆପ୍ ଅପଡେଟ୍ କରିବାକୁ କହିଛି। ଏହି ସ୍ପାୟଓ୍ବେୟର ଇସ୍ରାଏଲର ଏକ ସାଇବର ଇଣ୍ଟଲିଜେନ୍ସ କମ୍ପାନୀ ଏନଏସଓ ଗ୍ରୃପ୍ ଦ୍ବାରା ବିକଶିତ କରାଯାଇଛି। ଛିଦ୍ର କରିଥିବା ବ୍ୟକ୍ତିମାନେ ହ୍ବାଟସଆପର ଅଡିଓ କଲ୍ ଫିଚରରେ ଏକ ବଗର ଲାଭ ଉଠାଇଛନ୍ତି,ଯାହା ଦ୍ବାରା ଡିଭାଇସରେ ସ୍ପାୟଓ୍ବେୟର ଇନଷ୍ଟଲ୍ କରିବାର ସୁବିଧା ଦିଆଯାଉଥିଲା।

ଏହା ମାଧ୍ୟମରେ ଟାରଗେଟ ୟୁଜରଙ୍କ ସ୍ମାର୍ଟଫୋନରେ ହ୍ବାଟସଆପର ଅଡିଓ କଲ୍ କରି ସ୍ପାୟଓ୍ବେୟର ଇନଷ୍ଟଲ୍ କରାଯାଉଥିଲା। ଏହାର ସବୁଠୁ ଭୟାନକ ଦୃଷ୍ଟିକୋଣ ହେଉଛି ଏହା ହ୍ୟାକର ସ୍ମାର୍ଟଫୋନକୁ ସିଧା ନିଜ ନିୟନ୍ତ୍ରଣକୁ ନେଇଥାଏ। ଏହା ସହିତ ଏପରି କରି ଫୋନରେ ଥିବା ସମସ୍ତ ଡାଟା ଆକ୍ସେସ୍ କରିପାରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.