ହ୍ବାଟସଆପର ଚାଟିଂ ଫିଚରରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ : ଜାଣନ୍ତୁ କିପରି ହେବ ନୂଆ ଲୁକ୍

Published By : Prameya-News7 Bureau | June 25, 2020 IST

ନୂଆଦିଲ୍ଲୀ ୨୫/୬: ଫେସବୁକ୍ ମାଲିକାନା ଥିବା ଇନଷ୍ଟାଣ୍ଟ୍ ମ୍ୟାସେଜିଙ୍ଗ୍ ଆପ୍ Whatsapp ରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ଇନଷ୍ଟାଣ୍ଟ ମ୍ୟାସେଜିଂ ଆପ୍‌ରେ ଦିନକୁ ଦିନ ନୂଆ ଫିଚର୍ସ ଆସିବାରେ ଲାଗିଛି। ଫେସବୁକ୍ ଏବେ Whatsapp ର ଆଉ ଏକ ନୂଆ ଫିଚର ଉପରେ କାମ କରୁଛି। ଏହି ଫିଚର ଜରିଆରେ ଏହାର ଲୁକ୍ ଏବଂ ଡିଜାଇନ୍ ଦୁଇଟି ବଦଳିଯିବ। ଏବେ ଡିଜାଇନର  Whatsapp ର ଡାର୍କ ମୋଡ ଜରିଆରେ ନୂଆ ବବଲ୍ କଲର ଟେଷ୍ଟ କରାଯାଉଛି। ଏହି ନୂଆ ରଙ୍ଗକୁ ଖୁବ୍ ଶୀଘ୍ର ଲଞ୍ଚ କରାଯିବ।

Whatsapp ର ଏହି ନୂଆ ଫିଚର ଦୁଇଟି ପ୍ଲାଟଫର୍ମ Android ଏବଂ iOS ପାଇଁ ଆସିବ। କମ୍ପାନୀ ଏହାର ରିଲିଜ ପାଇଁ ବର୍ତ୍ତମାନ କିଛି ଟାଇମଲାଇନ୍ ସେଟ୍ କରିନାହିଁ। Whatsapp ର ଏହି ନୂଆ ଫିଚର ବର୍ତ୍ତମାନ ଟେଷ୍ଟିଂ ଫେଜରେ ରହିଛି। WABetaInfo ନିଜ ଟ୍ବିଟର ହ୍ୟାଣ୍ଡଲରେ ସେୟାର କରାଯାଇଥିବା ସୂଚନାରେ ଏହି ଫିଚରର ସ୍କ୍ରିନଶର୍ଟ ମଧ୍ୟ ସେୟାର କରିଛି। ଯେତେବେଳେ ୟୁଜର ଡାର୍କ ମୋଡକୁ ଆକ୍ଟିଭ କରିବେ ​ସେତେବେଳେ ଆଉଟଗୋଇଂ ବବଲର କଲର ବଦଳିଯିବ। ଏହା ଏବେକାର ବବଲଠୁ ଅଲଗା ହେବ,ଏହା ଆପଣ ସ୍କ୍ରିନଶଟରେ ଦେଖିପାରିବେ।

wp:core-embed/twitter {"url":"https://twitter.com/WABetaInfo/status/1275393741793177600","type":"rich","providerNameSlug":"twitter","className":""}
https://twitter.com/WABetaInfo/status/1275393741793177600
/wp:core-embed/twitter

ବ୍ଲଗରେ ଏହା ମଧ୍ୟ କୁହାଯାଇଛି ଯେ  Whatsapp ଏହି ନୂଆ ବବଲ୍ କଲରକୁ ଏପରି କାହିଁକି କରୁଛି ତାହା ଏଯାଏଁ ଜଣା ପଡ଼ିନାହିଁ। ଆଗାମୀ ସମୟରେ ଆହୁରି ଅନେକ ରଙ୍ଗର ବବଲ୍ ଆରମ୍ଭ ହୋଇପାରେ।

Whatsapp ୟୁଜର୍ସଙ୍କ ପାଇଁ କମ୍ପାନୀ ଖୁବ୍ ଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି। ଏହି ଫିଚର ୟୁଜରଙ୍କୁ ମ୍ୟାସେଜ ଡେଟ୍ ହିସାବରେ ସର୍ଚ୍ଚ କରିବାରେ ସାହାଯ୍ୟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.