ଭାରତରେ ବନ୍ଦ ହୋଇପାରେ ହ୍ୱାଟ୍ସ ଆପ

Published By : Prameya-News7 Bureau | February 07, 2019 IST

ଦିଲ୍ଲୀ ୭/୨ : ଆଜିକା ଦୁନିଆରେ ସମସ୍ତେ ହ୍ୱାଟ୍ସ ଆପ ବ୍ୟବହାର କରୁଛନ୍ତି | ହ୍ୱାଟ୍ସ ଆପର ବ୍ୟବହାର ଦ୍ୱାରା ଅନେକ ଜିନିଷ ସରଳ ହେଇଯାଉଛି | ଭାରତରେ ୨୦ କୋଟିରୁ ଅଧିକ ଲୋକେ ହ୍ୱାଟ୍ସ ଆପ ବ୍ୟବହାର କରୁଛନ୍ତି | ଯଦି ଆପଣ ବି ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ଏବଂ ହ୍ୱାଟ୍ସ ଆପ ବ୍ୟବହାର କରୁଛନ୍ତି ତା'ହେଲେ ଏହି ଖବର ଆପଣଙ୍କୁ ନିରାଶ କରିପାରେ | ହ୍ୱାଟ୍ସ ଆପ ଏବଂ ଭାରତ ସରକାରଙ୍କ ମଧ୍ୟରେ ଗତବର୍ଷ ଠାରୁ ଟଣାଓଟରା ଚାଲିଛି | ସରକାର ଏବଂ ହ୍ୱାଟ୍ସ ଆପ୍ପ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି | ଏଥିପାଇଁ ସରକାର କିଛି ସର୍ତ୍ତ ରଖିଛନ୍ତି | ଯଦି କମ୍ପାନୀ ସରକାରଙ୍କ ସର୍ତ୍ତ ନ ମାନେ ତା'ହେଲେ ହ୍ୱାଟ୍ସ ଆପ ବନ୍ଦ ହୋଇପାରେ |

{"id":82800}


ଆସନ୍ତୁ ଜାଣିବା ଭାରତ ସରକାର ହ୍ୱାଟ୍ସ ଆପ ଆଗରେ କ'ଣ କ'ଣ ରଖିଛନ୍ତି ସର୍ତ୍ତ :
ସରକାରଙ୍କ ସର୍ତ୍ତ ଅନୁସାରେ, କମ୍ପାନୀ ସରକାରଙ୍କୁ ସୂଚନା ଦେଉ ଯେ, କେଉଁ ମେସେଜ କେଉଁଠାରୁ ଭାଇରାଲ ହେଉଛି ଏବଂ ସେହି ମେସେଜ ପ୍ରଥମେ କିଏ ପଠେଇଛି | କିନ୍ତୁ ହ୍ୱାଟ୍ସ ଆପ ଏଥିପାଇଁ ରାଜି ନୁହେଁ |


ହ୍ୱାଟ୍ସ ଆପ ଅନୁସାରେ, ସେ ଡିଫଲ୍ଟ ଭାବେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ କୌଶଳ ବ୍ୟବହାର କରୁଛି | ଏଭଳି ସ୍ଥିତିରେ ହ୍ୱାଟ୍ସ ଆପ ମଧ୍ୟ ମେସେଜ ପଢି ପାରିବନାହିଁ | ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ରେ ମେସେଜ ପଠାଇଥିବା ଲୋକ ଏବଂ ପାଇଥିବା ଲୋକ ମଧ୍ୟରେ ହିଁ ସୀମିତ ରହିବ |

{"id":82801}


ହ୍ୱାଟ୍ସ ଆପର କମ୍ୟୁନିକେସନ ପ୍ରମୁଖ କଲ ବର୍ଗ କହିଛନ୍ତି ଯେ, ସରକାରଙ୍କ ପ୍ରସ୍ତାବିତ ନିୟମ ଅନୁସାରେ ମେସେଜ ବିଷୟରେ ତଥ୍ୟ ରଖିବା ନିୟମ ଉପରେ ଜୋର ଦେବା ସବୁଠାରୁ ବଡ ଚିନ୍ତାର ବିଷୟ | ସରକାର କହିଛନ୍ତି ଯେ, ଏହି ଫିଚର ବିନା ହ୍ୱାଟ୍ସ ଆପ କୌଣସି କାମର ନୁହଁ |

{"id":82799}


ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ କାରଣରୁ ଅଯଥା ଗୁଜବ ସୃଷ୍ଟି କରୁଥିବା ମେସେଜ କେଉଁଠୁ ଆସୁଛି ଏବଂ କିଏ ପଠାଉଛି ତାହା ଜାଣିବା ସରକାରଙ୍କ ପାଇଁ ଅସମ୍ଭବ ହୋଇପଡୁଛି | ସରକାର କହିଛନ୍ତି ଯେ, ହ୍ୱାଟ୍ସ ଆପ ଜରିଆରେ ଅପବ୍ୟବହାର ଏବଂ ହିଂସା ରୋକିବା ପାଇଁ ଏହି ନିୟମ ପାଳନ କରିବା ନିହାତି ଆବଶ୍ୟକ |


କମ୍ପାନୀ କହିଛି ଯେ, ଭାରତରେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ହ୍ୱାଟ୍ସ ଆପର ଅପବ୍ୟବହାର କରୁଛନ୍ତି | କେଉଁ ସବୁ ଦଳ ହ୍ୱାଟ୍ସ ଆପର ଅପବ୍ୟବହାର କରୁଛନ୍ତି ସେହି ସବୁ ଦଳର ନାଁ କହିବା ପାଇଁ କମ୍ପାନୀ ମନା କରିଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.