WhatsAppରେ ଆସିଲା ନୂଆ ଫିଚର୍ସ, ଏହି ୟୁଜର୍ସମାନେ ଉଠାଇ ପାରିବେ ଏହାର ଫାଇଦା

Published By : Prameya-News7 Bureau | January 18, 2022 IST

ନୂଆଦିଲ୍ଲୀ ୧୮।୦୧: ଲୋକଙ୍କ ପୁପୁରାଲ ତଥା ଲୋକପ୍ରିୟ ଆପ୍ ହେଉଛି ହ୍ବାସ୍‌ଆପ୍‌ । ଏଥିପାଇଁ  ଇନଷ୍ଟାଗ୍ରାମ , ହ୍ବାଟ୍ସଆପ୍‌ , ଫେସବୁକ୍‌ରେ ସବୁବେଳେ ୟୁଜର୍ସଙ୍କ ପାଇଁ ଭଲ ଭଲ ନୂଆ ନୂଆ ଫିଚର୍ସ  ଆସିଥାଏ । ହେଲେ ଏହାରି ମଧ୍ୟରେ ୟୁଜର୍ସମାନଙ୍କ ପାଇଁ ନୂଆ ଫିଚର୍ସ ଆସିବାରେ ଲାଗିଛି । ଯାହା ଦ୍ବାରା ୟୁଜର୍ସମାନେ ଅଧିକରୁ ଅଧିକ ସୁବିଧା ପାଇପାରିବେ । ଏନେଇ ଆପଣଙ୍କୁ ଏକ ନୂଆ ଫିଚର୍ସ ବିଷୟରେ କହିବାକୁ ଯାଉଛୁ ଯାହା ହ୍ବାଟ୍ସଆପ୍ ୟୁଜର୍ସମାନଙ୍କ ପାଇଁ ଏହି ସୁବିଧା ଆଣିଛି । ବର୍ତ୍ତମାନ ସମସ୍ତ ୟୁଜର୍ସମାନଙ୍କ ପାଇଁ ଏହି ଫିଚର୍ସ ଲାଭ ଉଠାଇବାକୁ ସମର୍ଥ ହେବେ ନାହିଁ । କାରଣ ଏହା ବର୍ତ୍ତମାନ କେବଳ ହ୍ବାଟ୍ସଆପ୍ ବିଟା ୟୁଜର୍ସଙ୍କ ପାଇଁ, ସାଧାରଣ ୟୁଜର୍ସମାନଙ୍କ ପାଇଁ ନୁହେଁ ।

ତେବେ ଖବର ଅନୁଯାୟୀ ଖବର ହ୍ବାଟ୍ସଆପ ଦ୍ୱାରା ଏହି ଫିଚର୍ସ ଆଇଓଏସ୍ ବିଟା ଭର୍ସନରେ ସାମିଲ କରାଯାଇଛି। ଏହି ୨୨.୨.୭୨ ଅପଡେଟ୍ iOS ଭର୍ସନରେ ଉପଲବ୍ଧ ହେବ । ଏଥିପାଇଁ ୟୁଜର୍ସମାନଙ୍କୁ ସେଟିଂର ମ୍ୟାନେଜ୍‌ ନୋଟିଫିକେସନ ଯାଇ ଏହାକୁ ଟର୍ନ୍ ଅନ୍ କରିବାକୁ ପଡିବ । ତେବେ ଏହି ଡିଜାଇନ୍‌ ବିଷୟରେ କହିବାକୁ ଗଲେ  ମେସେଜ୍‌ ରିଆକ୍ସନ ଫିଚର୍ସ ଗୁଡିକ ୟୁଜର୍ସମାନଙ୍କୁ ଗୋଟିଏ ମେସେଜ୍‌ ଉପରେ କିଛି ଇମୋଜିର ପଠାଇବାକୁ ଅପସନ ଦେବ ଯାହା ବିଭିନ୍ନ ଇମୋଶନ ପ୍ରଦର୍ଶନ କରିବ । ହ୍ବାଟ୍ସଆପ୍‌ର ଏହି ନୂଆ ଫିଚର୍ସ ଆଇଓଏସ୍ ବିଟା ଭର୍ସନରେ ଆସିଛି ଏବଂ ଏହାର ଆଉ କିଛି ଟେଷ୍ଟିଂ ପରେ ଏହାକୁ ଷ୍ଟେବଲ ଭର୍ସନରେ ଜାରି କରାଯିବ । ହେଲେ ଏହା ପ୍ରଥମେ iOS ୟୁଜର୍ସଙ୍କ ପାଇଁ ଷ୍ଟେବଲ ଭର୍ସନ ଜାରି ହେବ କିନ୍ତୁ ଏପର୍ଯ୍ୟନ୍ତ ଆଣ୍ଡ୍ରଏଡକୁ ନେଇ ଏ-ବିଷୟରେ ବିସ୍ତୃତ ସୂଚନା ଦିଆଯିବ ନାହିଁ ।

ତେବେ ଏହାକୁ ବର୍ତ୍ତମାନ ବ୍ୟବହାର କରିବାକୁ, ୟୁଜର୍ସମାନଙ୍କୁ ହ୍ବାଟ୍ସଆପ ବିଟା ସେଟିଂ ଯିବାକୁ ପଡିବ, ଯେଉଁଠାରୁ ସେମାନଙ୍କୁ ରିଆକ୍ସନ ନୋଟିଫିକେସନକ ଉପରେ କ୍ଲିକ୍‌ କରିବାକୁ ପଡିବ। ଏହା ପରେ, ୟୁଜର୍ସମାନେ ରିଆକ୍ସନର ବାର୍ତ୍ତାର ଲାଭ ଉଠାଇବାକୁ ସମର୍ଥ ହେବେ । ଏହି ଫିଚର୍ସଗୁଡିକ ବ୍ୟବହାର କରିବାକୁ, ଉଭୟ ପାର୍ଶ୍ୱରେ ଥିବା ୟୁଜର୍ସମାନଙ୍କୁ ଏହି ସେଟିଂକୁ ବ୍ୟବହାର କରିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.