ହ୍ୱାଟ୍ସଆପରୁ ପେମେଣ୍ଟ କଲେ ମିଳିବ ୫୧ ଟଙ୍କା କ୍ୟାସବ୍ୟାକ୍: ଜାଣନ୍ତୁ କେମିତି ଉଠାଇବେ ଏହି ଅଫରର ଫାଇଦା

Published By : Prameya-News7 Bureau | October 30, 2021 IST

ନୂଆଦିଲ୍ଲୀ ୩୦/୧୦ : ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଏକ ବଡ ଖୁସିଖବର। ନିଜ ପ୍ଲାଟଫର୍ମରୁ ଟଙ୍କା ଟ୍ରାନ୍ସଫର କରୁଥିବା ଲୋକଙ୍କୁ ହ୍ୱାଟ୍ସଆପ ତରଫରୁ ୫୧ ଟଙ୍କା କ୍ୟାସବ୍ୟାକ ଦିଆଯାଉଛି। ତେବେ ଏହି ଅଫର ସମସ୍ତଙ୍କ ପାଇଁ ଲାଗୁ ନୁହେଁ କେବଳ ଆଣ୍ଡ୍ରଏଡ଼ ବିଟା ଟେଷ୍ଟର ହିଁ ଏହାର ଫାଇଦା ଉଠାଇ ପାରିବେ। ଶୀଘ୍ର ସମସ୍ତେ ଏହାର ଲାଭ ଉଠାଇ ପାରିବେ।

{"id":535720,"sizeSlug":"full","linkDestination":"none"}

ଆଣ୍ଡ୍ରଏଡ଼ ବିଟା ଭର୍ସନ 2.21.20.3 ରେ ଏହି ଅଫରକୁ ପ୍ରମୋଟ କରିବାକୁ ଏକ ବ୍ୟାନର ବ୍ୟବହାର କରାଯାଉଛି। ବ୍ୟାନରରେ ଲେଖାଯାଇଛି ‘Give cash, get ₹51 back’. ବିଜନେସ ଇନସାଇଡରର ଏକ ରିପୋର୍ଟ ଅନୁସାରେ, ହ୍ୱାଟ୍ସଆପ ୟୁଜର୍ସ ବିଭିନ୍ନ କଣ୍ଟାକ୍ଟକୁ ଟଙ୍କା ପଠାଇଲେ ୫୧ ଟଙ୍କା କ୍ୟାସବ୍ୟାକ ଦିଆଯାଉଛି। ୟୁଜର ୫ ଥର ପେମେଣ୍ଟ କଲେ ପ୍ରତ୍ୟେକଥର ୫୧ ଟଙ୍କା କ୍ୟାସବ୍ୟାକ ପାଇପାରିବେ। ଏହିଭଳି ୟୁଜର୍ସ ୨୫୫ ଟଙ୍କା କ୍ୟାସବ୍ୟାକ ପାଇପାରିବେ।

ବିଟା ଆପ ୟୁଜର୍ସଙ୍କ ପାଇଁ ହିଁ ଏହି ଫିଚର ରୋଲଆଉଟ ହୋଇଛି। ସେଥିପାଇଁ ଏହା ସାଧାରଣ ୟୁଜର୍ସଙ୍କୁ ଦେଖାଦେବ ନାହିଁ। ଏହି ଫିଚର ଚାଟ ଲିଷ୍ଟ ଉପରେ ଏକ ବ୍ୟାନର ଅଛି ଯାହା ୟୁଜର୍ସଙ୍କୁ ଅଫର ବିଷୟରେ ଦର୍ଶାଇଥାଏ।

{"id":535721,"width":615,"height":410,"sizeSlug":"full","linkDestination":"none"}

ହ୍ୱାଟ୍ସଆପ ବିଟା ପାଇଁ ଏନରୋଲ କରିବାକୁ Google Play ଖୋଲନ୍ତୁ ଓ ହ୍ୱାଟ୍ସଆପ ସର୍ଚ୍ଚ କରନ୍ତୁ। ବିଟା ଟେଷ୍ଟର ହୋଇ ପେନାଲ ଯାଏଁ ତଳକୁ ସ୍କ୍ରଲ କରନ୍ତୁ। ‘I’m in‘ ରେ ଟ୍ୟାପ କରନ୍ତୁ। ତାପରେ ‘Join‘ କରନ୍ତୁ। କିଛି ଘଣ୍ଟା ପରେ ବିଟା ୟୁଜର୍ସ ହେବାକୁ ଆପଣଙ୍କୁ ଏକ ଅପଡେଟ ମିଳିବ।

୨୦୧୮ ମସିହାରେ WhatsApp Pay କୁ ଟ୍ରାଏଲ ରନ ଭାବେ ଲଞ୍ଚ କରାଯାଇଥିଲା। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ଠୁ ମଞ୍ଜୁରୀ ମିଳିବା ପରେ ଅଧିକାରିକ ଭାବେ ଏହି ସେବା ଗତ ବର୍ଷ ଜନତାଙ୍କ ପାଇଁ ଆରମ୍ଭ କରାଯାଇଥିଲା। ଏହା ୨୨୭ ରୁ ଅଧିକ ବ୍ୟାଙ୍କ ସହ ରିୟଲ ଟାଇମ ପେମେଣ୍ଟ ସର୍ଭିସ ପ୍ରଦାନ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.