Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ନୂଆ ପ୍ରାଇଭେସି ପଲିସୀକୁ ବିରୋଧ ପରେ ସଫେଇ ଦେଲା ହ୍ୱାଟ୍ସଆପ୍-ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଆମେ କାହା ସହ ସେୟାର କରୁନାହୁଁ

12/01/2021 at 4:45 PM

ନୂଆଦିଲ୍ଲୀ ୧୨/୦୧ : ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ଖୁବ ବିରୋଧ ହେଉଛି। ଫେବୃଆରୀ ୮ ତାରିଖରୁ କମ୍ପାନୀ ନୂଆ ପ୍ରାଇଭେସି ପଲିସୀ ନେଇ ଆସୁଛି। ନୂଆ ପଲିସୀକୁ ଲୋକେ ବିରୋଧ କରୁଥିବା ଦେଖି କମ୍ପାନୀ ସଫେଇ ଦେଉଛି। ହ୍ୱାଟ୍ସଆପ୍ ସ୍ପଷ୍ଟ କରିଛି ଯେ ନା ହ୍ୱାଟ୍ସଆପ୍ ଓ ଫେସବୁକ୍ ଲୋକଙ୍କ ପ୍ରାଇଭେଟ୍ ମେସେଜ୍ ପଢି ପାରିବ ନା ସାଙ୍ଗ ଓ ଫ୍ୟାମିଲି ସହ ଲୋକଙ୍କ କଥାବାର୍ତ୍ତା ଶୁଣି ପାରିବ। ଲୋକେ ଯାହା ସେଵାରକରିବେ ସେସବୁ ତାଙ୍କ ମଧ୍ୟରେ ପ୍ରାଇଭେଟ୍ ରହିବ। କାରଣ ଲୋକଙ୍କ ପର୍ଶନାଲ ମେସେଜ ଏଣ୍ଡ ଟୁ ଏଣ୍ଡ ଇନ୍କ୍ରିପସନ୍ ଦ୍ୱାରା ସୁରକ୍ଷିତ। ଏହି ସୁରକ୍ଷା ବ୍ୟବସ୍ଥାକୁ କମ୍ପାନୀ ଦୁର୍ବଳ ହେବାକୁ ଦେବନାହିଁ ବୋଲି ହ୍ୱାଟ୍ସଆପ ସଫେଇ ଦେଇଛି। 

କମ୍ପାନୀ ଆହୁରି ସ୍ପଷ୍ଟ କରିଛି ଯେ ଟ୍ରାଡିସନାଲ୍ ମୋବାଇଲ ରଖୁଥିବା ଏବଂ ଅପରେଟର୍ସ ଏହି ଇନଫର୍ମେଶନକୁ ଷ୍ଟୋର କରନ୍ତି। ତେବେ କମ୍ପାନୀ ସ୍ୱୀକାର କରିଛି ଯେ ୨ ବିଲିୟନ୍ ୟୁଜର୍ସଙ୍କ ରେକର୍ଡ ରଖିବା ଗୋପନୀୟତା ସୁରକ୍ଷା ଦୃଷ୍ଟିରୁ ଋସ୍କି ଏବଂ କମ୍ପାନୀ ତାହା କରିପାରିବନି।

କମ୍ପାନୀ ଅନୁସାରେ ଆପଣ ଯେତେବେଳେ ହ୍ୱାଟ୍ସଆପରେ କାହା ସହ ଲୋକେସନ୍ ସେୟାର କରନ୍ତି ତାହେଲେ ଆପଣଙ୍କ ଲୋକେସନ୍ ଏଣ୍ଡ ଟୁ ଏଣ୍ଡ ଇନ୍କ୍ରିପସନ୍ ଦ୍ୱାରା ସୁରକ୍ଷିତ ରହିଥାଏ। ଅର୍ଥାତ ଆପଣ ସେୟାର କରିଥିବା ନିଜ ଲୋକେସନ୍ ସେୟାର କରିଥିବା ବ୍ୟକ୍ତିଙ୍କ ଛଡା ଆଉ କେହି ଦେଖି ପାରିବେନି।

ହ୍ୱାଟ୍ସଆପ ତରଫରୁ କୁହାଯାଇଛି ଯେ ୟୁଜର୍ସ ଅନୁମତି ଦେଲେ କମ୍ପାନୀ ମେସେଜକୁ ଫାଷ୍ଟ ଓ ରିଲାଏବଲ୍ କରିବାକୁ ୟୁଜର୍ସଙ୍କ ଫୋନ ବୁକରୁ କେବଳ ଫୋନ୍ ନମ୍ବର ବ୍ୟବହାର କରିଥାଏ ଏବଂ ଅନ୍ୟ ଫେସବୁକ୍ ଆପ୍ ସହ ୟୁଜର୍ସଙ୍କ କଣ୍ଟାକ୍ଟ ଲିଷ୍ଟ ସେୟାର୍ କରେନି।

ହ୍ୱାଟ୍ସଆପ୍ କହିଛି ଯେ ସେ ମେସେଜ ପଠାଇବା ଏବଂ ସେବାକୁ ସ୍ପାମ୍ ଏବଂ ଦୁରୁପଯୋଗରୁ ରକ୍ଷା କରିବାକୁ ଗ୍ରୁପ୍ ମେମ୍ବରସିପ୍ ବ୍ୟବହାର କରିଥାନ୍ତି।

ଅଧିକ ପ୍ରାଇଭେସି ପାଇଁ ୟୁଜର୍ ମେସେଜ୍ ପଠାଇବା ପରେ ତାକୁ ଡିଲିଟ୍ କରିବାକୁ ସିଲେକ୍ଟ କରିପାରିବେ। ନିଜ ଆକାଉଣ୍ଟରେ ୟୁଜର୍ ଏହି ଫିଚର୍ ବ୍ୟବହାର କରିପାରିବେ। ୟୁଜର୍ସ ନିଜ ଡାଟା ଡାଉନଲୋଡ୍ କରିପାରିବେ ଏବଂ ଦେଖିପାରିବେ କମ୍ପାନୀ ପାଖରେ ଆପରେ କଣ କଣ ତଥ୍ୟ ଓ ସୂଚନା ରହିଛି।

   Related Posts