Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ମିଛ ଖବର ରୋକିବାକୁ ହ୍ୱାଟସଆପର ବଡ ପଦକ୍ଷେପ, କେବଳ ଜଣଙ୍କୁ ପଠାଇହେବ ଫରଓ୍ୱାର୍ଡ୍ ମେସେଜ୍

7/04/2020 at 1:56 PM

ନୂଆଦିଲ୍ଲୀ, ୦୭|୦୪:  ଦିନକୁ ଦିନ ସୋସିଆଲ ମିଡିଆରେ ମିଛ ଖବର ଓ ଗୁଜବ ଅଧିକ ପ୍ରସାରିତ ହେଉଛି । ଏହାକୁ ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିଛି ସୋସିଆଲ ମିଡିଆ କମ୍ପାନୀ ହ୍ୱାଟସଆପ । ଫରଓ୍ୱାର୍ଡ ହୋଇଥିବା ମେସେଜ ଏବେ ଏକାସଙ୍ଗେ କେବଳ ଜଣଙ୍କୁ ସେଣ୍ଡ୍ କରିହେବ ବୋଲି କମ୍ପାନୀ କହିଛି । ପୂର୍ବରୁ ଏହାକୁ ୫ଜଣଙ୍କୁ ସେଣ୍ଡ କରିହେଉଥିଲା । ଏହାର ଅପଡେଟ୍ ଅତିଶୀଘ୍ର ମିଳିବ ବୋଲି କମ୍ପାନୀ ସୂଚନା ଦେଇଛି ।

କମ୍ପାନୀ କହିଛି ଯେ, ଏକ ବେଟା ଟେଷ୍ଟିଂ ଆରମ୍ଭ ହୋଇଛି । ଯାହା ଫରଓ୍ୱାର୍ଡ ହୋଇଥିବା ମେସେଜ ଉପରେ ନଜର ରଖିବ । ଏହା ବିଷୟରେ ଅଧିକରୁ ଅଧିକ ତଥ୍ୟ ହାସଲ କରିହେବ । ଏହି ମେସେଜ ସହ ଡିସପ୍ଲେରେ ଏକ ମ୍ୟାଗ୍ନିଫାଇଂ ଗ୍ଲାସର ଆଇକନ ଦେଖିବାକୁ ମିଳିବ । ଏଥିର ମେସଜକୁ ଓ୍ୱେବସର୍ଚ୍ଚ କରିବା ପାଇଁ ବିକଳ୍ପ ମିଳିବ । ଫଳରେ ଏହାର ସତ୍ୟତା ଜଣାପଡିବ ।

କମ୍ପାନୀ ଆହୁରି କହିଛି ଯେ, କୌଣସି ମେସେଜକୁ ଡବଲ ଚେକିଂ ପରେ ପରଓ୍ୱାର୍ଡ କରିବା ଆବଶ୍ୟକ । ଫଳରେ ଏହାର ସତ୍ୟତା ପରଖାଯାଇ ପାରିବ । ଏହି ଫିଚରକୁ ଟେଷ୍ଟିଂ କରାଯାଉଛି । ପୂର୍ବରୁ ଜାନୁଆରୀ ୨୦୧୯ରେ କମ୍ପାନୀ ମେସେଜ ଫରଓ୍ୱାର୍ଡିଂ ଲିମିଟକୁ ହ୍ରାସ କରିଥିଲା । ଏହାସହ ନୂଆ ପ୍ରାଇଭେସୀ ସେଟିଂ ମଧ୍ୟ ଆରମ୍ଭ କରିଥିଲା । ଏଥିରେ ୟୁଜରଙ୍କୁ କେଉଁ ଗ୍ରୁପରେ କିଏ ସାମିଲ କରିଛନ୍ତି ତାହାର ବିକଳ୍ପ ରହୁଥିଲା । ସମଗ୍ର ବିଶ୍ୱରେ ହ୍ବାଟସ୍ ଆପରେ ଦୁଇ ବିଲିୟନରୁ ଅଧିକ ସକ୍ରିୟ ଉପଭୋକ୍ତା ଥିବାବେଳେ ଭାରତରେ ୪୦୦ ମିଲିୟନରୁ ଅଧିକ ଲୋକ ହ୍ବାଟସ୍ ଆପ୍  ବ୍ୟବହାର କରୁଛନ୍ତି।

   Related Posts