ହ୍ବାଟସଆପ୍ ଏବେ ଆଣ୍ଡ୍ରଏଡ ଡିଭାଇସ୍ ପାଇଁ ଆଣୁଛି ଖୁବ୍ ଶୀଘ୍ର ଫିଙ୍ଗରପ୍ରିଣ୍ଟ ଲକ୍ ଫିଚର : ଜାଣନ୍ତୁ ଅନ୍ୟ ଫିଚର ବିଷୟରେ

Published By : Prameya-News7 Bureau | November 01, 2019 IST

ନୂଆଦିଲ୍ଲୀ ୧/୧୧: ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ ଆପ୍ ହ୍ବାଟସଆପ୍ ଗତକାଲି ଆଣ୍ଡ୍ରଏଡ ୟୁଜରଙ୍କ ପାଇଁ ଫିଙ୍ଗରପ୍ରିଣ୍ଟ ଲକ୍ ଫିଚରର ଘୋଷଣା କରିଛନ୍ତି। ଏହା ସହିତ ହ୍ବାଟସଆପ୍ ଶେଷରେ ଆଣ୍ଡ୍ରଏଡ ଆପରେ ବାୟୋମେଟ୍ରିକ୍ ଅଥେଣ୍ଟିକେସନର ଫିଚର ଦେଇଛି। ଆଇଫୋନ୍ ୟୁଜର ଗତ ଫେବୃୟାରୀରୁ ହିଁ ଟଚ୍ ଆଇଡି ଏବଂ ଫେସ୍ ଆଇଡି ବ୍ୟବହାର କରୁଛନ୍ତି। ଏବେ ଆଣ୍ଡ୍ରଏଡ ଡିଭାଇସ୍ ୟୁଜର ମଧ୍ୟ ଫିଙ୍ଗରପ୍ରିଣ୍ଟ ଜରିଆରେ ଆପ୍ ଅନଲକ୍ କରି ପାରିବେ।

{"id":177698,"width":593,"height":305}

୧. ଆଇଫୋନରେ ମିଳୁଥିବା ଟଚ ଆଇଡି ଫିଚର ଭଳି ଏବେ ଆଣ୍ଡ୍ରଏଡ ୟୁଜର ମଧ୍ୟ ହ୍ବାଟସଆପକୁ ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ୍ ଜରିଆରେ ଅନଲକ୍ କରି ପାରିବେ।

{"id":177699}

୨. ୟୁଜରଙ୍କୁ ଏହା ସୁନିଶ୍ଚିତ କରିବାର ସୁବିଧା ମଧ୍ୟ ମିଳିବ ଯେ ସ୍କ୍ରିନ୍ କେତେ ସମୟ ପରେ ଅଟୋମେଟିକ୍ ଲକ୍ ହେବ। ଏଥିରେ ୟୁଜରଙ୍କୁ ତୁରନ୍ତ,ଏକ ମିନିଟ୍ ଏବଂ ୩୦ମିନିଟ ଭଳି ୩ଟି ଅପସନ ମିଳିବ।

{"id":177701,"width":587,"height":295}

୩. ଏହା ସହିତ ଏହା ମଧ୍ୟ ସିଲେକ୍ଟ କରି ପାରିବେ ଯେ ନୋଟିଫିକେସନରେ ସେଣ୍ଡରଙ୍କ ନାଁ ଏବଂ ହ୍ବାଟସଆପ ମ୍ୟାସେଜର କଣ୍ଟେଣ୍ଟ ଦେଖାଯିବ କି ନାହିଁ।

{"id":177702,"width":590,"height":352}

୪. ଉପରେ ଦିଆଯାଇଥିବା ସ୍କ୍ରିନସଟରେ ପରିଷ୍କାର ଭାବେ ଦେଖାଯାଇପାରିବ ଯେ ଏହି ଫିଚର କିପରି ଦେଖାଯିବ। ହ୍ବାଟସଆପରେ ଫିଙ୍ଗରପ୍ରିଣ୍ଟ ଲକକୁ ଆକ୍ଟିଭେଟ କରିବା ପାଇଁ ସେଟିଙ୍ଗ,ଆକାଉଣ୍ଟ,ପ୍ରାଇଭେସି ଏବଂ ଫିଙ୍ଗରପ୍ରିଣ୍ଟ ଲକକୁ ସିଲେକ୍ଟ କରିବାକୁ ପଡ଼ିବ।

{"id":177703}

୫. କମ୍ପାନୀର କହିବା ଅନୁସାରେ ଫିଙ୍ଗରପ୍ରିଣ୍ଟ ଲକ୍ ଫିଚରକୁ ବିଶ୍ବବ୍ୟାପି ଆଣ୍ଡ୍ରଏଡ ଡିଭାଇସ ୟୁଜରଙ୍କ ପାଇଁ ଖୁବ୍ ଶୀଘ୍ର ରୋଲଆଉଟ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.