Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀ : ରହିଛି ବିକଳ୍ପ, ଗ୍ରହଣ କରିବେ ନଚେତ ଡିଲିଟ୍ ହେବ ଆକାଉଣ୍ଟ

6/01/2021 at 1:52 PM

ନୂଆଦିଲ୍ଲୀ ୦୬/୦୧ : ବିଶ୍ୱର ସବୁଠାରୁ ଲୋକପ୍ରିୟ ଆପ ହ୍ୱାଟ୍ସଆପ ସବୁବେଳେ ନିଜ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣିଥାଏ। ଚଳିତ ବର୍ଷ ଆପରେ ଅନେକ ଫିଚର୍ସ ଆସିବାର ଅଛି। ହ୍ୱାଟ୍ସଆପ୍ ଖୁବ୍ ଶୀଘ୍ର ନୂଆ ପ୍ରାଇଭେସି ପଲିସୀ ଆରମ୍ଭ କରିବ। ଯଦି ୟୁଜର୍ସ ଏହି ପଲିସୀକୁ ଗ୍ରହଣ ନ କରନ୍ତି ତାହେଲେ ତାଙ୍କୁ ଆପ ଡିଲିଟ କରିବାକୁ ପଡିବ। ଏହି ନୂଆ ପ୍ରାଇଭେସି ପଲିସୀ କଣ ବିଶେଷତ୍ୱ ରହିଛି ଜାଣନ୍ତୁ।

ହ୍ୱାଟ୍ସଆପ ୟୁଜର୍ସଙ୍କୁ ନୂଆ ଆପର ନୂଆ ଟର୍ମ ଏବଂ ପ୍ରାଇଭେସି ପଲିସୀକୁ ଶୀଘ୍ର ଗ୍ରହଣ କରିବାକୁ ହେବ। ଯଦି ୟୁଜର୍ସ ଏହି ପ୍ରାଇଭେସି ପଲିସୀକୁ ଗ୍ରହଣ ନ କରନ୍ତି ତାହେଲେ ହ୍ୱାଟ୍ସଆପ ବ୍ୟବହାର କରିପାରିବେ ନାହିଁ। WABetaInfo କହିବାନୁଯାୟୀ, ହ୍ୱାଟ୍ସଆପ୍ ୨୦୨୧ ଫେବୃଆରୀ ୮ ତାରିଖରେ ନିଜର ଟର୍ମ ଅଫ୍ ସର୍ଭିସ୍ ଅପଡେଟ୍ କରିବାକୁ ଯାଉଛି। ଯଦି ହ୍ୱାଟ୍ସଆପ୍ ୟୁଜର୍ସ ଏଥିପାଇଁ ରାଜି ନ ହୁଅନ୍ତି ତାହେଲେ ସେ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ।

ହ୍ୱାଟ୍ସଆପର ନୂଆ ପଲିସୀ ପାଇଁ ୟୁଜର୍ସଙ୍କୁ ଯେଉଁ ଲାଇସେନ୍ସ ଦିଆଯାଉଛି ସେଥିରେ କୁହାଯାଇଛି ଯେ ହ୍ୱାଟ୍ସଆପ ସେବା ସଞ୍ଚାଳିତ କରିବାକୁ ଆପଣ ହ୍ୱାଟ୍ସଆପକୁ ଯେଉଁ କଣ୍ଟେଣ୍ଟ ଅପଲୋଡ଼୍, ସବମିଟ୍, ଷ୍ଟୋର୍, କିଛି ଫାଇଲ୍ ବା ଅନ୍ୟ କିଛି ପଠାଇବା ବା ପ୍ରାପ୍ତ କରନ୍ତି, ତାକୁ ବ୍ୟବହାର କରିବାକୁ, ରିପ୍ରଡ୍ୟୁସ୍ କରିବାକୁ, ଡିଷ୍ଟ୍ରିବ୍ୟୁଟ୍ ଏବଂ ଡ଼ିସପ୍ଲେ ପାଇଁ ସାରା ବିଶ୍ୱରେ ନନ୍-ଏକ୍ସକ୍ଲୁସିଭ୍, ରୟାଲ୍ଟି ଫ୍ରି, ଟ୍ରାନ୍ସଫରେବଲ୍ ଲାଇସେନ୍ସ ଦିଆଯାଇଥାଏ।

ହ୍ୱାଟ୍ସଆପ ୟୁଜର୍ସଙ୍କ ପାଖରେ ବର୍ତ୍ତମାନ Not Now ଅପ୍ସନ୍ ଅଛି। ଅର୍ଥାତ ୟୁଜର୍ସ ନିଜ ଇଚ୍ଛା ଅନୁସାରେ ଏହାକୁ ଗ୍ରହଣ କରିପାରିବେ। ଗ୍ରହଣ ନ କଲେ ବି ଆପ ଚାଲିବ। ନୂଆ ପଲିସୀ ଅନୁଯାୟୀ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଇଣ୍ଟିଗ୍ରେସନ୍ ହେବ। ହ୍ୱାଟ୍ସଆପ୍ ଡାଟା ପୂର୍ବରୁ ମଧ୍ୟ ଫେସବୁକ ସହ ସେୟାର ହେଉଥିଲା କିନ୍ତୁ ବର୍ତ୍ତମନ ଫେସବୁକ୍ ଓ ଇନଷ୍ଟାଗ୍ରାମର ଇଣ୍ଟିଗ୍ରେସନ୍ ପୂର୍ବ ଅପେକ୍ଷା ଅଧିକ ରହିବ।

   Related Posts