ହ୍ବାଟ୍ସଆପ୍‌ରେ ନୂଆ ଫିଚ୍‌ର, ଏଣିକି ୭ ଦିନରେ ଗାଏବ ହୋଇଯିବ ମେସେଜ୍‌

Published By : Prameya-News7 Bureau | November 05, 2020 IST

ଭୁବନେଶ୍ବର ୫/୧୧: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ର ବହୁଳ ବ୍ୟବହାର ହେଉଛି। ହ୍ବାଟ୍ସଆପ୍‌ ମାଧ୍ୟମରେ ୟୁଜର ନିଜର ବହୁ ବ୍ୟକ୍ତିଗତ ତଥ୍ୟ ମଧ୍ୟ ନିଜର ଲୋକଙ୍କୁ ସେୟାର କରିଥାନ୍ତି। ତେଣୁ ଏହାକୁ ସୁରକ୍ଷିତ ରଖିବାକୁ ଏହାର ପ୍ୟାରେଣ୍ଟ କମ୍ପାନୀ ଫେସ୍‌ବୁକ୍‌ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି। ଅନେକ ସମୟରେ ଏଥିରେ ବହୁ ଫିଚ୍‌ର ଆଡ କରାଯାଉଛି।

Disappearing Message ଫିଚର ଖୁବଶୀଘ୍ର ଲଞ୍ଚ ହେବା ନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଥିଲା। କିନ୍ତୁ ଏହି ଫିଚ୍‌ର ଏବେ ଉପଲବ୍ଧ ହୋଇସାରିଛି। ଏଭଳି ଏକ ଫିଚର ମାଧ୍ୟମରେ ୟୁଜରଙ୍କ ତଥ୍ୟକୁ ଗୋପନୀୟ ରଖିବାରେ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ଫିଚ୍‌ର ମାଧ୍ୟମରେ ୟୁଜରଙ୍କ ହ୍ବାଟ୍ସଆପ୍‌କୁ ଆସୁଥିବା ମେସେଜ୍‌ ୭ ଦିନରେ ଗାଏବ ହୋଇଯିବ।

{"id":356598,"sizeSlug":"large"}

Disappearing Message ଫିଚର ଅନ୍‌ କରିବା ପରେ ଓ୍ବାନ ଟୁ ଓ୍ବାନ ଚାଟିଂ ବେଳେ ସମସ୍ତ ମେସେଜ୍‌ ୭ ଦିନରେ ଗାଏବ ହୋଇଯିବ। ତେବେ କୌଣସି ଗ୍ରୁପ୍‌ରେ ଏହି ସୁବିଧା କେବଳ ଜଣେ ଆଡମିନ୍‌ଙ୍କୁ ମିଳିପାରିବ। ତେବେ ଏହି ଫିଚର କୌଣସି ସିଲେକ୍ଟେଡ୍‌ ମେସେଜ୍‌ ପାଇଁ ନୁହେଁ ବରଂ ସମସ୍ତ ମେସେଜ୍‌ ପାଇଁ ଲାଗୁ ହେବ।

Disappearing Message ଫିଚ୍‌ର ଅନ କରିବା ପୂର୍ବରୁ ଥିବା ମେସେଜ୍‌ ଗାଏବ ବା ଡିଲିଟ୍‌ ହେବ ନାହିଁ। ଯଦି ଏହି ଫିଚ୍‌ର ଅନ୍‌ ଅଛି ଏବଂ ଜଣେ ୟୁଜର ୭ ଦିନ ପର୍ଯ୍ୟନ୍ତ ହ୍ବାଟ୍ସଆପ୍‌ ଅନ୍‌ କରିନାହାନ୍ତି ତେବେ ମଧ୍ୟ ଆସିଥିବା ସମସ୍ତ ମେଜେଜ୍‌ ଡିଲିଟ୍‌ ହୋଇଯିବ। ତେବେ Disappearing Message ଗୁଡ଼ିକ ଫରଓ୍ବାର୍ଡ କରିଲେ ମେସେଜ୍‌ ଗାଏବ ହେବ ନାହିଁ। ଯଦି ମେସେଜ୍‌ ୭ ଦିନ ପୂର୍ବରୁ ବ୍ୟାକଅପ୍‌ ନିଆଯାଇଥାଏ ତେବେ ମେସେଜ୍ ଗାଏବ‌ ହୋଇଗଲେ ବି ବ୍ୟାକ୍‌ଅପ୍‌ରୁ ମିଳିପାରିବ ବୋଲି ଫେସ୍‌ବୁକ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.