Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହ୍ବାଟ୍ସଆପ୍ ଆଣିଲା ଫିଙ୍ଗର ପ୍ରିଣ୍ଟ ଅନଲକ୍‌ ଫିଚର, ଜାଣନ୍ତୁ କେମିତି କରିବେ ଆକ୍ଟିଭେଟ

14/09/2019 at 2:46 PM

ଏଣ୍ଡ୍ରୋଏଡ ଆପରେ ହ୍ବାଟ୍‌ସଆପ ବାୟୋମେଟ୍ରିକ୍‌ ଫିଚର ଆଡ କରି ଦେଇଛି। ଚଳିତ ବର୍ଷ କମ୍ପାନୀ ଆଇଓଏସରେ ଏହି ଫିଚର ଉପଲବ୍ଧ କରାଇଥିଲା। ଏହି ଫିଚର ଦ୍ବାରା ଆଇଓଏସ୍‌ ୟୁଜର୍ସ ନିଜ ଆପରେ ବାୟୋମେଟ୍ରିକ୍‌ ଅନ୍‌ଲକ୍‌ ଫିଚର ବ୍ୟବହାର କରି ନିଜ ଡାଟା ସୁରକ୍ଷିତ ରଖିପାରିବେ।

ଏବେ ଏହି ଫିଚର ଏଣ୍ଡ୍ରୋଏଡରେ ମଧ୍ୟ ଉପଲବ୍ଧ ହୋଇସାରିଛି। ଆଇଫୋନ୍‌ ୟୁଜର୍ସ ନିଜ ଫୋନର ଫିଚର ଅନୁସାରେ ପେସ ଆଇଡି ବା ଟଚ ଆଇଡିର ବ୍ୟବହାର କରିପାରିବେ। ପାଖାପାଖି ୭ ମାସ ପରେ ହ୍ବାଟ୍‌ସଆପ ଏହି ଫିଚର ଏଣ୍ଡ୍ରୋଏଡ ଆପରେ ଦେଇଛି।  

ଏଣ୍ଡ୍ରୋଏଡ ସ୍ମାର୍ଟଫୋନ ୟୁଜର୍ସ ଯିଏ ହ୍ବାଟ୍‌ସଆପ ବିଟାର ବ୍ୟବହାର କରୁଛନ୍ତି ସେ ନିଜ ସ୍ମାର୍ଟଫୋନ୍‌ରେ ଆପ ପାଇଁ ଫିଙ୍ଗରପ୍ରିଣ୍ଟ ସେନ୍‌ସରରୁ ଏହି ଫିଚରର ବ୍ୟବହାର କରିପାରିବେ। ବିଟା ଆପର ଲେଟେଷ୍ଟ ଭର୍ସନ ୨.୨୯.୩ ଅପଡେଟ କଲେ ଏହି ଫିଙ୍ଗରପ୍ରିଣ୍ଟ ଅନ୍‌ଲକ ଫିଚର ଆସିବ। ଏହି ଫିଚରର ବ୍ୟବହାର କରିବା ପାଇଁ କିଛି ଷ୍ଟେପ ଫଲୋ କରିବାକୁ ହେବ।

୧- ଆପ ଖୋଲିବା ପରେ ହୈମବର୍ଗର ମେନୁରେ କ୍ଲିକ୍‌ କରିବା ଉଚିତ୍‌।

୨- ଏହା ପରେ ସେଟିଂସରେ ଟାପ କରି ଆକାଉଣ୍ଟରେ ଟାପ କରିବା ଜରୁରୀ।

୩- ଆକାଉଣ୍ଟ ସେଟିଂସରେ ପ୍ରାଇଭେସି ଅପସନରେ ଟାପ କରାଯାଏ।

୪- ତଳେ ସ୍କ୍ରୋଲ କରି ଫିଙ୍ଗରପ୍ରିଣ୍ଟ ଅନଲକ ଅପସନକୁ ଗଲେ ଏହା  ବାଏ ଡିଫଲ୍ଟ ଅଫ ହୋଇଯିବ।  

୫- ଏହି ଅପସନରେ କ୍ଲିକ୍‌ କରି ସୁଇଚ୍‌ ଅନ କରାଯାଏ।

ହ୍ବାଟ୍‌ସଆପର ଏହି ଫିଚରକୁ ୟୁଜର୍ସ ଯାଏଁ ପହଞ୍ଚାଇବାକୁ ସମୟ ଲାଗିବ। ଅନେକ ମାସ ପରେ ଏହି ଖବର ଆଇଓଏସ୍‌ ୟୁଜର୍ସଙ୍କ ପାଖକୁ ପହଞ୍ଚିଛି। ଆଇଓଏସ୍‌ ୟୁଜର୍ସଙ୍କ ପରେ ଏବେ ଏଣ୍ଡ୍ରୋଏଡ ଯାଏଁ ଆସିବାକୁ ସମୟ ଲାଗିବ।  ଅନେକ ସମୟ ଧରି ହ୍ବାଟ୍‌ସଆପର ୟୁଜର୍ସ ଏହି ଫିଚର ଅପେକ୍ଷାରେ ଥିଲେ। ଏବେ ଯେତେବେଳେ ଏହି ଫିଚର ଏଣ୍ଡ୍ରଏଡ ବିଟାରେ ଆସିସାରିଛି ତେବେ ଏହାର ଷ୍ଟେବଲ ଭର୍ସନ ମଧ୍ୟ ଖୁବ ଶୀଘ୍ର ଉବଲବ୍ଧ ହେବ ।

 

   Related Posts