ହ୍ବାଟସ୍ ଆପ୍ ଆଣିବାକୁ ଯାଉଛି ଦୁଇଟି ନୂଆ ଫିଚର, ଲକ୍ ଡାଉନ୍‌ରେ ହେବ ଲାଭଦାୟକ

Published By : Prameya-News7 Bureau | April 17, 2020 IST

ନୂଆଦିଲ୍ଲୀ ୧୭।୪: ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମରେ ଜୁମ୍ ସାରା ବିଶ୍ବରେ ଅଧିକ ଲୋକପ୍ରିୟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଅନ୍ୟ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କର ଭିଡିଓ କଲିଂ ସଫ୍ଟୱୟାର କ୍ରମାଗତ ଭାବରେ ପରିବର୍ତ୍ତନ କରୁଛନ୍ତି ଏବଂ ଏହାର ପରିସରକୁ ବିସ୍ତାର କରୁଛନ୍ତି ।

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ ଆପ୍ ଭିଡିଓ କଲ୍ ରେ ଅଧିକ ଲୋକଙ୍କୁ ଯୋଡିବା ଉପରେ ମଧ୍ୟ କାମ କରୁଛି । ବର୍ତ୍ତମାନ ହ୍ବାଟସ ଆପ୍ ରେ କେବଳ ୪ ଜଣ ଲୋକ ଏକକାଳୀନ ଭିଡିଓ କଲିଂ କରିପାରୁଛନ୍ତି । ହ୍ବାଟସ ଆପ୍ ଭିଡିଓ କଲ୍ ରେ ଅଧିକ ଲୋକଙ୍କୁ ଯୋଡିବା ଉପରେ କାମ କରୁଛି ।

ଆଣ୍ଡ୍ରଏଡ୍ ପାଇଁ ରିଲିଜ୍ ହୋଇଥିବା ହ୍ବାଟସ ଆପ୍ ବେଟା ଠାରୁ ଏହି ସୂଚନା ମିଳିଛି ଯେ କମ୍ପାନୀ ଗ୍ରୁପ୍ ଭିଡିଓ କଲର ସୀମା ବୃଦ୍ଧି କରିପାରେ । ଯେମିତି ଅନ୍ୟ ପ୍ଲାଟଫର୍ମ ଯେପରିକି ଜୁମ୍ ଏବଂ ଗୁଗୁଲ୍ ଡୁଓରେ ଏକକାଳୀନ ଡଜନେ ଲୋକ ଭିଡିଓ ଚାଟ୍ କରିପାରୁଛନ୍ତି । ବର୍ତ୍ତମାନ ଏହା ସାମାଜିକ ଦୂରତା ପାଇଁ ଏକ ଆବଶ୍ୟକତା ପାଲଟିଛି ।

ହ୍ବାଟସ ଆପ୍ ର ଫିଚରର ଟ୍ରାକ୍ ରଖୁଥିବା ୱେବସାଇଟ୍ WABetainfo ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆଣ୍ଡ୍ରଏଡ ପାଇଁ ଜାରି କରାଯାଇଥିବା WhatsApp v2.20.128 ବେଟାରେ ଏକ ବର୍ଦ୍ଧିତ ଗ୍ରୁପ୍ ସୀମା ଦିଆଯାଇଛି । ତଥାପି ଏହା ଏପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ କମ୍ପାନୀ ଦ୍ବାରା ଏନାବଲ ହୋଇନାହିଁ । ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ ଯେ, ହ୍ବାଟସ ଆପ୍ ଗ୍ରୁପ୍ କଲ୍ ପାଇଁ ସୀମା ବୃଦ୍ଧି କରି କେତେ କରାଯିବ । କିନ୍ତୁ ଶୀଘ୍ର କମ୍ପାନୀ ଏହା ଘୋଷଣା କରିପାରେ । କାରଣ ହ୍ବାଟସ ଆପ୍ ଗ୍ରୁପ୍ କଲିଂରେ କିଛି ପରିବର୍ତ୍ତନ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ହ୍ବାଟସ ଆପ୍ ଗ୍ରୁପ୍ କଲିଂ ଇଣ୍ଟରଫେସରେ କିଛି ପରିବର୍ତ୍ତନ କରିଛି । ଗ୍ରୁପ୍ ଭିଡିଓ କଲିଂ ପାଇଁ ଏକ ଡେଡିକେଟେଡ୍ ବଟନ୍ ପ୍ରଦାନ କରାଯାଇଛି । ଯାହାଦ୍ବାରା ଆପଣ ଗ୍ରୁପର ସମସ୍ତ ସଦସ୍ୟଙ୍କୁ  ସିଧାସଳଖ କଲ୍ କରିପାରିବେ । ଏଥିପାଇଁ ସମସ୍ତଙ୍କ ପାଖରେ ଏକ ଅପଡେଟ୍ ହ୍ବାଟସ ଆପ୍ ଭର୍ସନ ଅଛି ।

କଲିଂକୁ ନେଇ ହ୍ବାଟସ ଆପ୍ ର ଅନ୍ୟ ଏକ ନୂତନ ଫିଚର ବିଷୟରେ କହିବାକୁ ଗଲେ, Android v2.20.129 ଭର୍ସନରେ ଏକ ନୂତନ କଲ୍ ହେଡର୍ ଆସିଛି । ଏହି କଲ୍ ହେଡର୍ ରେ, ଏହା ଉଲ୍ଲେଖ ହେବ ଯେ କଲ୍ ଏଣ୍ଡ ଟୁ ଏଣ୍ଡ ଏନସ୍କ୍ରିପ୍ଟ ହୋଇଛି । ଏହି ଏଣ୍ଡ ଟୁ ଏଣ୍ଡ ଏନସ୍କ୍ରିପସନ୍ ର ଅର୍ଥ ହେଉଛି  ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଡାଟା ହ୍ବାଟସଆପ୍ କିମ୍ବା ଅନ୍ୟ କୌଣସି ଏଜେନ୍ସି ଡିକୋଡ୍ କରିବାକୁ ସମର୍ଥ ହେବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.