ଲକଡାଉନ୍‌ରେ ୟୁଜର୍ସଙ୍କୁ ହ୍ୱାଟ୍ସଆପ୍‌ର ଉପହାର: ବର୍ତ୍ତମାନ ମନ ଖୋଲି ଗପି ପାରିବେ ଗୃପରେ

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୦୮/୦୪ : କରୋନା ଯୋଗୁଁ ଦେଶକୁ ୨୧ ଦିନ ପାଇଁ ଲକଡାଉନ୍ କରାଯାଇଛି | ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି | ଏଭଳି ପରିସ୍ଥିତିରେ ଲୋକେ ଘରେ ରହି ବୋର ହୋଇଗଲେଣି | କାମ କରୁଥିବା, ବାହାରକୁ ଯାଉଥିବା ଲୋକଙ୍କ ପାଇଁ ୨୧ ଦିନ ଘରେ ବନ୍ଦୀ ହୋଇ ରହିବା ବଡ କଷ୍ଟକର | କିନ୍ତୁ ସୁରକ୍ଷା ଦୃଷ୍ଟିରୁ ତାହା କରିବାକୁ ପଡିବ ଏବଂ ଲୋକେ ଘରେ ରହିଛନ୍ତି ମଧ୍ୟ | ତେବେ ୟା ଭିତରେ ଲୋକଙ୍କ ମନରେ ସବୁଠାରୁ ବଡ ପ୍ରଶ୍ନ ଘରେ କଣ କରିବୁ ? ଆଜିକାଲି ଅଧିକାଂଶ ଲୋକେ ମୋବାଇଲ ଫୋନରେ ସମୟ ଅତିବାହିତ କରିଥାନ୍ତି | ତେବେ ଦିନ ସାରା ମୋବାଇଲରେ ଟାଇମ ପାସ କରି କରି ମଧ୍ୟ ଲୋକେ ବୋର ହୋଇଯାଉଛନ୍ତି | ଏହି ପରିସ୍ଥିତିରେ ହ୍ୱାଟ୍ସଆପ୍ ଏକ ନୂଆ ଫିଚର ଆଣିଛି |

ବର୍ତ୍ତମାନ ଆପଣ ଘରେ ବସି ଜଣକ ସହ ନୁହଁ ବରଂ ଏକାଥରେ ଅନେକ ଜଣଙ୍କ ସହ ଗପ କରିପାରିବେ | କେବଳ ଗପସପ ନୁହଁ ବରଂ ଭିଡିଓ କଲ ଜରିଆରେ ନିଜ ଅଫିସ କାମ ମଧ୍ୟ କରିପାରିବେ |
ଲକଡାଉନ ସମୟରେ ହ୍ୱାଟ୍ସଆପ ଲୋକଙ୍କୁ ଏହି ନୂଆ ଆପ ଲଞ୍ଚ କରି ଏକ ବଡ ଉପହାର ଦେଇଛି | କମ୍ପାନୀ ଘୋଷଣା କରିଛି ଯେ, ବର୍ତ୍ତମାନ ଯେକୌଣସି ଉପଭୋକ୍ତା ଯେକୌଣସି ହ୍ୱାଟ୍ସଆପ ଗୃପରେ ଭିଡିଓ ଚାଟ କରିପାରିବେ | ତେବେ ଥରକେ କେବଳ ୪ ଜଣ ହିଁ ସ୍କ୍ରିନରେ ଦେଖାଦେବେ | ଏନେଇ କମ୍ପାନୀ ଟ୍ୱିଟ କରିଛି |

କମ୍ପାନୀ ଅନୁଯାୟୀ, ଆପଣ ନିଜର ଯେକୌଣସି ହ୍ୱାଟ୍ସଆପ ଗୃପକୁ ଯାଇ ସେଠାରେ ଭିଡିଓ ଆଇକନକୁ ଟଚ କରିବେ | ଏହାପରେ ଗୃପର ସମସ୍ତ ସଦସ୍ୟଙ୍କ ପାଖକୁ ନୋଟିଫିକେସନ ଯିବ | ତାପରେ ଆପଣ ନିଜ ହିସାବରେ ୩ଜଣ ସଦସ୍ୟଙ୍କୁ ଚୟନ କରିପାରିବେ ଯାହାଙ୍କ ସହିତ ଆପଣ ଗପସପ କରିବାକୁ ଚାହୁଁଛନ୍ତି | ତେବେ ଗୃପର ସମସ୍ତ ସଦସ୍ୟ ଆପଣଙ୍କ କଥା ଶୁଣିପାରିବେ | ମଙ୍ଗଳବାର ଦିନ ହ୍ୱାଟ୍ସଆପ ସୂଚନା ଦେଇଥିଲା ଯେ, କରୋନା ସମ୍ବନ୍ଧୀୟ ଗୁଜବ ଏକାଧିକ ଲୋକଙ୍କୁ ପଠା ଯାଇପାରିବ ନାହିଁ | ଏହା ପୂର୍ବରୁ ଯେକୌଣସି ମେସେଜକୁ ୫ ଜଣ କିମ୍ବା ୟୁଜର୍ସଙ୍କୁ ପଠାଇ ପାରୁଥିଲେ | କିନ୍ତୁ କରୋନା ସମ୍ବନ୍ଧୀୟ ଗୁଜବରୁ ଲୋକଙ୍କ ଚିନ୍ତା ବଢ଼ୁଥିଲା | ଏଥିରୁ ବଞ୍ଚିବା ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.