Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଚୀନରୁ ଉତ୍ତର କୋରିଆ ଯାଏ, ଏହିସବୁ ଦେଶରେ ଇଚ୍ଛା କଲେ ବି ବ୍ୟବହାର କରିପାରିବେ ନାହିଁ WhatsApp

28/05/2021 at 10:10 PM

ନୂଆଦିଲ୍ଲୀ ୨୮/୫: ଭାରତରେ ନୂଆ ଆଇଟି ନିୟମକୁ ନେଇ ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ବାଟସ୍‌ଆପ୍‌ ଏବଂ ସରକାରଙ୍କ ମଧ୍ୟରେ ବିବାଦ ଉପୁଜିଛି। ନୂଆ ନିୟମ ଅନୁସାରେ ଆବଶ୍ୟକତା ପଡ଼ିଲେ ହ୍ବାଟସଆପ୍‌ କୌଣସି ମେସେଜ୍‌ର ଫାଷ୍ଟ ଅରିଜିନେଟର (ପ୍ରଥମେ ମେସଜ୍‌ ଲେଖିଥିବା ୟୁଜର)ର ସୂଚନା ଦେବାକୁ ପଡ଼ିବ। କିନ୍ତୁ ହ୍ବାଟସ୍‌ଆପ୍‌ର କହିବା କଥା ହେଲା ଏମିତି କଲେ ଆପ୍‌ରେ ଥିବା ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ସନ ପଲିସି ପ୍ରଭାବିତ ହେବ। ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି, ଭାରତରେ କଣ ହ୍ବାଟସ୍‌ଆପ୍‌ ବ୍ୟାନ ହୋଇଯିବ ? ଦେଶରେ ହ୍ବାଟସ୍‌ଆପ୍‌ ବ୍ୟାନ୍‌ ହେବ କି ନା ଭବିଷ୍ୟତରେ ଜଣାପଡ଼ିବ କିନ୍ତୁ ବିଶ୍ବରେ ଏମିତି ଦେଶ ଅଛି ଯେଉଁଠି ପୂର୍ବରୁ WhatsApp ବ୍ୟାନ୍‌ ହୋଇରହିଛି। ଏମିତି ଦେଶ ସମ୍ପର୍କ​‌ରେ ଏଠାରେ ଉଲ୍ଲେଖ କରିଛୁ ଯେଉଁଠି ଆପଣ ଇଚ୍ଛା କଲେ ବି ହ୍ବାଟସ୍‌ଆପ୍‌ ବ୍ୟବହାର କରିପାରିବେ ନାହିଁ।

ଚୀନ: ୨୦୧୭ରେ ହ୍ବାଟସ୍‌ଆପ୍‌କୁ ଚୀନ୍‌ ସରକାର ବ୍ୟାନ୍‌ କରିଥିଲେ। ଏବେ ମଧ୍ୟ ସେଠାରେ ହ୍ବାଟସ୍‌ଆପ୍‌ ଉପରେ ପ୍ରତିବନ୍ଧ ଲାଗୁ ରହିଛି। ଏହାର କାରଣ ଚୀନ ସରକାର ସୋସିଆଲ୍‌ ମିଡଆ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରୁଛନ୍ତି। ଯାହାକି ହ୍ବାଟସ୍‌ଆପ୍‌ର ମଜଭୁତ ଏନକ୍ରିପ୍ସନ କୋଡ୍‌ ଯୋଗୁ ସମ୍ଭବପର ନୁହେଁ। ଏମିତି ମଧ୍ୟ କୁହାଯାଉଛି ହ୍ବାଟସ୍‌ଆପ୍‌କୁ ଚୀନ ସରକାର ବନ୍ଦ କରିବା ପଛର କାରଣ ଘରୋଇ ଆପ୍‌ WeChat ।

ଉତ୍ତର କୋରିଆ:  ଚୀନ ଭଳି କିମ ଜୋଙ୍ଗ ଉନ ମଧ୍ୟ ନର୍ଥ କୋରିଆରେ ହ୍ବାଟସ୍‌ଆପ୍‌ର ଷ୍ଟ୍ରଙ୍ଗ ଏନକ୍ରିପ୍ସନ ପଲିସି ଯୋଗୁ ବ୍ୟାନ୍‌ କରିଛନ୍ତି। ରିପୋର୍ଟ ଅନୁସାରେ ଏହାକୁ ୨୦୧୮ରେ ସରକାର ବ୍ୟାନ୍‌ କରିଛନ୍ତି। ଏହା ସହ ଉତ୍ତର କୋରିଆବାସୀଙ୍କ ପାଇଁ ଇଣ୍ଟରନେଟ୍‌ ସେବା ଉପଲବ୍ଧ ନାହିଁ। କେବଳ ବିଦେଶୀ ନାଗରିକ ଏବଂ କିଛି ବିଶେଷ ବ୍ୟକ୍ତି ଓ୍ବାୟରଲେସ୍‌ ଇଣ୍ଟେରନେଟ୍‌ କେନକ୍ସନ ବ୍ୟବହାର କରିପାରୁଛନ୍ତି।

ୟୁଏଇ: ୟୁନାଇଟେଡ୍‌ ଆରବ ଏମିରେଟସ୍‌ର ଲୋକଙ୍କୁ ହ୍ବାଟସ୍‌ଆପ୍‌ ଏବଂ ଫେସ୍‌ଟାଇମ୍‌ରେ ଭିଡିଓ କଲିଂ କରିବାର ଅନୁମତି ନାହିଁ। କିନ୍ତୁ ଏଠାରେ ଆପ୍‌ ବ୍ୟାନ୍‌ ପାଇଁ ଏନକ୍ରିପ୍ସନ ପଲିସିର କୌଣସି ଭୂମିକା ନାହିଁ। ସରକାର ୟଏଇର ଟେଲିକମ୍ୟୁନିକେସନ୍‌ ସେବାକୁ ବଢ଼ାଇବା ସହ ଦେଶରେ ରାଜସ୍ବ ବଢ଼ାଇବା ପାଇଁ ଏମିତି ନିଷ୍ପତ୍ତି ନେଇଛନ୍ତି।

ସିରିୟା: ହ୍ବାଟସ୍‌ଆପ୍‌ର ଏନକ୍ରିପ୍ସନ ପଲିସି ପାଇଁ ସିରିୟା ଆପ ଉପରେ ପ୍ରତିବନ୍ଧ ଲଗାଇଛି। ଶତ୍ରୁ ଏହି ପଲିସିକୁ ବ୍ୟବହାର କରି ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚିପାରେ ବୋଲି ସରକାରଙ୍କୁ ଭୟ ଥିଲା। ସେଥିପାଇଁ ସେଠାକାର ଲୋକେ ହ୍ବାଟସ୍‌ଆପ୍‌ ବ୍ୟବହାର କରିପାରୁନାହାନ୍ତି।  

   Related Posts