Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ହ୍ବାଟସଆପ୍‌ର ସ୍ବତନ୍ତ୍ର ପଦକ୍ଷେପ, ଏବେ ଫେକ୍ ନ୍ୟୁଜ୍ କରିପାରିବେ ଚେକ୍

3/04/2019 at 4:30 PM

ନୂଆଦିଲ୍ଲୀ ୩|୪ : ନିର୍ବାଚନକୁ ଦୃଷ୍ଟିରେ ରଖି ହ୍ବାଟସଆପ୍ ଆରମ୍ଭ କରିଛି ନୂଆ ଗାଇଡ୍ ଲାଇନ୍ । ଫେକ୍ ନ୍ୟୁଜ୍ ରୋକିବା ନେଇ ନେଇଛି ସ୍ବତନ୍ତ୍ର ପଦକ୍ଷେପ । ଫ୍ୟାକ୍ଟସ୍ ଚେକିଂ ସର୍ଭିସ୍ ଲଞ୍ଚ୍ କରିଛି ହ୍ବାଟସଆପ୍ । ଯଦି ଆପଣଙ୍କୁ ଲାଗୁଛି ଯେ, ହ୍ବାଟସଆପ୍ ରେ ଫେକ୍ ମେସେଜ ଆସିଛି ତେବେ ଆପଣ ଏହାକୁ ଭେରିଫାଏ କରିପାରିବେ । ଏହା ଖବରର ସତ୍ୟତାକୁ ଚେକ୍ କରିଥାଏ । ଯାହା ମିଥ୍ୟା ଖବର ତାହାକୁ ଫଲ୍ସ ମିସଟେଲିଂ ତଥା ଡିସପ୍ୟୁଟେଡ୍ ଲେଭଲ ଦିଆଯାଇଥାଏ । ଅନ୍ୟପକ୍ଷରେ ସତ ଖବରରେ ଟ୍ରୁ ଲେଭଲ ଲାଗିବ । ହ୍ବାଟସଆପ୍ ଇନଭେସଟିଗେସନ ସିଷ୍ଟମକୁ ଆପଣଙ୍କୁ ମଧ୍ୟ କଡାକଡି ଭାବେ ମାନିବାକୁ ପଡିବ ।

ଏହି ନିୟମ ମଧ୍ୟରେ ଆପଣ ଏକା ସାଙ୍ଗରେ ୫ଜଣରୁ ଅଧିକଙ୍କୁ ମେସେଜ୍ ପଠାଇପାରିବେନାହିଁ । ବିନା ଅନୁମତିରେ ହ୍ବାଟସଆପ୍ ଗ୍ରୁପ୍ ରେ କାହାକୁ ଆଡ୍ କରିପାରିବେ ନାହିଁ । ଗ୍ରୁପ୍ ରେ କାହାକୁ ଆଡ୍ କରିବାକୁ ଥିଲେ ଅନୁମତି ନେବା ବାଧ୍ୟତାମୂଳକ । ହ୍ବାଟସଆପ୍ ପକ୍ଷରୁ ଫ୍ୟାକ୍ଟ ନମ୍ବର ଜାରି ହୋଇଛି । ନମ୍ବରଟି ହେଉଛି ୬୪୩୦୦୦୮୮୮ । ସନ୍ଦେହ ସୃଷ୍ଟି ହେଲେ ହ୍ବାଟସଆପ୍ ଫ୍ୟାକ୍ଟ ନମ୍ବରରେ ଯୋଗାଯୋଗ କରିପାରିବେ । ଏହି ଫ୍ୟାକ୍ଟ ଚେକ୍ ୫ଟ୍ ଭାଷା ଇଂରାଜୀ, ହିନ୍ଦୀ, ତେଲୁଗ, ବଙ୍ଗାଳୀ ଏବଂ ମଲାୟଲମକୁ ସପୋର୍ଟ କରୁଛି । ଟେକ୍‌ଷ୍ଟ, ଇମେଜ୍, ଭିଡିଓ ମାଧ୍ୟମରେ ତଥ୍ୟ ଭେରିଫିକେସନ କରିବ ହ୍ବାଟସଆପ୍ ।

୨୦୦ ମଲିୟନ ଭାରତୀୟ ଗ୍ରାହକମାନଙ୍କ ଦ୍ବାରା ଭୁଲ୍ କଣ୍ଟେଣ୍ଟ ପ୍ରଚାରିତ ହେବାକୁ ନେଇ ଆଲୋଚନା ପରେ ହ୍ବାଟସଆପ୍ ଏଭଳି ନିଷ୍ପତ୍ତି ନେଇଛି ।

ଅନ୍ୟପଟେ ଫେସବୁକ୍ ମଧ୍ୟ ଭାରତ ଏବଂ ପାକିସ୍ତାନରେ ଭୁଲ ତଥ୍ୟ ପ୍ରଚାରିତ କରିବାକୁ ନେଇ ୭୧୨ ଆକାଉଣ୍ଟ ଏବଂ ୩୯୦ ପେଜ୍ ଡିଲିଟ୍ କରିଛି ।

   Related Posts