Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପୂରା ଦୁନିଆରେ ହ୍ଵାଟ୍ସଆପ୍, ଫେସବୁକ ଓ ଇନଷ୍ଟାଗ୍ରାମ ସେବା ଠପ୍, କମ୍ପାନୀ କହିଲା କେତେ ବେଳେ ସ୍ଥିତି ହେବ ସ୍ଵାଭାବିକ

4/10/2021 at 10:57 PM

ନୂଆଦିଲ୍ଲୀ ୦୪।୧୦: ପୂରା ଦୁନିଆରେ ଠପ୍ ହୋଇଗଲା ବିଶ୍ଵର ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସବୁକ ଏବଂ ଏହାର ସହଯୋଗୀ କମ୍ପାନୀ ହ୍ଵାଟ୍ସଆପ୍ ଓ ଇନଷ୍ଟାଗ୍ରାମ। ଏହି ତିନୋଟି ସେବା ଅଚାନକ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଛି। ଏ ନେଇ ସମଗ୍ର ଦୁନିଆର ୟୁଜର୍ସଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଏହା ଉପରେ ତିନି କମ୍ପାନୀ ପକ୍ଷରୁ ଟ୍ଵିଟର ଜରିଆରେ ଜବାବ ଆସି ଯାଇଛି। ଏହି ସମସ୍ୟାର ସମାଧାନ ଉପରେ କାମ ଜାରି ରହିଛି, ଶୀଘ୍ର ସେବା ସ୍ଵାଭାବିକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ହ୍ଵାଟ୍ସଆପ୍ କହିଛି ଆମକୁ ଜଣା ଯେ, କିଛି ସମୟ ହେବ ହ୍ଵାଟ୍ସଆପ୍‌ରେ ସମସ୍ୟା ଦେଖା ଦେଇଛି। ଏହାକୁ ଶୀଘ୍ର ଠିକ୍ କରିବାକୁ କାମ ଜାରି ରହିଛି। ଶୀଘ୍ର ସ୍ଥିତି ସ୍ଵାଭାବିକ ହୋଇଯିବ।

ଫେସବୁକ୍ ସେବା ବାଧାପ୍ରାପ୍ତ ହେବା ନେଇ ଫେସବୁକ ଟ୍ଵିଟରରେ କହିଛି ଯେ, ଆମେ ଜାଣିବାକୁ ପାଇଛୁ ଯେ, ସୋସିଆଲ ମିଡିଆ ସର୍ଭର ପୂରା ଡାଉନ ହେବାରୁ ଲୋକଙ୍କୁ ସମସ୍ୟା ହେଉଛି। ଆମେ ଶୀଘ୍ର ସ୍ଥିତି ସ୍ଵାଭାବିକ କରିବାକୁ ଚେଷ୍ଟା ଚଳାଇଛୁ। ଏହି ଅସୁବିଧା ପାଇଁ ଆମେ କ୍ଷମା ମାଗୁଛୁ।

୨୦ ହଜାରରୁ ଅଧିକ ଲୋକ କହିଛନ୍ତି ଯେ, ତାଙ୍କର ହ୍ଵାଟ୍ସଆପ୍  କାମ କରୁନାହିଁ।  କମ୍ପ୍ୟୁଟରରେ ଚାଲୁଥିବା web.whatsapp.com ମଧ୍ୟ କାମ କରୁନାହିଁ। ଓ୍ଵେବସାଇଟ୍‌ downdetector.com ଅନୁଯାୟୀ, ରାତି ପ୍ରାୟ ୮ଟା ୫୭ ମିନିଟ୍‌ରେ ଏହି ସବୁ ଆପ୍ସ କାମ କରିବା ବନ୍ଦ କରି ଦେଇଛି।

   Related Posts