କେମିତି ଲିକ୍ ହେଲା ଦୀପିକାଙ୍କ ୨୦୧୭ ମସିହାର ‘ଡ୍ରଗ୍ସ ଚାଟ୍’, ହ୍ବାଟ୍ସଆପ୍ ଦେଲା ସଫେଇ

Published By : Prameya-News7 Bureau | September 25, 2020 IST

ନୂଆଦିଲ୍ଲୀ ୨୫/୦୯: ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲା ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଆଲ୍ଲୀ ଖାନ, ରକୁଲ ପ୍ରୀତ ସିଂହଙ୍କ ପରି ଅଭିନେତ୍ରୀଙ୍କ ପାଖରେ ପହଞ୍ଚିଛି। ଏହି ପୂରା ମାମଲାରେ କେ​‌ତେକଙ୍କ ହ୍ବାଟସଆପ୍ ଚାଟ୍ ମିଡିଆରେ ଲିକ୍ ହୋଇଛି। ତେବେ ସବୁଠୁ ଚର୍ଚାରେ ରହିଛି ଦୀପିକା ପାଦୁକୋନଙ୍କ ଡ୍ରଗ୍ସ ହ୍ବାଟସଆପ ଚାଟ୍। ଏହି ଚାଟରେ ସେ ଡ୍ରଗ୍ସ ମାଗୁଥିବା ଜଣାପଡ଼ିଛି। ତେବେ ଏସବୁ ମଧ୍ୟରେ ପ୍ରଶ୍ନ ଉଠୁଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ କେମିତି ମିଳିଲା। ଲୋକମାନେ ଏବେ ହ୍ବାଟସଆପର ପ୍ରାଇଭେସିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହା ଉପରେ ହ୍ବାଟସଆପ୍ ମଧ୍ୟ ଆନୁଷ୍ଠାନିକ ଭାବେ ସଫେଇ ରଖିଛି।

{"id":334257,"sizeSlug":"large"}

ସେପ୍ଟେମ୍ବର ୨୪ରେ ସୋସିଆଲ ନେଟଓ୍ବାର୍କ ପ୍ଳାଟଫର୍ମ ହ୍ବାଟସଆପ୍ କହିଛି ଯେ ତାଙ୍କ ମେସେଜ ସୁରକ୍ଷିତ ଅଛି ଓ କେହି ବି ତୃତୀୟ ବ୍ୟକ୍ତି ତାହାକୁ ଆସେସ କରିପାରି​‌ବେ ନାହିଁ। ହ୍ବାଟସଆପ୍ ପ୍ରବକ୍ତା କହିଛନ୍ତି ହ୍ବାଟସଆପ୍ ଆପଣଙ୍କ ମେସେଜକୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ସହିତ ସୁରକ୍ଷିତ ରଖିଥାଏ। ଏହାକୁ କେବଳ ସେହିମାନେ ପଢ଼ିପାରିବେ ଯାହା ସହ ଆପଣ ଚାର୍ଟ କରୁଥିବେ। ଅନ୍ୟ କେହି ବି ଏହି ମେସେଜକୁ ପଢ଼ିପାରିବେ ନାହିଁ। ଏହପିରିକି ହ୍ବାଟସଆପ ମଧ୍ୟ ନୁହେଁ।

କମ୍ପାନି କହିଛି ଆପଣ କେବଳ ଗୋଟିଏ ଫୋନ ନମ୍ବରରେ ହ୍ବାଟସଆପରେ ସାଇନ୍ ଅପ୍ କରନ୍ତି ଏଣୁ ହ୍ବାଟସଆପ ମେସେଜ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ। ଅନ-ଡିଭାଇସ୍ ଷ୍ଟୋରେଜ ପାଇଁ କମ୍ପାନି ଅପରେଟିଂ ସିଷ୍ଟମ ନିର୍ମାତାଙ୍କ ଦ୍ବାରା ଦିଆଯାଉଥିବା ନିର୍ଦେଶକୂ ପାଳନ କରିଥାଏ କମ୍ପାନି। ଏହା ବାଦ୍ କମ୍ପାନି ସବୁବେଳେ ଅପରେଟିଂ ସିଷ୍ଟମ ଦ୍ବାରା ଦିଆଯାଇଥିବା ସବୁ ସିକ୍ୟୁରିଟି ଉପାୟ ଯେମିତି ପାସଓ୍ବର୍ଡ ବା ବାୟୋମେଟ୍ରିକ ଆଇଡି ବ୍ୟବହାରକୁ ଅଗ୍ରାଧିକାର ଦିଏ। ଯଦ୍ଦ୍ବାରା କେହି ବି ଥାର୍ଡ ପାର୍ଟି ବା ତୃତୀୟ ବ୍ୟକ୍ତି ଆପଣଙ୍କ ଡିଭାଇସରେ ଷ୍ଟୋର କଣ୍ଟେଣ୍ଟ ପର୍ଯ୍ୟନ୍ତ ଯାଇ ପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.