Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ହ୍ବାଟସଆପ ବ୍ୟବହାର ପାଇଁ ୟୁଜରଙ୍କୁ ଦେବାକୁ ପଡ଼ିପାରେ ଟଙ୍କା, ଜାଣନ୍ତୁ କ’ଣ ରହିଛି ନିୟମ

25/10/2020 at 12:19 PM

ନୂଆଦିଲ୍ଲୀ ୨୫/୧୦: ମେସେଜିଙ୍ଗ ପ୍ଲାଟଫର୍ମ ହ୍ବାଟ୍ସଆପ୍ ବ୍ୟବହାର କରିବା ପାଇଁ ୟୁଜରଙ୍କୁ ଦେବାକୁ ପଡ଼ପାରେ ଟଙ୍କା। କମ୍ପାନି ତରଫରୁ ଗୋଟିଏ ଅଫିସିଆଲ ବ୍ଲଗ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ହ୍ବାଟସଆପର କୋଟି କୋଟି ୟୁଜର ଅଛନ୍ତି ଓ ଏହା ସବୁଠାରୁ ଲୋକପ୍ରିୟ ମେସେଜିଙ୍ଗ ଫ୍ଲାଟଫର୍ମ। ତେବେ ହ୍ବାଟସଆପ ସବୁ ୟୁଜରଙ୍କୁ ନୁହେଁ କେବଳ ହ୍ବାଟସଆପ ‘ବିଜନେସ ୟୁଜର ଆପ’ ବ୍ୟବହାର କରୁଥିବା ୟୁଜରଙ୍କୁ ଚାର୍ଜ କରିବ।

ଯଦି ଆପଣ ହ୍ବାଟସଆପ ବିଜନେସ ୟୁଜର ତେବେ ଖୁବଶୀଘ୍ର କିଛି ସର୍ଭିସ ପାଇଁ ପେମେଣ୍ଟ ଦେବାକୁ ପଡ଼ିବ। ହ୍ବାଟସଆପ ବିଜନେସ ତରଫରୁ ‘ପେ-ଟୁ-ମେସେଜ’ ଅପସନ ଘୋଷଣା କରାଯାଇଛି। କମ୍ପାନି ତା’ ବ୍ଲଗ୍ ପୋଷ୍ଟରେ କହିଛି ବିଜନେସ ଗ୍ରାହକଙ୍କ ପାଇଁ କିଛି ସର୍ଭିସ ପାଇଁ ଟଙ୍କା ଚାର୍ଜ କରାଯିବ। ତେବେ ଏ ନେଇ କେତେ ଟଙ୍କା ନିଆଯିବ ତାହା ଠିକ କରାଯାଇ ନାହିଁ।

ହ୍ବାଟସଆପର କହିବା କଥା ବିଜନେସ ୟୁଜରଙ୍କ ଠାରୁ ଚାର୍ଜ କରିକି ଆପ ନିଜ ବ୍ୟବସାୟ ମଧ୍ୟ ପ୍ରସ୍ତୁତ କରିବ ଓ ୟୁଜରଙ୍କୁ ଫ୍ରି ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ ଟେକ୍ସଟ, ଭିଡିଓ ଓ ଭଏସ କଲିଂ ପ୍ରଦାନ କରିବ। ଆଗାମୀ ଦିନରେ ହ୍ବାଟ୍ସଆପରେ ବିଜ୍ଞାପନ ଦେଖିବାକୁ ମିଳିପାରେ ଓ ଏହାକୁ ନେଇ ଦୀର୍ଘ ସମୟ ହେବ କାମ ଜାରି ରହିଛି।

   Related Posts