Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ସୋସିଆଲ ମିଡିଆ ଅପବ୍ୟବହାରକାରୀ ସାବଧାନ : ମାସକରେ ଭାରତରେ ବ୍ୟାନ୍‌ ହେଲାଣି ୨୦ ଲକ୍ଷ ହ୍ବାଟ୍ସଆପ୍ ଆକାଉଣ୍ଟ !

15/07/2021 at 10:20 PM

ନୂଆଦିଲ୍ଲୀ ୧୫/୦୭ : ଲୋକପ୍ରିୟ ମେସେଜିଙ୍ଗ ଆପ୍ ଚଳିତ ବର୍ଷ ମେ ୧୫ ରୁ ଜୁନ ୧୫ ମଧ୍ୟରେ ପ୍ରାୟ ୨୦ ଲକ୍ଷ ଭାରତୀୟ ହ୍ବାଟ୍ସଆପ୍‌ ଆକାଉଣ୍ଟ ଉପରେ ରୋକ ଲଗାଇଛି । ଏହା ସହିତ ହ୍ବାଟ୍ସଆପ୍‌କୁ ମୋଟ ୩୪୫ଟି ଅଭିଯୋଗ ମଧ୍ୟ ମିଳିଛି । କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ୍‌ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ନୂଆ ସୂଚନା ପ୍ରଦ୍ୟୋଗିକି ନିୟମ ଆଧାରରେ ଏହି ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି । ତେଣୁ ଏହାକୁ ଆଧାର କରି ୫୦ ଲକ୍ଷରୁ ଉର୍ଦ୍ଧ୍ବ ଆକାଉଣ୍ଟ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତି ମାସରେ ଅନୂପାଳନ ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ହୋଇଛି । ଏହି ରିପୋର୍ଟରେ ସଂପୃକ୍ତ ଡିଜିଟାଲ ମିଡିଆର କେତେ ଗ୍ରାହକ ଅଭିଯୋଗ କରିବାକୁ ଚାହୁଁଛନ୍ତି ଏବଂ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ହେଉଛିୁ କି ନାହିଁ ସେ ନେଇ ପୂରା ତଥ୍ୟ ରହିବ ।

ତେଣୁ ଏହି ନିୟମକୁ କଡାକଡି ପାଳନ କରିବାକୁ ଯାଇ ସନ୍ଦେହପୂର୍ଣ୍ଣ ଆକାଉଣ୍ଟକୁ ବ୍ୟାନ୍ କରିଛି ହ୍ବାଟ୍ସଆପ୍‌ । ସନ୍ଦେହପୂର୍ଣ୍ଣ ଆକାଉଣ୍ଟ, ତଥା ଅପରାଧ ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଆକାଉଣ୍ଟ ଗୁଡିକ ପାଇଁ ତଦନ୍ତ କରାଯାଇ ବ୍ୟାନ୍‌ କରାଯାଇଛି । ଏହି କ୍ରମରେ ମାତ୍ର ୧ ମାସ ମଧ୍ୟରେ ୨୦ ଲକ୍ଷ ଆକାଉଣ୍ଟ ବ୍ୟାନ କରାଯାଇଛି ।   

   Related Posts