ହ୍ବାଟସଆପ ଆଣିଲା ନୂଆ ନିୟମ : ଚାଟିଙ୍ଗ ସହ ଏବେ ଉଠାନ୍ତୁ ବ୍ୟାଙ୍କିଙ୍ଗ ସୁବିଧାର ଲାଭ
4/10/2019 at 4:30 PM

ନୂଆଦିଲ୍ଲୀ ୪/୧୦: ଅଧିକାଂଶ ଲୋକେ ହ୍ବାଟସଆପର ବ୍ୟବହାର ସୋଶିଆଲ ମିଡିଆ ପ୍ଲାଟଫର୍ମ ହିସାବରେ କରିଥାଆନ୍ତି। ଏଠାରେ ଲୋକେ ତାଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ଫଟୋ,ଭିଡିଓ,ଭଏସ ନୋଟସ୍ ଏବଂ ଅନ୍ୟ ଚ୍ୟାଟ୍ କରି ପାରିବେ। ହ୍ବାଟସଆପକୁ ଆପଣ ବ୍ୟାଙ୍କିଙ୍ଗ ସୁବିଧା ପାଇଁ ମଧ୍ୟ ବ୍ୟବହାର କରି ପାରିବେ। ହ୍ବାଟସଆପ ଜରିଆରେ ଆପଣ ଆକାଉଣ୍ଟ ବାଲାନ୍ସ ଚେକ୍ କରି ପାରିବେ। ଆପଣ ଚେକ୍ ବୁକ୍ ରିକ୍ବେଷ୍ଟ କରି ପାରିବେ। ମିନି ଷ୍ଟେଟମେଣ୍ଟ ପାଇ ପାରିବେ। ଆପଣ ଡେବିଟ୍ କାର୍ଡ଼ ଭଳି ସେବାର ଲାଭ ଉଠାଇ ପାରିବେ।
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ,ସାରସ୍ବତ ବ୍ୟାଙ୍କ,ଏଚଡିଏଫସି ବ୍ୟାଙ୍କ,ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ସହ କେତେକ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଆପ୍ ଜରିଆରେ ଡ୍ବାଟସଆପ୍ ବ୍ୟାଙ୍କିଙ୍ଗ ସେବା ଯୋଗାଉଛି। ହ୍ବାଟସଆପ୍ ବ୍ୟାଙ୍କିଙ୍ଗ ସେବାର ଲାଭ ନେବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ବ୍ୟାଙ୍କର ଓ୍ବେବସାଇଟରେ ଯାଇ ବ୍ୟାଙ୍କ ତରଫରୁ ଦିଆଯାଇଥିବା ନମ୍ବରରେ ମିସ୍ କଲ୍ ଦେବାକୁ ପଡ଼ିବ।
ହ୍ବାଟସଆପ ବ୍ୟାଙ୍କିଙ୍ଗ ସେବାର ଲାଭ ନେବା ପାଇଁ ଏହା ଅନିବାର୍ଯ୍ୟ ଅଟେ ଯେ ଆପଣଙ୍କୁ ନିଜ ନମ୍ବରରୁ ବ୍ୟାଙ୍କର ଫୋନ୍ ବ୍ୟାଙ୍କିଙ୍ଗ ନମ୍ବରରେ ମିସ୍ କଲ୍ ଦେବାକୁ ପଡ଼ିବ। ହ୍ବାଟସଆପ ବ୍ୟାଙ୍କିଙ୍ଗ ସେବାର ଲାଭ ନେବା ପାଇଁ ଆପଣଙ୍କୁ ବ୍ୟାଙ୍କରେ ଦିଆଯାଇଥିବା ରେଜିଷ୍ଟାରଡ ମୋବାଇଲ ନମ୍ବରରେ ମିସ୍ କଲ୍ ଦେବାକୁ ପଡ଼ିବ। ଥରେ ମିସ୍ କଲ୍ ଦେବା ପରେ ଆପଣଙ୍କୁ ବ୍ୟାଙ୍କର ହ୍ବାଟସଆପ ନମ୍ବରରୁ ଏକ ଓ୍ବେଲକମ୍ ମ୍ୟାସେଜ ଆସିବ।
ରେଜିଷ୍ଟାର ହେବା ପରେ ଆପଣ ମ୍ୟାସେଜ ଆଲର୍ଟ,ନୋଟିଫିକେସନର ସେବା ନେଇ ପାରିବେ। ଆପଣ ବ୍ୟାଙ୍କିଙ୍ଗ ସଦସ୍ୟଙ୍କଠୁ ନିଜ କାର୍ଡ଼,ଫିକ୍ସଡ ଡିପୋଜିଟ୍,ମିନି ଷ୍ଟେଟମେଣ୍ଟ ପାଇଁ କଥାବାର୍ତ୍ତା କରି ପାରିବେ।
ଯଦି ଆପଣ ନିଜ କ୍ରେଡିଟ୍ କାର୍ଡ଼ରେ ବକୈୟା ବାଲାନ୍ସ କିମ୍ବା ରିଓ୍ବାର୍ଡ଼ ପଏଣ୍ଟସ୍ ଜାଣିବାକୁ ଚାହୁଁଛନ୍ତି,ତେବେ ଆପଣ ନିଜ କ୍ରେଡିଟ କାର୍ଡ଼ର ଶେଷ ୪ଟି ଅଙ୍କ ପରେ ଏକ ବାକ୍ୟ ଲେଖନ୍ତୁ,‘କ୍ରେଡିଟ କାର୍ଡ଼ ବକୈୟା’ କିମ୍ବା ‘କ୍ରେଡିଟ୍ କାର୍ଡ଼ ରିଓ୍ବାର୍ଡ଼ ପଏଣ୍ଟସ’ ଲେଖି ପଠାଇ ଦିଅନ୍ତୁ। ଏହିପରି ଯଦି ଆପଣଙ୍କ ପାଖରେ ଏଫଡି ରହିଛି ଏବଂ ଆପଣ ବିନିଯୋଗର ଡାଟା ନେବାକୁ ଚାହୁଁଛନ୍ତି ତେବେ ଆପଣ ‘ମୋର ଏଫଡି ଡିଟେଲ୍ ଦେଖାନ୍ତୁ’ ଲେଖି ପଠାଇ ପାରିବେ। ହ୍ବାଟସଆପ ବ୍ୟାଙ୍କିଙ୍ଗ ସେବାର ଲାଭ ଉଠାଇବା ପାଇଁ ବ୍ୟାଙ୍କ କୌଣସି ଶୁଳ୍କ ନେଇନଥାଏ। କିନ୍ତୁ ଗୋଟିଏ କଥା ଧ୍ୟାନ ରଖନ୍ତୁ ଯେ ବ୍ୟାଙ୍କିଙ୍ଗ ସେବାର ଲାଭ ଉଠାଇବା ସମୟରେ ଆପଣ କେବେ ବି ନିଜର ବ୍ୟାଙ୍କ ସହ ଜଡ଼ିତ ଗୋପନୀୟ ସୂଚନା ସେୟାର କରନ୍ତୁ ନାହିଁ।
।