Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ହ୍ୱାଟସ୍‌ଆପ୍‌ର ଏହି ବଗ୍‌ ଚୋରି କରିପାରେ ଆପଣଙ୍କର ମୋବାଇଲ୍‌ର ସମସ୍ତ ତଥ୍ୟ

3/10/2019 at 8:35 PM

ନୂଆଦିଲ୍ଲୀ -ହ୍ୱାଟସ୍‌ଆପ୍‌ରେ ଏବେ ଏକ ପ୍ରକାର ନୂଆ ବଗ୍‌ ଡବଲ୍ ଫ୍ରି ବଗ୍‌ ବା ଅଦରାକାରୀ ଭାଇରସ୍‌ ଆସିଛି। ଆପଣଙ୍କ ପାଖକୁ ଆସୁଥିବା ବିଭିନ୍ନ ପ୍ରକାରର ଜିଫ୍‌ ଫାଇଲ୍‌ରେ ଏହି ବଗ୍‌ ଆସୁଛି । ଏହି ଜିଫ୍‌ ଇମେଜ୍‌ ଫାଇଲ୍‌ରେ ଆସୁଥିବା ବଗ୍‌ ଆପଣଙ୍କ ଫୋନ୍‌ରୁ ବିଭିନ୍ନ ପ୍ରକାରର ତଥ୍ୟ ଚୋରି କରିପାରେ। ଏହି ଜିଫ୍‌ ଫାଇଲ୍‌ ବା ଡବଲ ଫ୍ରି ବଗ୍‌ ଫୋନ୍‌ ମେମୋରୀକୁ କରପଟ୍‌ ବା ଖରାପ କରି ଦେଉଛି । ଏହା ପରେ ଆପ୍ଲିକେସନ୍‌କୁ କ୍ରାସ୍‌ କରି ହାକର୍ସର ଡିଭାଇସ୍‌କୁ ଆପଣଙ୍କ ମୋବାଇଲ୍‌ର ଆକ୍ସେସ ଦେଇପାରେ ।

ଗ୍ଲାଲେରୀ ଭ୍ୟୁରେ ଲୁଚି ରହୁଛି ଏହି ବଗ୍‌

ଏହି ଆପ୍ଲିକେସନ୍‌ ଗ୍ୟାଲେରୀ ଭ୍ୟୁରେ ଲୁଚି ରହୁଛି ।ଏହା ସାହାଯ୍ୟରେ ହାକର୍‌ ଫୋନ୍‌ରେ ଥିବା ଫଟୋ, ଭିଡିଓ ଓ ଜିଫ୍‌ର ପ୍ରିଭ୍ୟୁ କରିପାରିବେ ।ଆପଣଙ୍କ ବ୍ୟକ୍ତିଗତ ଫଟୋ ଓ ଭିଡିଓକୁ ଦେଖିପାରେବେ ।ହ୍ୱାଟସ୍‌ଆପ୍‌ ଏହି ବଗ୍‌କୁ ଗତ ମାସରେ ଫିକ୍ସ କରିଦିଆଯାଇଥିବା କଥା କହିଛି ।

ହ୍ୱାଟସ୍‌ଆପ୍‌ର ଲାଟେଷ୍ଟ ଭର୍ସରେ ଏହି ବଗ୍‌ରୁ ଫିକ୍ସ କରାଯାଇଛି। ମାତ୍ର ପୁରୁଣା ଭର୍ସନ ବ୍ୟବହାର କରୁଥିବା ମୋବାଇଲ୍‌ରେ ଏହି ବଗ୍‌ ରହିବାର ଆଶଙ୍କା ଅଧିକ । ହ୍ୱାଟସ୍‌ଆପ୍‌ ୨.୧୯.୨୩୦ ଭର୍ସନରେ ଏହି ବଗ୍‌ କାମ କରୁଥିଲା । ୨.୧୯.୨୪୪ ଭର୍ସନରେ ଏହି ବଗ୍‌ କାମ କରିପାରୁ ନାହିଁ । ଆଣ୍ଡ୍ରଏଡ୍‌ ୮.୧ ଓ ୯.୦ ପାଇଁ ବିପଦପୂର୍ଣ୍ଣ ଥିଲା । ୮.୦ରୁ ତଳକୁ ଆଣ୍ଡ୍ରଏଡ୍‌ଥିବା ମୋବାଇଲ୍‌ରେ ଏହି ବଗ୍‌ କାମ କରୁ ନାହିଁ ।

   Related Posts