ବ୍ରତ,ଉପାସ ସମୟରେ ପିରିୟଡ଼ ହେଲେ କ’ଣ କରିବେ ଜାଣନ୍ତୁ

Published By : Prameya-News7 Bureau | April 18, 2019 IST

ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ମହିଳାଙ୍କ ଋତୁସ୍ରାବ ହେବା ସହ ଅନେକ ପ୍ରକାରର ସମସ୍ୟା ଉତ୍ପନ୍ନ ହୋଇଥାଏ। କିନ୍ତୁ ଯେତେବେଳେ ମହିଳାଙ୍କ ପୂଜାପାଠ କିମ୍ବା ବ୍ରତ ସମୟରେ ପିରିୟଡ଼ ହୋଇଥାଏ ତେବେ କ’ଣ କରିବା ଉଚିତ୍। ଅଧିକାଂଶ ମହିଳା ପିରିୟଡ଼ ସମୟରେ ପୂଜାପାଠ କିମ୍ବା ବ୍ରତ କରିନଥାଆନ୍ତି। କିନ୍ତୁ ବେଳେବେଳେ ବ୍ରତ ପରେ ପିରିୟଡ଼ ସମସ୍ୟା ଉତ୍ପନ୍ନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କ’ଣ କରାଯିବ।

ଆପଣ ସମସ୍ତେ ଜାଣିଥିବେ ହିନ୍ଦୁ ଧର୍ମ ଏବଂ ବୈଦିକ ପ୍ରଥା ପରମ୍ପରା ଅନୁସାରେ ମହିଳାଙ୍କୁ ଋତୁସ୍ରାବ ସମୟରେ ଧାର୍ମିକ କାର୍ଯ୍ୟ ନକରିବାକୁ କୁହାଯାଇଥାଏ ଏବଂ ଏଥିପାଇଁ ମହିଳାମାନେ ମନ୍ଦିରକୁ ଯାଆନ୍ତି ନାହିଁ,ବ୍ରତ ଏବଂ ପୂଜାପାଠ କରନ୍ତି ନାହିଁ ଏବଂ ଏହା ବ୍ୟତୀତ ସେମାନେ ମୂର୍ତ୍ତିକୁ ମଧ୍ୟ ହାତ ଲଗାନ୍ତି ନାହିଁ। ପ୍ରାଚୀନ କାଳର କଥା କହିବା ଯଦି ଆଗେ ମହିଳାମାନେ ଋତୁସ୍ରାବ ହୋଇଥିବା ସମୟରେ ତଳେ ମସିଣା ପାତି ଶୋଉଥିଲେ। ପୂର୍ବେ ଋତୁସ୍ରାବକୁ ନେଇ ବହୁତ ନିୟମ ଥିଲା।

ମହାଭାରତ ସମୟରେ ମହିଳାଙ୍କ ଋତୁସ୍ରାବ ସମୟରେ ତାଙ୍କ ରହିବା ପାଇଁ ଅଲଗା ବ୍ୟବସ୍ଥା କରି ଦିଆଯାଉଥିଲା। ସେମାନେ ସମାଜରୁ ବହୁତ ଦୂରରେ ରହୁଥିଲେ। ସେମାନେ କାହାକୁ ଦେଖା କରୁନଥିଲେ। ସେମାନେ କୈାଣସି କାର୍ଯ୍ୟରେ ଅଂଶ ଗ୍ରହଣ କରୁନଥିଲେ। ସେମାନଙ୍କୁ ରୋଷେଇ ଘରେ ମଧ୍ୟ ପ୍ରବେଶ କରିବାକୁ ଦିଆଯାଉନଥିଲା।

ଇସଲାମ ଧର୍ମ କଥା କହିବା ଯଦି ଏଥିରେ ମଧ୍ୟ ମହିଳାଙ୍କୁ ଋତୁସ୍ରାବ ସମୟରେ ଅଶୁଭ ବୋଲି ଗଣାଯାଉଥିଲା ଏବଂ ସେମାନଙ୍କୁ ପୂଜାପାଠର ଅନୁମତି ଦିଆଯାଉନଥିଲା। ସେମାନେ କୋରାନକୁ ଛୁଉଁନଥିଲେ। ଇସଲାମ ଧର୍ମରେ ମହିଳାମାନେ ୭ଦିନରେ ସ୍ନାନ କରିବା ପରେ ସବୁ କିଛି କରି ପାରୁଥିଲେ।

ଯଦି ମହିଳାଙ୍କୁ ପୂଜାପାଠ କିମ୍ବା ବ୍ରତ ସମୟରେ ଋତୁସ୍ରାବ ହୋଇଥାଏ ତେବେ କ’ଣ କରିବା ଉଚିତ୍। ଏହାକୁ ନେଇ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। ନବରାତ୍ରିରେ ଯଦି ସନ୍ଧ୍ୟା ସମୟରେ ମହିଳାଙ୍କୁ ଋତୁସ୍ରାବ ହୋଇଥାଏ ତେବେ ଅଧାରୁ ବ୍ରତ ଛାଡ଼ିବା ଅନୁଚିତ୍। କାରଣ ଯାହା ଆରମ୍ଭ ହୋଇଯାଇଛି ତାହାକୁ ସମ୍ପୂର୍ଣ୍ଣ କରିବା ଉଚିତ୍। ଏଥିପାଇଁ ନିୟମଗୁଡ଼ିକୁ ପାଳନ କରନ୍ତୁ। ପୁରୁଣା ପରମ୍ପରାକୁ ସମ୍ମାନ କରନ୍ତୁ ଏବଂ ନିଜ ବ୍ରତକୁ ଜାରି ରଖନ୍ତୁ।

ଯଦି ଆପଣଙ୍କୁ ବ୍ରତ କରିବା ସମୟରେ ପିରିୟଡ଼ ହୋଇଯାଉଛି ତେବେ ବ୍ରତକୁ ଅଧାରୁ ଛାଡ଼ନ୍ତୁ ନାହିଁ। କିନ୍ତୁ ଆପଣ ପୂଜାପାଠ କରନ୍ତୁ ନାହିଁ। ଆପଣ ଏପରି କରିବା ଦ୍ବାରା ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହେବେ। କାରଣ ଏଥିରେ ଆପଣଙ୍କ କିଛି ଭୁଲ୍ ନାହିଁ। ଏହା ଏକ ପ୍ରାକୃତିକ କ୍ରିୟା। ଯାହା କେବେ ଏବଂ କୈାଣସି ମୂହୁର୍ତ୍ତରେ ହୋଇପାରେ। ଏହାର କୈାଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। ଏଥିପାଇଁ ଚିନ୍ତା କରିବା ଅନୁଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.