ସମ୍ବଲପୁର୧୫/୫: କରୋନା ଜନିତ ଲକଡାଉନ୍ରେ କେତେବେଳେ ରାସ୍ତା ସରୁନି ତ କେତେବଳେ ଭୋକର କଷ୍ଟ କରୋନା ଭୟକୁ ପଛରେ ପକାଉଛି । ହେଲେ ଏହା ଭିତରେ ସମ୍ବଲପୁରରେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ଜନ ମାନସକୁ ଦୋହଲାଇ ଦେଇଛି।
{"id":270413,"sizeSlug":"large"}ଆପେ ବଞ୍ଚିଲେ ବାପାର ନା। ଏ ଉକ୍ତିଟି ସତେ ଯେମିତି କରୋନାରେ ଭୋକିଲା ଶ୍ରମିକଙ୍କ ପାଇଁ ପୁରା ଫିଟ୍। କରୋନା ଭୟଠୁ ବଳି ଗଲା ଭୋକର ବେଦନା । ସମ୍ବଲପୁରର ବୁଢୀ ମାଉସୀର ଏ ଚିତ୍ର ହୃଦୟହୀନ ମଣିଷ ଛାତିରେ ବି କୋହ ଆଣି ଦେବ ନିଶ୍ଚୟ । ସତେ କଣ ଏ ଗରିବ ବୁଢୀ ମାଉସୀ ମଣିଷ ନୁହଁ । ନାଁ ଏ ସର୍ବଂସହା ମାଁ । ଯାହା ହେଲା ବି ସେ ଅଭିଯୋଗ କରେନି । କି ସେ ଅଭିଯୋଗ କରେନି ବୋଲି ଦୁନିଆ ତାକୁ ପଚାରେନି । ଭୋକ ସହିବାର ଶେଷ ସୀମା ପାର ପରେ ମଇଳା ଡଷ୍ଟବିନରୁ ପଚାସଢା ଫଳ ଖାଦ୍ୟ ସଂଗ୍ରହ କରିବା କଣ ମଣିଷ ଶେଷ ପନ୍ଥା ।
{"id":270414,"sizeSlug":"large"}ଏ ଚିତ୍ର ସମ୍ବଲପୁର ସହରର । ଭୋକ ସହି ନପାରି ଜଣେ ବୁଢୀ ମାଉସୀ ଡଷ୍ଟବିନରୁ ପଚା ତରଭୁଜ ଓ ପଚା ଆମ୍ବ ଖଣ୍ଡେ ଖୋଜି ଭୋକର ନିଆଁରେ ପାଣି ଢାଳୁଛି । ଯାହା ଜଣେ ପଶୁକୁ ବି କରିବାକୁ ପଡେନି । ସରାକାରଙ୍କ ଏ ମାଳ ମାଳ ଯୋଜନା କାହା ପାଇଁ । କ'ଣ ସଭ୍ୟ ସମାଜ ଏହାକୁ ବରଦାସ୍ତ କରିପାରିବ ତ ? ଏ ଚିତ୍ର ଦେଖି କଣ ଶିଖିବ ପରବର୍ତ୍ତୀ। ଆମେ ମଣିଷ ହିସାବରେ ପରବର୍ତ୍ତୀ ପିଢିକୁ କଣ ଉତ୍ତର ଦେବା ବାସ୍ ଏତିକି ଏ ବୁଢୀ ମାଉସୀର ସ୍ୱାଭିମାନ୍ ଓ ଅସହାୟତା ଆଗରେ କବର ନେଇଗଲା ମାନବିକତା ।