Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ବିଗ୍ ବସ୍ ୧୪ ରେ ଜିତିଥିବା ଟଙ୍କା ଏହି କାମ ପାଇଁ ଖର୍ଚ୍ଚ କରିବେ ରୁବିନା, ଜାଣି ଆପଣ ମଧ୍ୟ ଖୁସି ହୋଇଯିବେ

2/03/2021 at 8:25 AM

ମୁମ୍ବାଇ ୦୨/୦୩: ବିଗ୍ ବସ୍ ସିଜନ୍ ୧୪ ଶେଷ ହୋଇଯାଇଛି । ଏହି ଶୋ’ରେ ରୁବିନା ଦିଲାଏକ୍ ଟ୍ରଫି ହାସଲ କରିଛନ୍ତି । ଟ୍ରଫି ସହିତ ରୁବିନା ମଧ୍ୟ ୩୬ ଲକ୍ଷ ଟଙ୍କା ଜିତିଛନ୍ତି । ତେବେ ଚାଲନ୍ତୁ ଜାଣିବା ରୁବିନା ଜିତିଥିବା ଏହି ୩୬ ଲକ୍ଷ ଟଙ୍କାକୁ ନେଇ କଣ କରିବେ ।

ରୁବିନା ତାଙ୍କ ଗାଁ ଶିମଲାକୁ ଖୁବ୍ ଭଲ ପାଆନ୍ତି । ସେ ବିଗ୍ ବସ୍ ରେ ଜିତିଥିବା ଟଙ୍କା ନିଜ ପାଇଁ ନୁହେଁ, ବରଂ ତାଙ୍କ ଗାଁ ପାଇଁ ଖର୍ଚ୍ଚ କରିବେ । ସୂଚନା ଅନୁଯାୟୀ, ରୁବିନା ତାଙ୍କ ଗାଁରେ ବିଦ୍ୟୁତ୍ ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି । ସେ ଚାହୁଁଛନ୍ତି ଯେ ତାଙ୍କ ଗାଁ ଅଗ୍ରଗତି କରୁ ଏବଂ ଲୋକମାନେ ସମସ୍ତ ସୁବିଧା ପାଇପାରନ୍ତୁ । ଗାଁ ଆଗକୁ ବଢିବା ସହିତ ଲୋକ ମାନଙ୍କର ଯେମିତି କୌଣସି ଅସୁବିଧା ନ ହେଉ । ତେଣୁ ସେ ବିଗ୍ ବସ୍ ରୁ ଜିତିଥିବା ଟଙ୍କା ତାଙ୍କ ଗାଁର ବିକାଶ ପାଇଁ ବ୍ୟବହାର କରିବେ ।

ଏଥି ସହିତ ରୁବିନାଙ୍କ ସେଲିବ୍ରେସନ୍ ର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ତାଙ୍କର ସାଙ୍ଗ ଏବଂ ପରିବାର ସହିତ ନିଜ ବିଜୟର  ସେଲିବ୍ରେସନ୍ କରୁଥିଲେ । ଏହି ସମୟରେ କିନ୍ନର ସମାଜର ଗୁରୁ ମାତା ଅନ୍ନୁ ଜୀ ଅଭିନେତ୍ରୀଙ୍କ ଘରେ ମଧ୍ୟ ପହଞ୍ଚିଥିଲେ । ଯାହାଙ୍କୁ ଦେଖି ରୁବିନା ଖୁବ୍ ଖୁସି ହୋଇ ଯାଇଥିଲେ । ଏହାର ଏକ ଭିଡିଓ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ଗୁରୁ ମା ଅନ୍ନୁ ଜୀ ଅଭିନେତ୍ରୀଙ୍କୁ ଆଶୀର୍ବାଦ ଦେଉଥିବା ଦେଖାଯାଇଛି ।

   Related Posts