କାର୍ଯ୍ୟରେ ଯୋଗ ଦେବା ପାଇଁ ବାର କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ପରେ ହାଇକୋର୍ଟ ବାର ଆସୋସିଏସନ ଏବେ କ'ଣ କରିବ ଜାଣନ୍ତୁ…

Published By : Prameya-News7 Bureau | October 29, 2019 IST

କଟକ୨୯\୧୦: ଆଇନଜୀବୀ ମାନେ ଆନ୍ଦୋଳନରୁ ଓହରି, ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ଆଇନଜୀବୀ ପରିଷଦ ବା ବାର କାଉନସିଲ୍‌ ଅଫ୍ ଇଣ୍ଡିଆ । ଆସନ୍ତା ୩ ତାରିଖ ସୁଦ୍ଧା ଏସମ୍ପର୍କରେ ନିଷ୍ପତ୍ତି ନେଇ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ବାର ସମେତ ରାଜ୍ୟର ୬୮ ଟି ଓକିଲ ସଂଘକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ କିନ୍ତୁ ନେଇ ଏକପ୍ରକାର ନିରବତା ଅବଲମ୍ବନ କରିଛନ୍ତି ହାଇକୋର୍ଟ ବା ଆସୋସିଏସନ ।

{"id":176659}

ରାଜ୍ୟରେ ଚାଲିଥିବା ଓକିଲ ଆନ୍ଦୋଳନକୁ ଚେକ୍‌ ଦେବାକୁ ଶେଷରେ ଅଣ୍ଟା ଭିଡିଲେ ବାର କାଉନସିଲ୍ ଅଫ ଇଣ୍ଡିଆ । ଗତକାଲି ବାର କାଉନସିଲ ଅଫ୍‌ ଇଣ୍ଡିଆ ବା ବିସିଆଇ ପଠାଇଥିବା ଚିଠିରେ କିଛିଟା କଡା ନିର୍ଦ୍ଦେଶ ସହ ଚେତାବନୀ ଦିଆଯାଇଛି। ଯେଉଁଥିରେ କୁହାଯାଇଛି ଆଇନଜୀବୀ ମାନେ ଆନ୍ଦୋଳନରୁ ଓହରି ଯାଆନ୍ତୁ । କାର୍ଯ୍ୟବନ୍ଦ ଆନ୍ଦୋଳନ ବେସ୍‌ଲେସ୍‌ ।

{"id":176660}

ଏହାଦ୍ବାରା କୋର୍ଟ ଅଚଳ ହେବା ସହ ମହକିଲ ମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଆସନ୍ତା ୩ ତାରିଖ ସୁଦ୍ଧା ଆନ୍ଦୋଳନ ପ୍ରତ୍ୟହାର ନହେଲେ ତାମିଲନାଡୁ ଭଳି ଓଡିଶାର ଆଇନଜୀବୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ବିସିଆଇ । ସେପଟେ କିନ୍ତୁ ଚିଠି ପାଇସାରିଥିଲେବି, ଏ ବାବଦରେ କିଛିବି ଉତ୍ତର ରଖିନାହାନ୍ତି ହାଇକୋର୍ଟ ବାର ଆସୋସିଏସନ୍‌ର କର୍ମକର୍ତ୍ତା ।

{"id":176661}

କିନ୍ତୁ ହାଇକୋର୍ଟର କିଛି ଆଇନଜୀବୀ କହିଛନ୍ତି ଆଗକୁ ବାର ଆସୋସିଏସନ ସାଧାରଣ ପରିଷଦ ବୈଠକ ହେବ । ସେଠାରେ ହିଁ ଆନ୍ଦୋଳନ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

{"id":176662}

ତେଣେ ଓକିଲ ଆନ୍ଦୋଳନକୁ ଭିତ୍ତିକରି ସୁପ୍ରିମ କୋର୍ଟରେ ଯେଉଁ ମାମଲା ଦାଏର ହୋଇଛି ସେଥିରେ ହାଇକୋର୍ଟ ବାର ଆସୋସିଏସନ୍‌ ସଭାପତି ଏବଂ ଷ୍ଟେଟ ବାର କାଉନସିଲ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାଲାଗି ମଧ୍ୟ ନିର୍ଦ୍ଦେଶ ହୋଇଛି । ଆସନ୍ତା ୮ ତାରିଖରେ ଉଭୟ ସୁପ୍ରିମକୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିବେ ।

{"id":176663}

ସେପଟେ ଓକିଲ ଆନ୍ଦୋଳନକୁ ଆଧାର କରି ହାଇକୋର୍ଟ ନିଜଆଡୁ ଦାଏର କରିଥିବା ଅଦାଲତ ଅବମାନନା ମାମଲାର ଶୁଣାଣି, ଆସନ୍ତା ୪ ତାରିଖରେ ହେବ । ଏ ସମସ୍ତ ମାମଲାରେ ହାଇକୋର୍ଟ ବାର ସମେତ ରାଜ୍ୟର ୬୮ ଟି ଓକିଲ ସଂଘ ପକ୍ଷଭୁକ୍ତ ହୋଇଛନ୍ତି. ଆଉ ଏତିକି ବେଳେ ବାର କାଉନସିଲ ଅଫ୍‌ ଇଣ୍ଡିଆ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।ତେଣୁ ଓକିଲ ଆନ୍ଦୋଳନର ଭବିଷ୍ୟତ କେଉଁ ଆଡକୁ ଯିବ ତାହା ଠଉରାଇବା ମୁସ୍କିଲ ।

{"id":176664}

ହାଇକୋର୍ଟରେ  ବିଚାରପତି ପଦବୀ ପୂରଣ ନହେବା ଏବଂ କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି ଗତକିଛି ଦିନ ହେବ ହାଇକୋର୍ଟ ବାର କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛି । ତେବେ ବିସିଆଇଙ୍କ ତାଗିତ୍‌ ପରେ ଆନ୍ଦୋଳନ ପ୍ରତ୍ୟାହାର ହେବ ନା ଜାରି ରହିବ ତା ଉପରେ ନଜର ରହିଛି ।

{"id":176665}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.