Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସିନେମା ହଲ ଖୋଲିଲେ ବଢ଼ିଯିବ କି ଟିକେଟ୍ ମୂଲ୍ୟ! ଜାଣନ୍ତୁ ଆଗକୁ କଣ ହେବ

14/10/2020 at 10:02 AM

ନୂଆଦିଲ୍ଲୀ ୧୪/୧୦: ପୂରା ଦେଶ ଏବେ ସୁଦ୍ଧା କରୋନା ସଙ୍କଟକୁ ସାମ୍ନା କରୁଛି। ଏହା ସହ କେନ୍ଦ୍ର ଓ ରାଜ୍ୟ ସରକାର ସମୟ ସହିତ ସବୁ କିଛି ଧୀରେ ଧୀରେ ଠିକ୍ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହି କ୍ରମରେ ଅକ୍ଟୋବର ୧୫ରୁ ସିନେମା ହଲ ଖୋଲିବା ନିଶ୍ଚିତ ହୋଇଛି। ତେବେ ହଲ ଖୋଲିଲେ ବଢ଼ିବ କି ଟିକେଟ୍ ମୂଲ୍ୟ? ଏ ନେଇ ମଧ୍ୟ ଦର୍ଶକଙ୍କ ଭିତରେ କଳ୍ପନା ଜଳ୍ପନା ଲାଗି ରହିଛି।

ତେବେ ଆଇନକ୍ସ ଲିଜର କହିଛି ମଲ୍ଟିପ୍ଳେକ୍ସରେ କଟକଣା ଲାଗୁ ହେବା ଯୋଗୁ ଟିକେଟ୍ ମୂଲ୍ୟ ବଢ଼ିବ ନାହିଁ। କେବଳ ଏତିକି ନୁହେଁ ସିନେ ପ୍ରେମୀଙ୍କ ସୁରକ୍ଷାର ଉଚିତ ଧ୍ୟାନ ମଧ୍ୟ ରଖାଯିବ। ଏହା ସହ ଗ୍ରାହକଙ୍କ ଆକର୍ଷିତ କରିବା ପାଇଁ ନୂଆ ନୂଆ ଅଫର ପ୍ରଦାନ କରାଯିବ।

କୋଭିଡ୍ ପାଇଁ ଏହି ସେକ୍ଟେର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ପୂର୍ବଭଳି ସବୁକିଛି କରିବାକୁ ଚେଷ୍ଟା କରାଯାଉଛି। ସେଥିପାଇଁ ଲୋକଙ୍କ ସୁରକ୍ଷା ଓ ହାଇଜିନିକ ଉପରେ ବିଶେଷ ଧ୍ୟାନ ଦିଆଯିବ। ଲୟାଲିଟି ପୋଗ୍ରାମ ତଥା ଆଇନକ୍ସ ରିଓ୍ବାଡର୍ସ ସଦସ୍ୟଙ୍କୁ ବିଶେଷ ଅଫର ପ୍ରଦାନ କରାଯିବ। ଆଇନ୍ସ ତା’ ସଦସ୍ୟଙ୍କ ପାଇଁ ପ୍ରାଇଭେଟ୍ ସ୍କ୍ରିନିଂ ଆଣିବ। ଏଥିରେ ପୂରା ପରିବାର ତଥା ଛୋଟ ସମୂହ ଅଡିଟୋରିୟମ ବୁକ୍ କରିପାରିବେ ଓ ନିଜ ହିସାବରେ କଣ୍ଟେଣ୍ଟର ମଜା ନେଇପାରିବେ।

   Related Posts