ଭାରତ ଯଦି ବାଂଲାଦେଶ ଠାରୁ ହାରିଯାଏ ତାହେଲେ କ'ଣ ହେବ ପାକିସ୍ତାନର ସ୍ଥିତି ? ରେକର୍ଡ କ'ଣ କହୁଛି ଜାଣନ୍ତୁ

Published By : Prameya-News7 Bureau | July 02, 2019 IST

ବିଶ୍ୱକପ ୨୦୧୯ରେ ଆଜି ବାଙ୍ଗଲାଦେଶ ଓ ଭାରତ ମଧ୍ୟରେ ମୁକାବିଲା ଅଛି । ଆଜିର ଏହି ମ୍ୟାଚ ଭାରତ ଜିତିଲେ ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିବ । ବାଙ୍ଗଲାଦେଶ ପାଇଁ ଆଜିର ମ୍ୟାଚ ବହୁତ ମହତ୍ୱପୁର୍ଣ୍ଣ । ସେମି ଫାଇନାଲ ରେସରେ ଆଗକୁ ବଢିବା ପାଇଁ ବାଙ୍ଗଲାଦେଶକୁ ଭାରତ ଓ ପାକିସ୍ତାନ ବିପକ୍ଷରେ ମ୍ୟାଚ ଜିତିବାକୁ ହେବ । ଅପରପକ୍ଷରେ ଭାରତ ଓ ବାଙ୍ଗଲାଦେଶ ମ୍ୟାଚ ଉପରେ ପାକିସ୍ତାନର ମଧ୍ୟ ନଜର ରହିଛି । ଯଦି ଭାରତ ଓ ପାକିସ୍ତାନ ବିପକ୍ଷରେ ବାଙ୍ଗଲାଦେଶ ମ୍ୟାଚ ଜିତିଯାଏ ଏବଂ ନ୍ୟୁଜିଲାଣ୍ଡ ଠାରୁ ଇଂଲଣ୍ଡ ହାରିଯାଏ ତାହେଲେ ପାକିସ୍ତାନକୁ ପଛରେ ପକାଇ ବାଙ୍ଗଲାଦେଶ ସେମି ଫାଇନାଲରେ ପହଞ୍ଚିଯିବ ।

ଯଦି ଭାରତ ଆଜିର ମ୍ୟାଚ ହାରିଯାଏ ତାହେଲେ ଶ୍ରୀଲଙ୍କା ବିପକ୍ଷରେ ଶେଷ ମ୍ୟାଚ ଜିତିବା ଭାରତ ପାଇଁ ବହୁତ ମହତ୍ଵପୁର୍ଣ ହେବ । ନଚେତ ନେଟ ରନରେଟ ଆଧାରରେ ସେମିଫାଇନାଲରେ ପହଂଚିବାକୁ ଅପେକ୍ଷା କରିବାକୁ ପଡିବ ।

ଯଦି ବାଂଲାଦେଶ ଜିତିଯାଏ ତାକୁ ପାକିସ୍ତାନ ସହ ବରାବର ୯ ଅଙ୍କ ମିଳିବ । ଏହାପରେ ବାଂଲାଦେଶ ଅଙ୍କ ଟେବୁଲର ୫ ନମ୍ବର ସ୍ଥାନକୁ ପଳେଇ ଆସିବା । ଏହାପରେ ପାକିସ୍ତାନ ବିପକ୍ଷରେ ବାଂଲାଦେଶ ମ୍ୟାଚ ବହୁତ ମହତ୍ଵପୁର୍ଣ ରହିବ । ତେବେ ବାଂଲାଦେଶ ଉଭୟ ଭାରତ ଓ ପାକିସ୍ତାନକୁ ପରାସ୍ତ କଲେ ସେମି ଫାଇନାଲରେ ପହଂଚି ପାରିବ ।

ରେକର୍ଡ ଅନୁଯାୟୀ ଭାରତୀୟ ଟିମ ପୂର୍ବରୁ କେବେ ମଧ୍ୟ ବାଂଲାଦେଶ ଠାରୁ ହରିନାହିଁ । ଉଭୟ ଦେଶ ଏବେ ଯାଏଁ ୩୫ଟି ଏକ ଦିବସୀୟ ମ୍ୟାଚ ଖେଳି ସାରିଛନ୍ତି । ଏଥିରୁ କେବଳ ୫ଟି ମ୍ୟାଚରେ ବାଂଲାଦେଶ ଜିତିଛି । ୨୦୦୭ ମସିହା ବିଶ୍ୱକପରେ ବାଂଲାଦେଶ ଗୋଟିଏ ମ୍ୟାଚରେ ଭାରତକୁ ପରାସ୍ତ କରିଥିଲା । କିନ୍ତୁ ୨୦୧୧ ଏବଂ ୨୦୧୫ ବିଶ୍ୱକପରେ ଭାରତ ବାଂଲାଦେଶକୁ ବଡ ଅନ୍ତରରେ ପରାସ୍ତ କରିଥିଲା । ୨୦୧୫ ଜୁନ ପରେ ବାଂଲାଦେଶ ଭାରତ ଠାରୁ ଗୋଟିଏ ମ୍ୟାଚ ଜିତିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.