Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ରାଜ୍ୟରେ ବଦଳିଛି ବିଜେପି-ବିଜେଡି ସମୀକରଣ: ପାଟକୁରା ନିର୍ବାଚନ ଉପରେ ପଡିବ କି ପ୍ରଭାବ?

4/07/2019 at 5:00 PM

ଭୁବନେଶ୍ବର୪|୭: ଆଶା ଆଶଙ୍କା ଦୂର ହେଲା। ଆସନ୍ତା ୨୦ ତାରିଖରେ ହେବ ପାଟକୁରା ନିର୍ବାଚନ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ।  ବିଜ୍ଞପ୍ତି ପ୍ରକାଶ ପରେ ଅପେକ୍ଷାରତ  ପ୍ରାର୍ଥୀଙ୍କ ଭିତରେ ଜୋସ ଭରିଛି। ଏପଟେ ନିର୍ବାଚନ ବାରମ୍ଭାର ଘୁଞ୍ଚିଥିଲେ ବି ନେତା କିନ୍ତୁ ପାଟକୁରା ଛାଡିନଥିଲେ।  ସମ୍ମାନ ଓ ସ୍ବାଭିମାନ ଲଢ଼େଇ ପାଇଁ ବିଜେଡି ଓ ବିଜେପି ପାଇଁ ପାଟକୁରରେ ନେତାମନ୍ତ୍ରୀ ଡେରା ପକାଇଥିଲେ। ପାଟକୁରାରେ ବିଜେଡି ତାର ଗଡ ବଜାୟ ରଖିବା ପାଇଁ ସ୍ବତନ୍ତ୍ର ରଣନୀତି କରିଥିବା ବେଳେ ବିଜୟ ମହାପାତ୍ର ବିଜେଡି ହାତରୁ ପାଟକୁରାକୁ ଛାଡାଇବା ପାଇଁ ସ୍ବାଭିମାନ କାର୍ଡ ଖେଳୁଛନ୍ତି। …

ପ୍ରତୀକ୍ଷାର ଅନ୍ତ ଘଟିଲା  ଶେଷରେ ଘୋଷଣା ହେଲା ପାଟକୁରା ନିର୍ବାଚନ ତାରିଖ । ୨୦ ତାରିଖରେ ହେବ ପାଟକୁରାରେ ବିଧାନସଭା ନିର୍ବାଚନ ।  ଏ ନେଇ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତି ଅନୁସାରେ ୨୦ ତାରିଖରେ ଭୋଟ ଗ୍ରହଣ ହେବ । ୨୪ ତାରିଖରେ ଭୋଟ ଗଣତି ହେବ।  ୨୬ ତାରିଖ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କମିଶନ ବିଜ୍ଞପ୍ତି​‌ ପ୍ରକାଶ କରିଛନ୍ତି।  ବାରମ୍ବାର ନିର୍ବାଚନ ଘୁଞ୍ଚିବା ପରେ ପ୍ରାର୍ଥା ମାନଙ୍କ ମହଲରେ ନିରାଶା ଖେଳି ଯାଇଥିଲା।  ଏବେ ତାରିଖ ଘୋଷଣା ପରେ ତିନି ପ୍ରାର୍ଥା ତୟାର ଥିବା କହିଛନ୍ତି।

ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ ବିଜେଡି – ବିଜେପି ମଧ୍ୟରେ ନୂଆ ସମୀକରଣର ଚର୍ଚ୍ଚା ଚାଲିଛି । କେନ୍ଦ୍ରରେ ଉଭୟଙ୍କ ମଧ୍ୟରେ ଦୂରତା କମିବାର ବାରମ୍ବାର ଉଦାହରଣମାନ ସୃଷ୍ଟି ହେଉଛି । ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ହେଉ କି ପାର୍ଲାମେଣ୍ଟରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁ ରହସ୍ୟର ତଦନ୍ତ ଦାବି କରିବା, ବିଜେଡି ବିଜେପି ଏକ ନୂଆ ସମୀକରଣରେ ଅଗ୍ରସର ହେଉଛନ୍ତି ସେନେଇ ବାରମ୍ବାର ଚର୍ଚ୍ଚା ହେଉଛି। ଏତିକିବେଳେ ପାଟକୁରା ନିର୍ବାଚନରେ ଲଢ଼େଇ କେମିତି ହେବ? ବିଜୟ ମହାପାତ୍ରଙ୍କୁ ରୋକିବା ପାଇଁ ବିଜେଡି ପୁରା ଦମରେ ଲାଗିପଡିଛି। ଓ୍ବାର୍ଡ ଓ୍ବାରି ମନ୍ତ୍ରୀ ବିଧାୟକଙ୍କୁ ଦାୟୀତ୍ବ ଦେଇଛନ୍ତି। ମନ୍ତ୍ରୀଙ୍କ ଠାରୁ ବିଧାୟକ ଓ ବରିଷ୍ଠ ନେତାମାନେ ପାଟକୁରରେ ଡେରା ବି ପକାଇଛନ୍ତି। ବଳଦେବ ଜୀଉ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ଗସ୍ତ କରି ସହାୟତା  ଘୋଷଣା କରିଛନ୍ତି,  କେନ୍ଦ୍ରାପଡ଼ାକୁ ରେଳ ସଂଯୋଗର ସମୀକ୍ଷା ବି କରିଛନ୍ତି । ବିଜେଡି କେନ୍ଦ୍ରାପଡ଼ାକୁ ଫୋକସ ଦେଉଥିବା ବାର୍ତ୍ତା ଦେଉଛି। ଏଭଳି ପରିସ୍ଥିତିରେ ଚ୍ୟାଲେଞ୍ଜ ଏବେ ବିଜେପି ପାଇଁ ବଢ଼ି ଚାଲିଛି।

ଚତୁର୍ଥ ପ୍ରର୍ଯ୍ୟାୟରେ ପାଟକୁରା ବିଧରାନସଭାର ନିର୍ବାଚନ ଥିଲା । କିନ୍ତୁ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ଯୋଗୁଁ ଏହି ନିର୍ବାଚନ ମେ ୧୯ ତାରିଖକୁ କମିଶନ ଘୁଞ୍ଚାଇଥିଲେ ହେଲେ ୩ ତାରିଖ ଫୋନି ମାଡ ହୋଇଥିଲା। ଫଳରେ ପୁଣି ନିର୍ବାଚନ ଦୁଇ ମାସ ଘୁଞ୍ଚାଇଥିଲେ  କମିଶନ। ଏବେ ୨୪ ତାରିଖରେ ନୂଆ ଲଢ଼େଇର ରୂପରେଖ ଜଣା ପଡ଼ିବ।

   Related Posts