Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଜମ୍ମୁ-କାଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ସମାପ୍ତ, ଜାଣନ୍ତୁ ବଦଳିବ କ’ଣ, କେମିତି ହେବ ଦେଶର ନକ୍ସା

5/08/2019 at 4:37 PM

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ସମାପ୍ତ କରିବା ଲାଗି ସୋମବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ଏ ନେଇ ରାଜ୍ୟସଭାକୁ ସୂଚିତ କରିଛନ୍ତି। ତେବେ ଭାରତ ସହ  ଜମ୍ମୁ ଓ କାଶ୍ମୀରର ବିଲୟ ଦୀର୍ଘ ୬୮ ବର୍ଷ ପରେ ଭାରତ ସରକାର ନେଇଥିବା ଏହି ବଡ ନିଷ୍ପତ୍ତିର କଣ ରହିଛି ବଡ କଥା ଆସନ୍ତୁ ଜାଣିବା।

ଗୃହମନ୍ତ୍ରୀ ଅମିତ ଶାହ କାଶ୍ମୀର ଉପଭୋଗ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ସମାପ୍ତ କରିଦିଆଯାଇଥିବା ଓ କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତିରେ ରାଷ୍ଟ୍ରପତି ମୋହର ମାରିଥିବା ରାଜ୍ୟସଭାରେ କହିଛନ୍ତି। ତେବେ କାଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ସମାପ୍ତିରେ ଏହା ସହ ରାଜ୍ୟର ସ୍ଥାୟୀ ନାଗରିକଙ୍କ ଆଇନ ଅନୁଚ୍ଛଦ ୩୫-ଏ ମଧ୍ୟ ସମାପ୍ତ ହୋଇଯାଇଛି।  ସେହିପରି ସରକାର ଅନୁଚ୍ଛେଦ ୩୭୦ ସମାପ୍ତ କରିବା ସହ ରାଜ୍ୟ ପୁନର୍ଗଠନ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଫଳରେ ଜମ୍ମୁ ଓ କାସ୍ମୀରର ପୂର୍ଣ୍ମ ରାଜ୍ୟମାନ୍ୟତା କ୍ଷୁର୍ଣ୍ଣ ହୋଇଥିବା ବେଳେ ତା ସ୍ଥାନରେ ୨ଟି ନୂଆ କେନ୍ଦ୍ର ଶାସିତ ପ୍ରଦେଶ ସୃଷ୍ଟି ହେବେ। ଏଥିରୁ ଗୋଟିକର ନାମ ଜମ୍ମୁ ଓ କାଶ୍ମୀର ହେବାକୁ ଥିବା ବେଳେ ଅନ୍ୟଟିର ନାମ ଲଦ୍ଦାଖ ହେବ।

ଜମ୍ମୁ ଓ କାଶ୍ମୀରରେ ବିଧାନସଭା ରହିବ ହେଲେ ଲଦ୍ଦାଖର ରହିବ ନାହିଁ। ତେବେ ଅନୁଚ୍ଛେଦ ୩୭୦ର ଗୋଟିଏ ଖଣ୍ଡରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ତାହା ହେଉଛି ରାଷ୍ଟ୍ରପତିଙ୍କ କ୍ଷମତା। ତେବେ ଉଭୟ ପ୍ରଦେଶକୁ କେନ୍ଦ୍ର ଶାସିତ ରଖାଯିବାର କାରଣ ସମ୍ପର୍କରେ ଗୃହମନ୍ତ୍ରୀ କହିଛନ୍ତି ଯେ  ଆଞ୍ଚଳିତ ସୁରକ୍ଷା ଓ ଅନ୍ତର୍ଜାତୀୟ ସୀମା ଯୋଗୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। 

ତେବେ ସମ୍ବିଧାନର ଅନୁଚ୍ଛେଦ ୩୭୦ରେ କାଶ୍ମୀରକୁ କଣ ଲାଭ ମିଳୁଥିଲା ?
ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିଲା। ୧୯୪୭ ସ୍ୱାଧୀନତା ବେଳେ ଭାରତ-ପାକ ଭିଭାଜନକୁ ଦେଖି କାଶ୍ମୀର ରାଜା ହରିସିଂ ସ୍ୱାଧୀନ ରାଜ୍ୟ ରହିବାକୁ ପସନ୍ଦ କରିଥିଲେ। ତେବେ ପରେ କିଛି ସର୍ତ୍ତ ସହ ଭାରତରେ କାଶ୍ମୀରର ବିଲୟ ନିମନ୍ତେ ସହମତି ଦେଇଥିଲେ। ଭାରତରେ କାଶ୍ମୀରର ବିଲୟ ନିମନ୍ତେ ସମ୍ବିଧାନରେ ଅନୁଚ୍ଛେଦ ୩୭୦ର ବ୍ୟାବସ୍ଥା ହୋଇଥିଲା। ଯେଉଁଥିରେ କାଶ୍ମୀରକୁ କିଛି ବିଶେଷ ଅଧିକାର ପ୍ରଦାନ କରାଯାଇଥିଲା। ସେହି ଅନୁସାରେ ରାଜ୍ୟ ନିଜର ପୃଥକ ସମ୍ବିଧାନ ପ୍ରଣୟନ କରିଥିଲା।

୧୯୫୧ ମସିହାରେ ରାଜ୍ୟ ସମ୍ବିଧାନ ସଭାକୁ ପୃଥକ ଆହ୍ୱନ ନିମନ୍ତେ ଅନୁମତି ମିଳିଥିଲା । ୧୯୫୭ ମସହାରେ ରାଜ୍ୟର ସ୍ୱତନ୍ତ୍ର ସମ୍ବିଧାନ ଲାଗୁ ହୋଇଥିବା ବେଳେ ଏଥିରେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ସଂଯୁକ୍ତ କରିଦିଆଯାଇଥିଲା। ଯେଉଁଥିରେ ପ୍ରତିରକ୍ଷା, ବିଦେଶନୀତି ଓ ସଞ୍ଚର ପ୍ରସଙ୍ଗକୁ ଛାଡି ରାଜ୍ୟର ଆଭ୍ୟନ୍ତରିଣ ପ୍ରସଙ୍ଗରେ ଭାରତ ଆଇନ ପ୍ରଣୟନ କରିବା ଅଥବା ଲାଗୁ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସହମତି ଅନିବାର୍ଯ୍ୟ ଥିଲା।

କେବଳ ଏଥି ଲାଗି କାଶ୍ମୀରର ସମ୍ବିଧାନ ବରଖାସ୍ତ କରିବାର ଅଧିକାର ଭାରତର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇନି। ଏହି ଅନୁଚ୍ଛେଦ ଅନୁସାରେ ଜମ୍ମୁ-କାଶ୍ମୀର ରାଜ୍ୟରେ ନିଜର ଜାତୀୟ ପତାକା ଥିବା ବେଳେ ଭାରତର ଜାତୀୟ ପତାକା ଉତ୍ତୋଳନ ହୁଏ ନାହିଁ। ସେହିପରି ଏଠାକାର ବିଧାନସଭା କାର୍ଯ୍ୟକାଳ ମଧ୍ଯ ଭାରତର ଅନ୍ୟ ରାଜ୍ୟ ଠାରୁ ଅଧିକ। ଏଠାରେ ପ୍ରତି ୬ ବର୍ଷରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୁଏ। ଅନୁଚ୍ଛେଦ ୩୭୦ ଯୋଗୁ ସେଠାରେ ଆର୍ଥିକ ଜରୁରିକାଳୀନ ପରିସ୍ଥିତି ମଧ୍ୟ ଜାରି ହୋଇ ପାରୁନଥିଲା।

   Related Posts