Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଦେଶରେ ରହୁଥିବା ଭାରତୀୟ ଲୋକଙ୍କୁ ସେଠାରୁ ବିତାଡ଼ିତ କରାଗଲେ ଗୃହମନ୍ତ୍ରୀ ଅମିତ ଶାହା କ’ଣ କରିବେ?

3/09/2019 at 2:49 PM

ନୂଆଦିଲ୍ଲୀ୩|୯: ୪୭ ବର୍ଷ ତଳେ ଅର୍ଥାତ ୧୯୭୨ ମସିହା ଅଗଷ୍ଟ ମାସ​‌ରେ ଉଗାଣ୍ଡାର ଏକଛତ୍ରବାଦୀ ଇଦି ଅମିନ୍‌ ଏକ ଆଶ୍ଚର୍ଯ୍ୟଜନକ ଆଦେଶ ଦେଇଥିଲେ । ତାହା ହେଉଛି ଉଗାଣ୍ଡରୁ ୯୦ ଦିନ ଭିତରେ ଏସିଆ ମହାଦେଶର ବିଭିନ୍ନ ଦେଶରୁ ଆସି ଉଗାଣ୍ଡାରେ ରହୁଥିବା ଲୋକେ ଉଗାଣ୍ଡା ଛାଡିବାକୁ ହେବ ।  ଏହି ନିର୍ଦେଶ ପାଳନ ନକଲେ ସେମାନଙ୍କ ସମସ୍ତ ସମ୍ପତ୍ତି ଜୋର ଜବରଦସ୍ତ ଜବତ କରାଯିବ ବୋଲି ମଧ୍ୟ କଡା ଚେତାବନୀ ଦିଆଯାଇଥିଲା ।

ଉଗାଣ୍ଡାର ଏକଛତ୍ରବାଦୀ ସରକାର ସ୍ପଷ୍ଟ କରିଦେଇଥିଲେ ଯେ, କୌଣସି ଏସୀୟ ଯଦି ଉଗାଣ୍ଡାରେ ରହିବାକୁ ଚାହାନ୍ତି ତାହେଲେ  ସେମାନଙ୍କୁ  ନାଗରିକତା ପାଇଁ ସାନି ଆବେଦନା କରିବାକୁ ପଡ଼ିବ। ସେମାନଙ୍କ ପ୍ରମାଣ ପତ୍ର ଯାଞ୍ଚ କରିବା ପରେସେମାନଙ୍କ ନାଁକୁ ମେରିଟ୍‌ ତାଲିକାରେ ସ୍ଥାନ ଦିଆଯିବ।ଇଂଗ୍ରେଜଙ୍କ ଶାସନ ସମୟରୁ  ଉଗାଣ୍ଡାରେ ବସବାସ କରୁଥିବା ଏସୀୟ ଜନସଂଖ୍ୟା  ମଧ୍ୟରେ ଭାରତୀୟ ଗୁଜରାତି ବ୍ୟବସାୟୀଙ୍କ ସଂଖ୍ୟା ଅଧିକ।ଉଗାଣ୍ଡା ସରକାର ସେତେବେଳେ  ବହୁ ସଂଖ୍ୟକ ଗୁଜରାତି ବ୍ୟବସାୟଙ୍କୁ  ଜବରଦସ୍ତ ଦେଶରୁ ବହିଷ୍କାର କରିଥିଲେ ।ଠିକ ଏହିଭଳି ପରିସ୍ଥିତି ଯଦି ବର୍ତ୍ତମାନ ସମୟରେ ଆସେ ତେବେ ଗୃହମନ୍ତ୍ରୀ ଅମିତ ଶାହା କ’ଣ କରିବେ?

ଉଗାଣ୍ଡାରୁ ଏସୀୟଙ୍କୁ ବାହାର କରିବାର  ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେମାନେ ରହୁଥିବା ସ୍ଥାନକୁ ଅଧିକାର କରିବା।ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ନିଷ୍ପତ୍ତି ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ କରିବା ସହ ଅନ୍ତର୍ଜାତୀୟ ନ୍ୟାୟାଳୟରେ କଥା ଉଠାଇଥିଲେ। ଉଗାଣ୍ଡା ଅନ୍ତର୍ଜାତୀୟ  ଆଇନର  ଖୋଲା ଉଲ୍ଲଂଘନ କରୁଥିବା ଇନ୍ଦିରା ଗାନ୍ଧି ସାର୍ବଜନୀନ ଭାବେ ଅଭିଯୋଗ କରିଥିଲେ ।

 ବ୍ରିଟେନ ଓ ଭାରତ ସମେତ ସମସ୍ତ ପାଶ୍ଚାତ୍ୟ ଦେଶର ଏ ସଂକ୍ରାନ୍ତରେ ବିରୋଧକୁ ଉଗାଣ୍ଡାର ଶାସକ ଇଦି ଇମିନ ଭୃକ୍ଷେପ କରିନତିଲେ ।  ଇଦି ଇମିନ କହିଥିଲେ ତାଙ୍କ ଦେଶ ପାଇଁ କେଉଁଟା ଠିକ୍ କେଉଁଟା ଭୁଲ୍ ସେଇଟା ଉଗାଣ୍ଡା ସରକାର ହିଁ ନିଷ୍ପତ୍ତି କରିବ। ପ୍ରମାଣ ପତ୍ର ଯାଞ୍ଚ ପରେ ୮୦ ହଜାର ଏସାୟ ଲୋକଙ୍କ ମଧ୍ୟରୁ ୨୩ ହଜାର ଲୋକଙ୍କୁ ଉଗାଣ୍ଡାରେ ରହିବା ପାଇଁ ଅନୁମତି ଦିଆଯାଇଥିଲା। ବାକି ୫୭ ହଜାର  ଲୋକଙ୍କୁ ଉଗାଣ୍ଡାରୁ ବାହାର କରି ଦିଆ ଯାଇଥିଲା। ଏମାନଙ୍କୁ ମଧ୍ୟରୁ କିଛି ବ୍ରିଟେନ ଓ କେନିୟା ଚାଲିଯାଇଥିଲେ।

ବର୍ତ୍ତମାନ ସମୟରେ ବ୍ରିଟେନ ଓ ଉତ୍ତର ଆମେରିକାରେ ୬୦ ଲକ୍ଷରୁ ଅଧିକ ଭାରତୀୟ, ପାକିସ୍ତାନୀ ଓ ବାଙ୍ଗାଲାଦେଶୀ ରହିଛନ୍ତି। ଯଦି ଉଭୟ ଦେଶର ପ୍ରଧାନମନ୍ତ୍ରୀ  ବୋରିସ ଜନସନ୍ କିମ୍ବା ଜଷ୍ଟିନ ଟ୍ରୁଡୋ ସମେତ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ଘୋଷଣା କରନ୍ତି ଯେ, ୧୯୭୧ ମସିହା ପରେ ସେସବୁ ଦେଶରେ ରହୁଥିବା ଭାରତୀୟ ଲୋକଙ୍କୁ ପୂର୍ନବାର ନାଗରିକତ୍ବ ପାଇଁ ଆବେଦନ କରିବାକୁ ପଡିବ ତାହେଲେ ଭାରତର ଗୃହମନ୍ତ୍ରୀ ଅମିତ ଶାହା କ’ଣ କରିବେ? ସେହି ଲୋକମାନଙ୍କୁ କିପରି ଥଇଥାନ୍‌ କରିବେ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

   Related Posts