Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
  • ||
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||

ଫାଶୀର କିଛି ସମୟ ପୂର୍ବରୁ ଚାରି ଦୋଷୀଙ୍କ ମନରେ ଖେଳୁଥିଲା କଣ… ସେମାନଙ୍କୁ ଘାରୁଥିଲା ଡିସେମ୍ବର ୧୬ ରାତିର କଥା ଏବଂ ନିର୍ଭୟାଙ୍କ ଯନ୍ତ୍ରଣାର ସ୍ଵର !

24/03/2020 at 6:13 PM

ନୂଆଦିଲ୍ଲୀ ୨୪।୦୩ :  ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଦେବା ସହିତ ଶେଷରେ ଦୀର୍ଘ ସାତ ବର୍ଷ ପରେ ନିର୍ଭୟାଙ୍କ ପରିଜନକୁ ନ୍ୟାୟ ମିଳିଛି। ଚାରି ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀ ଦିଆଯାଇଛି। ଆସନ୍ତୁ ଜାଣିବା ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀ ପୂର୍ବରୁ ନିର୍ଭୟାର ଚାରି ଦୋଷୀଙ୍କ ମନରେ କଣ ଚାଲୁଥିଲା…

ବଢିଯାଏ ବଞ୍ଚିବାର ଆଗ୍ରହ

ଫାଶୀ ପୂର୍ବରୁ ଚାରି ଦୋଷୀ ବିନୟ କୁମାର ଶର୍ମା, ପବନ କୁମାର ଗୁପ୍ତା, ମୁକେଶ ଓ ଅକ୍ଷୟ କୁମାର ସିଂହଙ୍କ ମନର ସ୍ଥିତିକୁ ନେଇ ଡ. ଅନୁପମା କୁହନ୍ତି ଯେ, କିଏ ବା ବଞ୍ଚିବାକୁ ନ ଚାହେଁ ? ଜିଇଁବାର ଇଚ୍ଛା ସେହି ସମୟରେ ଆହୁରି ବଢିଯାଏ ଯେବେ ଜୀବନ ଉପରେ କୌଣସି ସଙ୍କଟ ଆସିଥାଏ। କାରଣ  ଜୀବନ ଚାଲିଯିବା ପରେ ଆଉ କିଛି ନଥାଏ। ତେଣୁ ଫାଶୀରେ ଝୁଲିବାର କିଛି ସମୟ ପୂର୍ବରୁ ନିର୍ଭୟାର ଚାରି ଦୋଷୀଙ୍କ ମନରେ ଜିଇଁବାର ଇଚ୍ଛା ପ୍ରବଳ ହୋଇଥିବ।

ମନରେ କିଛି ଚତ୍ମକାର ହେବାର ଆଶା ରହେ

ଡ. ଅନୁପମାଙ୍କ ଅନୁଯାୟୀ, ଫାଶୀ ପୂର୍ବରୁ ଚାରି ଦୋଷୀଙ୍କ ସାମ୍ନାରେ ମୃତ୍ୟୁ ନଜର ଆସୁଥିବ, କାରଣ ସେମାନେ ବଞ୍ଚିବାର ଆଶା ନେଇ ଆଇନର ସମସ୍ତ ବିକଳ୍ପ ଉପଯୋଗ କରି ତିନି ଥର ଡେଥ୍ ଓ୍ଵାରେଣ୍ଟକୁ ଟାଳି ସାରିଥିଲେ। ଏମିତିରେ ସେମାନେ ଚିନ୍ତା କରୁଥିବେ ଯେ ଏଥର ବି ଫାଶୀ ଘୁଞ୍ଚିଯିବ। ଅନେକ ଦୋଷୀ ଏମିତି ସମୟରେ ନିଜକୁ ଅନ୍ୟ ଦୁନିଆକୁ ନେଇ ଯିବା ପାଇଁ ଉଦ୍ୟମ କରନ୍ତି। ସେମାନଙ୍କୁ ଲାଗେ ଯେ, ଏହା ସବୁ ମିଥ୍ୟା ଅର୍ଥାତ ତାଙ୍କ ଫାଶୀ ହେବାକୁ ଯାଉନାହିଁ। ସେମାନେ ଏମିତି ଚିନ୍ତା କରିଥାନ୍ତି କାରଣ ସେମାନଙ୍କୁ  ଏଥିରୁ କିଛି ଆଶ୍ଵସ୍ତି ମିଳିଥାଏ।

ମନକୁ ମିଳେ ଆଶ୍ଵସ୍ତି

ନିର୍ଭୟାର ଚାରି ଦୋଷୀ ଏହା ବେଶ୍ ଭଲ ଭାବେ ଜାଣିଥିଲେ ଯେ, ସେମାନଙ୍କୁ ଫାଶୀ ହେବାର ଅଛି। ତଥାପି ସେମାନେ କ୍ରମାଗତ ଜେଲ୍‌ରେ ଉପସ୍ଥିତ ଅଧିକାରୀଙ୍କୁ କ୍ଷମା ମାଗି ତାଙ୍କୁ ଛାଡି ଦେବାକୁ ନେହୁରା ହେଉଥିଲେ। ସେମାନେ ଏମିତି କରି ନିଜ ମନକୁ ଆଶ୍ଵସ୍ତି ଦେଉଥିବେ। କୁହାଯାଉଛି ଯେ, କାନ୍ଦିବା ଓ ଭାବୁକ ହେବା ସ୍ଥିତିରେ ସେଠାରେ ଥିବା ଅଧିକାରୀ  ଲଗାତାର ସେମାନଙ୍କର ପିଠି ଥାପୁଡେଇ ଦେଉଥିଲେ, ଯଦ୍ଵାରା ଦୋଷୀଙ୍କୁ ନର୍ଭସ ବ୍ରେକ୍ ଡାନଉରୁ ବଞ୍ଚା ଯାଇ ପାରିବ। ବିଶେଷ କରି ବୟସ ବଢିଲେ ଏମିତି ସ୍ଥିତି ଉପୁଜି ଥାଏ।

ଅପରାଧ ପାଇଁ କ୍ଷମା ମାଗନ୍ତି

ଡ. ଅନୁପମା କହିଛନ୍ତି ଯେ, ଫାଶୀର ଠିକ୍ ପୂର୍ବରୁ ଚାରି ଦୋଷୀଙ୍କ ଆଖି ଆଗରେ ୨୦୧୨ ଡିସେମ୍ବର ୧୬ର ସେହି କାଳରାତ୍ରିର ଦୃଶ୍ୟ ଉଙ୍କି ମାରିଥିବ, ଯେଉଁ ସମୟରେ ସେମାନେ ନିର୍ଭୟା ସହିତ ଏହି ଘୃଣିତ କାର୍ଯ୍ୟ କରିଥିଲେ। ଏହି ସମୟରେ ସେମାନେ ନିଜର ଅପରାଧ ପାଇଁ ଭଗବାନଙ୍କ ନାମ ନେଇ କ୍ଷମା ମାଗିଥିବେ କାଳେ ଭଗବାନ ସେମାନଙ୍କୁ ବଞ୍ଚାଇ ଦେବେ।

ପଶ୍ଚାତାପ

ଫାଶୀ ପୂର୍ବରୁ ଏମିତି ସମୟ ଆସିଥିବ ଯେବେ ଦୋଷୀ ନିଜର ଅପକର୍ମ ପାଇଁ ପଶ୍ଚାତାପ କରିଥିବେ କାରଣ ସେମାନେ ହୃଦବୋଧ କରି ସାରିଥାନ୍ତି ଯେ, ସେମାନେ ଦୁନିଆ ଛାଡି ଯାଉଛନ୍ତି। ସେମାନେ ସେହି ଦୁନିଆକୁ ଯାଉଛନ୍ତି ଯାହା ବିଷୟରେ ସେମାନଙ୍କୁ କିଛି ଜଣା ନାହିଁ।

ମା-ବାପା ଓ ପିଲାଙ୍କୁ ମନେ ପକାନ୍ତି

ଫାଶୀର ଠିକ୍ ପୂର୍ବରୁ ନିର୍ଭୟାର ଚାରି ଦୋଷୀ ନିଶ୍ଚୟ ଭାବିଥିବେ ଯେ, ମରିବା ପରେ ଆମ ମାତା-ପିତାଙ୍କର ଅବସ୍ଥା କଣ ହେବ ? ଏହାକୁ ମନେ ପକାଇ ସେମାନେ କାନ୍ଦିଥିବେ। ଅର୍ଥାତ ବିନୟ, ପଓ୍ଵନ ଓ ମୁକେଶ ନିଶ୍ଚୟ ମାତା-ପିତାଙ୍କୁ ମନେ ପକାଇଥିବେ  ଏବଂ ଭାବିଥିବେ ଯେ, ତାଙ୍କ ସହିତ ଆଉ କେବେ ସାକ୍ଷାତ  ହୋଇ ପାରିବ ନାହିଁ।

ଅକ୍ଷୟ ନିଜର ପିଲାଙ୍କ କଥା ମନେ ପକାଇଥିବ

ଚାରି ଦୋଷୀଙ୍କ ମଧ୍ୟରୁ ଅକ୍ଷୟ କୁମାର ସିଂହ ଯେବେ ଅପରାଧ କରିଥିଲା ସେହି ସମୟରେ ତାର ତିନି ମାସର ଝିଅ ଥିଲା। ସେ ଝିଅକୁ ବର୍ତ୍ତମାନ ୭ ବର୍ଷ ହୋଇ ସାରିଥିବ। ସେ ନିଜର ପିଲା ଓ ପତ୍ନୀକୁ ମନେ ପକାଇ କାନ୍ଦି ଥିବ।

   Related Posts