ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବୋଇଂ ଦୁର୍ଘଟଣାର କ’ଣ ହୋଇପାରେ କାରଣ ?

Published By : Prameya-News7 Bureau | August 09, 2020 IST

କୋଝିକୋଡ : କେରଳ କୋଝିକୋଡ କାରୀପୁର ଏୟାରପୋର୍ଟରେ ଶୁକ୍ରବାର ଘଟିଥିବା ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଏବେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏବେ ଦୁର୍ଘଟଣାର କାରଣକୁ ନେଇ ନାନା ପ୍ରଶ୍ନ ଉଠିଛି। ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନଟି ଏଠାରେ ସେଦିନ ପ୍ରଥମ ଥର ଅବତରଣ କରୁନଥିଲା। ଗତ ସପ୍ତାହରେ କୋଝିକୋଡ-ୟୁଏଇ ମଧ୍ୟରେ ଏହି ବିମାନ ୪ ଥର ସଫଳ ଉଡାଣ କରିଥିଲା। ହେଲେ ଶୁକ୍ରବାର ଉଡାଣ ଏହାର ଶେଷ ଉଡାଣ ହୋଇଛି।

{"id":312153,"sizeSlug":"large"}

ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ବୋଇଂ ୭୩୭-୮ଏଚଜି( ୭୩୭-୮୦୦) ଶ୍ରେଣୀର ବିମାନ ଥିବା ବେଳେ ଏହାର ସିରିୟଲ ନମ୍ବର ୩୬୩୨୩ ଓ ରେଜିଷ୍ଟ୍ରେସନ ନମ୍ବର ଭିଟି-ଏଏକ୍ସଏଚ୍‌ ଥିଲା । ବିମାନ ଗତ ୧୫ନଭେମ୍ବର ୨୦୦୬ରେ ଏୟାର ଇଣ୍ଡିଆ ସାମିଲ ହୋଇଥିବା ବେଳେ ଏହା ମାତ୍ର ୧୩ ବର୍ଷ ୭ ମାସ ପୁରୁଣା। ବିମାନ ଉଡାଣ ଉପଯୋଗୀ ବୋଲି ମଧ୍ୟ ଘୋଷଣା ହୋଇଥିଲା।

{"id":312146,"sizeSlug":"large"}

ବୋଇଂ ୭୩୭-୮୦୦ ଏକ ପରବର୍ତ୍ତି ପିଢୀର ବିମାନ, ଏଣୁ ଏହାକୁ ୭୩୭ ଏନଜି ମଧ୍ୟ କୁହାଯାଏ। କ୍ଲାସିକ୍ ୭୩୭ ଠାରୁ ୭୩୭-ଏନଜିରେ ଅନେକ ବୈଷୟିକ ଓ ସୁରକ୍ଷା ପରିବର୍ତ୍ତନ ମଧ୍ୟ ରହିଛି। ଯେଉଁଥିରେ ଏହାର ଡେଣାଗୁଡିକ କ୍ଲାସିକ ୭୩୭ ଠାରୁ ୨୫ ପ୍ରତିଶତ ବଡ ଥିବାରୁ ଏହାର ଇନ୍ଧନ ଧାରଣ କ୍ଷମତା ୩୦ପ୍ରତିଶତ ଅଧିକ। ଏଣୁ ବିମାନ ଅତିରିକ୍ତ ୯୦୦ ନଟିକାଲ ମାଇଲ ଉଡାଣ କରିବାର ସାହାସ ରଖୁଥିଲା। ସେହିପରି ବିମାନର ଅନ୍ୟ ବୈଷୟିକ ବୈଶିଷ୍ଟ୍ୟରେ ବ୍ରେକିଂ ସିଷ୍ଟମ ମଧ୍ୟ ଇନ୍ଧନ ସାଶ୍ରୟୀ ଅଟେ।

{"id":312147,"sizeSlug":"large"}

ଏହାଛଡା ବିମାନକୁ ସେଦିନ ଦୀପକ ବସନ୍ତ ସାଠେଙ୍କ ଭଳି ଜଣେ ଅଭିଜ୍ଞ ପାଇଲଟ କମାଣ୍ଡ କରୁଥିବା ବେଳେ ସାଥୀ ପାଇଲଟ ଥିଲେ ଅଖିଳେଶ କୁମାର। ସାଠେ ଭାରତୀୟ ବାୟୁସେନାର ଜଣେ ସମ୍ମାନୀତ ଯୁଦ୍ଧବିମାନ ପାଇଲଟ ହୋଇଥିବା ବେଳେ ଯାତ୍ରୀ ବିମାନ ଚାଳନାରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ଏହା ସତ୍ତ୍ୱେ ବିମାନ ଅବତରଣରେ ଏପରି କଣ ଅସୁବିଧା ଉପୁଜିଲା ଯେଉଁଥି ଲାଗି ବିମାନ ରନୱେରୁ ୩୦ ଫୁଟ ଆଗକୁ ଯାଇ ଖାତକୁ ଖସିଲା ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।

{"id":312149,"sizeSlug":"large"}

 କାରୀପୁର ବିମାନ ବନ୍ଦରର ସଂରଚନା ହିଁ ଏହାକୁ ଟେବୁଲଟପ୍ ଏୟାରପୋର୍ଟରେ ପରିଣତ କରିଛି। ଏଠାରେ ଦୁଇଟି ରନୱେ ରହିଛି। ଏଥିରୁ ଗୋଟିଏ ରନୱେ ସଂଖ୍ୟା ୨୮ ହୋଇଥିବା ବେଳେ ଅନ୍ୟଟି ୧୦।  ତେବେ ୨୮ନମ୍ବର ରନୱେରେ ପ୍ରାୟ ବିମାନ ଅବତରଣ କରୁଥିବା ବେଳେ ଶୁକ୍ରବାର ଅବତରଣ ବେଳେ ପାଇଲଟ ୧୦ ନମ୍ବର ରନୱେରେ ବିମାନ ଅବତରଣ କରାଇଥିଲେ। ହୁଏତ ଦୃଶ୍ୟତା ଜନିତ କାରଣ ଯୋଗୁ ବିମାନବନ୍ଦର କର୍ତ୍ତୃପକ୍ଷ ୧୦ ନମ୍ବର ରନୱେରେ ଅବତରଣ ଅନୁମତି ଦେଇଥାଇପାରନ୍ତି ତେବେ ସେଥିରେ ପାଣି ଜମି ଥିଲା କି ନା ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

{"id":312151,"sizeSlug":"large"}

ସେହିପରି ବିମାନ ଅବତରଣ ବେଳେ ଟେଲ ୱିଣ୍ଡର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥାଏ। ପବନର ବେଗ ସେତେବେଳେ ୧୨ ନଟ୍‌ ଥିଲା ବୋଲି ମିଟର ରିପୋର୍ଟରୁ ଜଣାପଡିଛି। ସଂଶୋଧିତ ହୁଏତ ୧୧ନଟ୍ ଥାଇପାରେ। ତେବେ ଏ କ୍ଷେତ୍ରରେ ସ୍ପାଇସ୍‌ ଜେଟ୍ ପରିସ୍ଥିତି ଉପୁଜିଥିଲା କି ତାହା ମଧ୍ୟ ତଦନ୍ତ ସାପେକ୍ଷ। ୨୦୧୭ ମସିହାରେ ସ୍ପାଇସ୍ ଜେଟ୍‌ ବିମାନ କାଲିକଟ ଏୟାରପୋର୍ଟରେ ଅବତରଣ କରିବା ବେଳେ ପାଇଲଟ ମିଟର ରିପୋର୍ଟ ଅପେକ୍ଷା ଅଧିକ ଟେଲ ୱିଣ୍ଡ ଅନୁଭବ କରିଥିଲେ। ଫଳରେ ବିମାନଟି ରନୱେରେ ଘୋଷାରି ହୋଇଯାଇଥିଲା।

{"id":312154,"sizeSlug":"large"}

ତେବେ ବୈଷୟିକ କାରଣ ଯାହାବି ହୋଇଥାଉ ନା କାହିଁକି ସେଦିନ ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନକୁ ଅବତରଣ ଲାଗି ୪୫ କିଲୋମିଟର ଦୂରରେ ଥିବା ଅନ୍ୟ ବିମାନ ବନ୍ଦରକୁ ମଧ୍ୟ ପଠାଇ ପାରିଥାନ୍ତେ। ତେବେ ବିମାନରେ ସେପର୍ଯ୍ୟନ୍ତ ଉଡାଣ ଲାଗି ଇନ୍ଧନ ଥିଲା କି ନା ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହୁଏତ ଇନ୍ଧନ ଜନିତ କାରଣ ଲାଗି ପାଇଲଟ କାରୀପୁରକୁ ହିଁ ଚୟନ କରିଥାଇ ପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.