Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ଏମାନଙ୍କ ଦୋଷ କଣ ଥିଲା ? ଚାଷବାସ କରି ପେଟ ପୋଷିବା ଦୋଷ ଥିଲା କି ?

16/07/2020 at 8:45 PM

ମଧ୍ୟପ୍ରଦେଶ୧୬/୭:  ମଧ୍ୟପ୍ରଦେଶ ଗୁନାରେ କୃଷକ ଦମ୍ପତିଙ୍କୁ ପୋଲିସର ଲାଠି ମାଡ ଓ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗୁନାର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ପଦରୁ ହଟାଇ ଦିଆଯାଇଛି । ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଗୁନା ଘଟଣାକୁ ନେଇ ସାରା ଦେଶରେ ଏବେ ସୃଷ୍ଟି ହୋଇଛି ଆଲୋଡନ । ଏହାକୁ ନେଇ ଜୋର ଧରିଛି ରାଜନୀତି।

ଏମାନଙ୍କ ଦୋଷ କଣ ଥିଲା ? ଚାଷବାସ କରି ପେଟ ପୋଷିବା ଦୋଷ ଥିଲା କି ? ନା ଏମାନେ ସାଧାରଣ ଗରିବ ଚାଷୀ ଥିଲେ ବୋଲି ପୋଲିସ ଏମିତି କରିଛି ଲାଠି ବର୍ଷା । ମଙ୍ଗଳବାର ମଧ୍ୟପ୍ରଦେଶ ଗୁନାର ଏହି ସମ୍ବେଦନଶୀଳ ଘଟଣାକୁ ନେଇ  କେବଳ ମଧ୍ୟପ୍ରଦେଶ ରାଜନୀତି  ନୁହେଁ ସାରା ଦେଶର ରାଜନୀତି ଉଠୁଛି ପଡୁଛି । ମାଡ ଖାଉଥିବା ଏହି ଦମ୍ପତିଙ୍କର ଜମି ବାଡି ନଥିବାରୁ ଖାଲିପଡିଥିବା ଏକ ସରକାରୀ ଜମିରେ ଏମାନଙ୍କ ପୂର୍ବ ପୁରୁଷ ଅମଳରୁ ଚାଷ କରି ଆସୁଥିଲେ ।

ହେଲେ ମଙ୍ଗଳବାର ଦ୍ବିପ୍ରହରେ ଅଚାନକ ସେଠାରେ ଏଡିଏମ୍‌ଙ୍କ ନେତୃତ୍ବରେ ଜେସିବି ଧରି ପହଞ୍ଚିଥିଲା ପୋଲିସ । ଫସଲରେ ଜେସିବି ଚଢାଇ ଦେଇଥିଲା । ଧାର କରଜକରି ଚାଷ କରିଥିବା ଏହି ଦମ୍ପତି ଯେତେ କାକୁତି ମୀନତି ହୋଇ ବିରୋଧ କରିଥିଲେ ବି କିଛି ଶୁଣିନଥିଲା ପୋଲିସ । ସେମାନଙ୍କ ଛୋଟ ଛୁଆଙ୍କ ସାମ୍ନାରେ ଗଡାଇ ତଡାଇ ଉଭୟଙ୍କୁ ମାଡ ମରାଯାଇଥିଲା। ଫଳରେ ଏହି ଦମ୍ପତି ସେହିଠାରେ ହି ବିଷ ପିଇଦେଇଥିଲେ । ଘଟଣାସ୍ଥଳକୁ କଂଗ୍ରେସର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଯାଇ ପହଞ୍ଚିଥିଲା ତଦନ୍ତ କରିଛି ।

ଏହି ଘଟଣା ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ଶିବରାଜ ସିଂ ଚୌହାନଙ୍କୁ  ବିରୋଧୀ ଦଳଙ୍କ ସମେତ ସମସ୍ତେ ଘେରିଥିଲେ । ଅନେକ ରାହୁଲ ଗାନ୍ଧିଙ୍କ ସମେତ, ଅଖିଳେଶ ଯାଦବଙ୍କ ଭଳି ରାଜନେତା , ଅନେକ ସମାଜସେବୀ, ବଲିଉଡ୍ ଷ୍ଟାର କଡା ଭାଷାରେ ସମାଲୋଚନା କରିଥିଲେ । ସାରା ଦେଶରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା । ଶେଷରେ ସ୍ଥାନୀୟ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପଦରୁ ହଟାଇବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  

ବିଷ ପିଇଥିବା ଚାଷୀ ରାଜକୁମାର ଅହିରବାରଙ୍କ ଅବସ୍ଥା ସ୍ଥିର ଥିବା ବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗମ୍ଭୀର ରହିଛି । ଗୁନା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଏହି ଦମ୍ପତିଙ୍କୁ ସେମାନଙ୍କ ଜମି ଫେରାଇବା ସହ କ୍ଷତିପୂରଣ ଦେବା ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି।   

   Related Posts