ଜୀବନ ସହ ସମ୍ବଦ୍ଧିତ ବିଷୟବସ୍ତୁ ପ୍ରତି ଗୌତମ ବୁଦ୍ଧଙ୍କ ଦୃଷ୍ଟିକୋଣ ଥିଲା ଭିନ୍ନ । ସେ କୌଣଶି ବିଷୟରେ କାହାକୁ ଓଲଟା ସିଧା କହୁନଥିଲେ । ସାଧାରଣ ଉଦାହରଣ ମାଧ୍ୟମରେ ବୁଦ୍ଧ ଶିଷ୍ୟମାନଙ୍କୁ ସମସ୍ୟା ସମାଧାନର ବାଟ ଦେଖାଇଦେଉଥିଲେ । ଥରେ ଜଣେ ଶିଷ୍ୟ ବୁଦ୍ଧଙ୍କୁ ପଚାରିଲେ ଭଗବାନ ମୃତ୍ୟୁ ପରେ କଣ ହୁଏ ସେ ନେଇ ତ ଆପଣ କେବେ କିଛି କହୁ ନାହାନ୍ତି । ଶିଷ୍ୟଙ୍କ ପ୍ରଶ୍ନରେ ଅଳ୍ପ ହସିଲେ ବୁଦ୍ଧ । କହିଲେ ତେବେ ତୁମେ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦିଅ।
{"id":107158,"width":585,"height":675}ବୁଦ୍ଧ ପଚାରିଲେ ଜଣେ ବାଟୋଇ ଯାଉଥିବା ବେଳେ ଅଚାନକ ଏକ ତୀର ଆସି ତାଙ୍କ ଦେହରେ ବାଜିଲା, ସେ କଣ କରିବେ ? ଦେହରୁ ତୀରଟିକୁ କାଢିବେ ନା ତୀର କୁଆଡୁ ଆସିଲା ଖୋଜିବେ ? ଶିଷ୍ୟ କହିଲେ ପ୍ରଥମେ ଦେହରୁ ତୀର କାଢିବେ । ବୁଦ୍ଧ କହିଲେ ତୁମର ଉତ୍ତର ଯଥାର୍ଥ । ଏବେ କୁହ ଜୀବନର ଦୁ୍ଃଖ ନିବାରଣ ବିଷୟରେ ଆମେ ଚିନ୍ତା କରିବା ନା ମୃତ୍ୟୁପରେ କଣ ହେବ ସେ ସମ୍ପର୍କରେ ବିଚାର କରିବା ?
{"id":107159,"width":580,"height":435}ବୁଦ୍ଧ କହିଲେ ମୃତ୍ୟୁ ନିଶ୍ଚିତ, ତେବେ କେତେବେଳେ କୋଉଠି ହେବ ତାହା ଆମେ କେହି ଜାଣନ୍ତିନି। କେବଳ ପରମାତ୍ମା ହିଁ ଏହା ଜାଣନ୍ତି । ଏଣୁ ଆମେ କେବଳ କର୍ମର ଅଧୀନ, ଆମକୁ ଆମର କର୍ତ୍ତବ୍ୟ କରିବା ଉଚିତ। ଯଦି ଆମେ ବ୍ୟର୍ଥ ଚିନ୍ତାରେ ସମୟ ନଷ୍ଟ କରିବା ସେଥିରୁ ଆମକୁ କିଛି ମିଳିବ ନାହିଁ । ଏଣୁ ଆମେ କେବଳ ସେହି ବିଷୟରେ ଚିନ୍ତା କରିବା କଥା ଯାହା ଆମେ କରି ପାରିବା। ଗୌତମ ବୁଦ୍ଧଙ୍କ ଉଦ୍ଦେଶ୍ୟ ଶିଷ୍ୟଜଣକ ବୁଝି ଗଲେ, ତାଙ୍କର ସମସ୍ତ ଜିଜ୍ଞାସା ଶାନ୍ତ ହୋଇଗଲା। ଏହି କଥାରୁ ଆମକୁ କେବଳ ଏତିକି ଶିକ୍ଷା ମିଳିଲା ବ୍ୟର୍ଥ ଚିନ୍ତାରେ ସମୟ ଅପଚୟ ନ କରି ନିଜର ତଥା ସମାଜର କଲ୍ୟାଣ ପାଇଁ ଚିନ୍ତା କରିବା ଉଚିତ।