Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ସାପ କାମୁଡିଦେଲେ ପ୍ରଥମେ କ’ଣ କରିବେ ଜାଣନ୍ତୁ

25/09/2019 at 4:01 PM

ସାପ ଏକ ଭୟାଳୁ ପ୍ରାଣୀ। ସେ ନିଜ ଜୀବନ ପ୍ରତି ଭୟ ଅନୁଭବ କଲେ ଅନ୍ୟ ପ୍ରାଣୀଙ୍କୁ ଆଘାତ କରିଥାଏ।  ସାଧାରଣତଃ ବର୍ଷା ଦିନେ ଲୋକେ ବିଲବାଡିକୁ କାମ କରିବାକୁ ଯାଇଥିବା ବେଳେ ସାପ କାମୁଡାର ଶିକାର ହୋଇଥାନ୍ତି। କେବେ କେବେ ଘର ବାରି ବଗିଚାରେ ବି ଲୋକଙ୍କୁ ସାପ କାମୁଡିବାର ନଜିର ବି ରହିଛି। ହେଲେ ଯଦି କେବେ ଏଭଳି ପରିସ୍ଥିତି ଉପୁଜେ ତେବେ କିପିରି ପରିସ୍ଥିତିର ମୁକାବିଲା କରିବେ ଆସନ୍ତୁ ଜାଣିବା।

ପ୍ରଥମେ ଆମ୍ବୁଲାନ୍ସକୁ ଫୋନ କରନ୍ତୁ
ସାପ କାମୁଡି ଦେଲେ ଆତଙ୍କିତ ହୁଅନ୍ତୁ ନାହିଁ। କେଉଁ ସାପ କାମୁଡିଲା ତାହା ଜାଣିବା ଲାଗି ତାର ପିଛା କରନ୍ତୁ ନାହିଁ । ଯେଉଁ ସ୍ଥାନରେ ଆପଣଙ୍କୁ ସାପ କାମୁଡିଛି ସେହି ସ୍ଥାନରେ ରହି ଲୋକଙ୍କୁ ସହାୟତା ନିମନ୍ତେ ଡାକନ୍ତୁ। ନିଜ ପାଖରେ ମୋବାଇଲ ଫୋନ ଥିଲେ ତୁରନ୍ତ ଫୋନ କରି ଆମ୍ବୁଲାନ୍ସକୁ ଡକାନ୍ତୁ ନଚେତ କାହାକୁ ଆମ୍ବୁଲାନ୍ସ ଡକାଇବାକୁ କୁହନ୍ତୁ । ପାଖଆଖରେ ଥିବା ଲୋକେ ଆପଣଙ୍କ ପ୍ରାଥମିକ ଉପଚାର କରି ଡାକ୍ତରଖାନା ପହଞ୍ଚାଇବାର ବ୍ୟବସ୍ଥା କରିବେ। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର କିଛି ପରୀକ୍ଷା ନିରିକ୍ଷା କରି କେଉଁ ପ୍ରକାର ସାପ କାମୁଡିଛି ତାହା ସୁନିଶ୍ଚିତ କରିବା ସହ ଆପଣଙ୍କର ଚିକିତ୍ସା କରିବେ।

ତୁରନ୍ତ ହସ୍ପିଟାଲରେ ପହଞ୍ଚନ୍ତୁ
ଅଧିକାଂଶ ସାପ ବିଷାକ୍ତ ନୁହନ୍ତି। ଏହାମାନେ ନୁହେଁ ଯେ ଆପଣ ଶରୀରରେ ସାପ ବିଷର ଜ୍ୱାଳା ଅନୁଭବ କରିବା ପରେ ହସ୍ପିଟାଲକୁ ଯିବେ। ସେତେବେଳକୁ ହୁଏତ ଅନେକ ବିଳମ୍ବ ହୋଇସାରିଥିବ। ଏଣୁ ସାପ କାମୁଡିବା ମାତ୍ରେ ତୁରନ୍ତ ହସ୍ପିଟାଲରେ ପହଞ୍ଚି ଡାକ୍ତରଙ୍କୁ କାମୁଡା ସ୍ଥାନ ଦେଖାଇ ତୁରନ୍ତ ପାରୀକ୍ଷା କରାନ୍ତୁ। ସାପ କାମୁଡିଲେ ଆପଣ ହଲଚଲ ନ ହୋଇ ଗୋଟିଏ ସ୍ଥାନରେ ଛିଡା ହୋଇ ରହି ଲମ୍ବା ଲମ୍ବା ନିଶ୍ୱାସ ନିଅନ୍ତୁ। ଏହା ଦ୍ୱାରା ନିଜକୁ ହାଲୁକା କରିବା ସହ ଭୟମୁକ୍ତ ରହିପାରିବେ। କୁହାଯାଏ ସାପ କାମୁଡିଲେ ବିଷ ରକ୍ତରେ ପ୍ରବାହିତ ହୋଇଥାଏ,କଥାଟା କିନ୍ତୁ ତାହା ନୁହେଁ।  ସାପ କାମୁଡିଲେ ଲସିକାରେ ବିଷ ସାରା ଶରୀରକୁ ଆକ୍ରାନ୍ତ କରେ। ଏଣୁ ହଲଚଲ ହେଲେ ଅଥବା ଚାଲିଲେ ସାପ ବିଷ ଶରୀରକୁ ବ୍ୟାପୀଯାଏ।

କାମୁଡିଥିବା ସ୍ଥାନକୁ କାଟନ୍ତୁ ନାହିଁ କି ଧୁଅନ୍ତୁ ନାହିଁ
ଏଣୁ ସାପ କାମୁଡିଛି ଜାଣିଲା ମାତ୍ରେ ଆଘାତ ସ୍ଥାନରୁ ସାମାନ୍ୟ ଉପରକୁ ଇଲାଷ୍ଟିକ ଭଳି ହେଉଥିବା କପଡା ଅଥବା ଇଲାଷ୍ଟିକରେ ଭିଡିକରି ବାନ୍ଧିଦିଅନ୍ତୁ ।  ସାପ କାମୁଡିଥିବା ସ୍ଥାନକୁ ଧୁଅନ୍ତୁନାହିଁ କି କଟାକଟି କରନ୍ତୁ ନାହିଁ। ଏହା ଦ୍ୱାରା ରୋଗୀର ଅବସ୍ଥା ଗୁରୁତର ହୋଇପାରେ। ତୁରନ୍ତ ରୋଗିକୁ ନିକଟସ୍ଥ ହସ୍ପିଟାଲରେ ପହଞ୍ଚିାଇବାର ବ୍ୟବସ୍ଥା କରନ୍ତୁ । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ଏହାର ଉପଚାର କରିବେ।

   Related Posts