ଯଦି ପରିବାର ସଦସ୍ୟଙ୍କ ଦେହରେ ଦେଖାଦିଏ କରୋନା ଲକ୍ଷଣ, ତାହେଲେ କରିବେ କ'ଣ ?

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ୨୩/୦୩ : କରୋନା କବ୍‌ଜାରେ ସାରା ବିଶ୍ୱ। ଲୋକେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି | ଭାଇରସ୍‌ରେ ସଂକ୍ରମିତ ହୋଇ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏପରି କି ଲକ୍ଷ ଲକ୍ଷ ଲୋକ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ସାରା ବିଶ୍ୱରେ କରୋନା ଭାଇରସ୍ ବ୍ୟାପିବା ଯୋଗୁଁ ସମ୍ଭବତଃ ଆମେ ସମସ୍ତେ କେଉଁଠି ନା କେଉଁଠି ପ୍ରଭାବିତ ହେଉଛନ୍ତି | ତେବେ ଅଧିକାଂଶ ଲୋକ ସାମାନ୍ୟ ପ୍ରଭାବିତ ହେବା ଆଶଙ୍କା କରାଯାଉଛି| ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି | ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ପରିବାରର କୌଣସି ସଦସ୍ୟ ଯଦି କରୋନାରେ ଆକ୍ରାନ୍ତ ହେଲେ ପ୍ରାଥମିକ ଚିକିତ୍ସା କିପରି କରିବେ। କେଉଁ ଲକ୍ଷଣ ପରିଲକ୍ଷିତ ହେଲେ କରୋନା ବୋଲି ଜାଣିବା? ଆସନ୍ତୁ ଜାଣିବା ପ୍ରଥମ ଦିନରୁ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ କି ପ୍ରକାର ଲକ୍ଷଣ ଦେଖାଯାଇଥାଏ।

ଯଦି ଆପଣଙ୍କ କିମ୍ବା ଆପଣଙ୍କ ପରିବାର ସଦସ୍ୟଙ୍କୁ କାହାକୁ ଫ୍ଲୁ ହେଲାଭଳି ସନ୍ଦେହ ହୁଏ ତା ହେଲେ ସାବଧାନ ହୋଇଯାଆନ୍ତୁ | ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ସହ ତାଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ। ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ|

ଡାକ୍ତରଙ୍କୁ ପରାମର୍ଶ କରିବା ପରେ ସିଧାସଳଖ ହସ୍ପିଟାଲ ନ ଯାଇ ଫୋନରେ ଆଲୋଚନା କରନ୍ତୁ| ଆବଶ୍ୟକ ପଡିଲେ ହସ୍ପିଟାଲ ଯାଆନ୍ତୁ | ନଚେତ୍ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ହେଲ୍‌ପ ଲାଇନ ନମ୍ବରରେ ଫୋନ୍ କରନ୍ତୁ | ହସ୍ପିଟାଲ ଯିବା ପୂର୍ବରୁ କିଛି ନିୟମ ପାଳନ କରନ୍ତୁ ଯେଉଁଭଳି ହସ୍ପିଟାଲ କର୍ମଚାରୀ କିମ୍ବା ରୋଗୀଙ୍କୁ ସଂକ୍ରମଣ ନ ହେଉ |

କରୋନା ସଂକ୍ରମଣ ଲକ୍ଷଣ ଦେଖାଦେବା ମାତ୍ରେ କୌଣସି ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ପ୍ରବେଶ କରନ୍ତୁ ନାହିଁ | କାରଣ ଜରୁରୀକାଳୀନ ୱାର୍ଡରେ ବିଭିନ୍ନ ରୋଗୀ ଥାଆନ୍ତି | ଯେତିକି ସମ୍ଭବ ସାବଧାନତା ଅବଲମ୍ବନ କରନ୍ତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.