Thursday, August 22, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହିଳାଙ୍କ ଓଠରେ ରହିଛି ଲଭ ଲାଇଫର ରହସ୍ୟ, ଜାଣନ୍ତୁ କଣ ସୂଚନା ଦେଉଛି ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କ ଓଠ

ମହିଳାଙ୍କ ଓଠ ହିଁ ସେମାନଙ୍କ ସ୍ବଭାବର ସୂଚନା ଦେଇଥାଏ। ଯେମିତି ସେମାନଙ୍କର ଓଠ ସେମିତି ସେମାନଙ୍କର ହାବଭାବ ଓ ଚାଲିଚଳନ । ଆପଣଙ୍କ ପାର୍ଟନରଙ୍କ ଓଠ ତାଙ୍କ ସ୍ବଭାବର ବ୍ୟାକ୍ଷା କରେ। ତେବେ ଆପଣ ପଢିପାରିଲେ ହେଲା। ମହିଳାଙ୍କ ଶାରୀରିକ ଗଢଣ ଅନୁସାରେ ସେମାନଙ୍କ ମୁହଁ ଏବଂ  ଓଠ ହୋଇଥାଏ। ସବୁ ମହିଳାଙ୍କ ଓଠ ଏକା ପ୍ରକାର ନୁହେଁ, କାହାର ଓଠ ମୋଟା ତ କାହାର ପତଳା।  ତେବେ ଓଠରୁ କେମିତି ଜାଣିବେ ମହିଳାଙ୍କ ସ୍ବଭାବ ଆସନ୍ତୁ ଜାଣିବା।

ଯେଉଁମହିଳାଙ୍କ ଓଠ ପଫି ସେମାନେ ସ୍ବଭାବରେ ଖୁବ ନରମ। ପଶୁପକ୍ଷୀଙ୍କ ପ୍ରତି ସେମାନଙ୍କର ବହୁତ ଦୁର୍ବଳତା ଥାଏ। ତେବେ ସେମାନେ ଅନ୍ୟମାନଙ୍କର ମଧ୍ୟ ବେଶ ଖିଆଲ ରଖନ୍ତି। ସେମାନଙ୍କ ସ୍ବଭାବ ଯେପରି ତାଙ୍କ ଜୀବନସାଥୀ ମଧ୍ୟ ତାଙ୍କୁ ମିଳିଥାଏ ସେପରି। ବଡ ଅପରଲିପ୍ ମହିଳାଙ୍କ ସ୍ବଭାବ ଡ୍ରାମା କ୍ବିନ ଭଳି। ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ରହିବା ସେପରି ମହିଳାଙ୍କ ଏକାନ୍ତ ଇଛା। ଏଣୁ ସେମାନେ ଏଥିପାଇଁ କିଛି ବି କରିପାରନ୍ତି। ଏହା ଛଡା ସେମାନେ ଭଲ ଜୋକ୍ସ ମଧ୍ୟ କରିଥାନ୍ତି। ସେମାନଙ୍କ ପାର୍ଟନରଙ୍କ ସହ ବେଶ ଖୋଲା ମିଜାଜରେ ରହନ୍ତି।

ବଡ ଲୋର ଲିପ୍ ମହିଳା ସ୍ବଭାବରେ ଭ୍ରମଣ ପ୍ରୀୟ ହୋଇଥାନ୍ତି। ସେମାନେ ପ୍ରାୟତଃ କିଛିନା କିଛି ନୂଆ ଟ୍ରାଏ କରିବାକୁ ଚେଷ୍ଟାରେ ଥାନ୍ତି। ଏମାନେ ଓ୍ବର୍କହଲିକ ତେବେ ସବୁ କାମରେ ମଜା ନେବାକୁ ଚେଷ୍ଟା କରନ୍ତି। ସେହିପରି ସାଧାରଣ ଓଠ ଥିବା ମହିଳାମାନଙ୍କ ସାଧାରଣ ଜ୍ଞାନ ଖୁବ୍ ଅଧିକ। ପ୍ରତ୍ୟେକ ଅସୁବିଧା ସମୟରେ ସେମାନଙ୍କ ପାର୍ଟନରଙ୍କୁ ଖୁବ୍ ସହଯୋଗ କରନ୍ତି। ସେହିପରି ସବୁ ପରିସ୍ଥିକୁ ମଧ୍ୟ ସେମାନେ ହସି ହସି ସାମ୍ନା କରିଥାନ୍ତି। ଯେଉଁମାନଙ୍କ ଓଠ ପତଳା ସେମାନେ ଖୁବ୍ ସହଜରେ ସମସ୍ତଙ୍କ ସହ ଆଡଜେଷ୍ଟ କରିପାରନ୍ତି । ଏଭଳି ମହିଳାମାନେ ସେମାନଙ୍କ ପାର୍ଟନାରଙ୍କ ପାଇଁ ପ୍ରେରଣାଦାୟୀ ହୋଇଥାନ୍ତି ଓ ସବୁ ପରିସ୍ଥିତିରେ ସେମାନଙ୍କ ସହିତ ରହିଥାନ୍ତି।

200 Views

   ସମ୍ବନ୍ଧିତ ଖବର