'ଆମେ ଜିତିବା ଉପରେ ଫୋକସ କରିଥିଲୁ, ରନ୍ ରେଟ୍ ଉପରେ ନୁହେଁ', ବିଜୟ ପରେ ଦିଲ୍ଲୀ ଅଧିନାୟକ ଶ୍ରେୟସ ରଖିଲେ ପ୍ରତିକ୍ରିୟା

Published By : Prameya-News7 Bureau | November 03, 2020 IST

ଦୁବାଇ, ୦୩୧୧ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ଓ୍ୱିକେଟରେ ମାତ୍ ଦେଇ ପ୍ଲେ-ଅଫରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହାସହ ଦଳ ଦ୍ୱିତୀୟ ସ୍ଥାନରେ ରହି ପ୍ଲେ-ଅଫରେ ମୁମ୍ବାଇକୁ ଭେଟିବ । ତେବେ ମ୍ୟାଚ୍ ପରେ ମ୍ୟାଚକୁ ନେଇ ବୟାନ ଦେଇଛନ୍ତି ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟାର ।

ଶ୍ରେୟସ କହିଛନ୍ତି ଯେ, ଦଳ ଜିତିବା ଉପରେ ଲକ୍ଷ୍ୟ ରଖିଥିଲା । ରନ୍ ରେଟ୍ ଉପରେ ନୁହେଁ । ଏହାସହ ସେ ବୋଲରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ବୋଲରଙ୍କ ରଣନୀତି ସଫଳ ହୋଇଥିଲା । ହୋଟେଲରେ ବିପକ୍ଷ ଦଳର ଦୁର୍ବଳତାକୁ  ପରଖା ଯାଇଥିଲା । ଯାହା ସଫଳ ହୋଇଥିଲା ।

ସେ ଆହୁରି କହିଛନ୍ତି ଯେ, ମୁମ୍ବାଇ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଟିମ୍ । ଦଳ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ଉପରେ ବେଶୀ ଫୋକସ କରିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ସୋମବାରା ଆରସିବି ଓ ଦିଲ୍ଲୀ ବିପକ୍ଷ ମୁକାବିଲାରେ ଦିଲ୍ଲୀ ୬ ଓ୍ୱିକେଟରେ ବିଜୟଲାଭ କରିଛି । ଏହି ମ୍ୟାଚରେ ବେଙ୍ଗାଲୁରୁ ୧୫୨ ରନ୍ କରିଥିଲା । ଜବାବରେ ଦିଲ୍ଲୀ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.