ଖରାପ ଫର୍ମରୁ ବାହାରିବା ପାଇଁ କ'ଣ କରିଛନ୍ତି ଓ୍ୱାଟସନ୍ ? କୋଚ୍ ଦେଲେ ଜବାବ

Published By : Prameya-News7 Bureau | October 05, 2020 IST

ଦୁବାଇ, ୦୫|୧୦ :  ଚେନ୍ନାଇ ସୁପର୍ କିଙ୍ଗସର କିଙ୍ଗସ୍ ଏକଦାଶ ପଞ୍ଜାବକୁ ପରାସ୍ତ କରି ବିଜୟଧାରାକୁ ଫେରିଛି । ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ଚେନ୍ନାଇର ଏହି ସଫଳତାରେ ଖୁସି ଅଛନ୍ତି । ଏହାସହ ସେ ଖେଳାଳିଙ୍କ ଉପରେ ଭରସା ରଖିଥିଲେ ବୋଲି କହିଛନ୍ତି ।

ରବିବାର ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗସ୍ ଓ କିଙ୍ଗସ୍ ଏକାଦଶ ମଧ୍ୟରେ ମୁକାବିଲାରେ ଚେନ୍ନାଇ ୧୦ ଓ୍ୱିକେଟର ବିଶାଳ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆର ସେନ୍ ଓ୍ୱାଟସନ ଫର୍ମକୁ ଫେରିବା ସହ ଆକର୍ଷଣୀୟ ଇନିଂସ ଖେଳିଥିଲେ । ଏ

୩୯ ବର୍ଷୀୟ ବ୍ୟାଟସମ୍ୟାନ୍ ଓ୍ୱାଟସନ୍ ୫୩ ବଲରୁ ଦ୍ରୁତ ୮୩ ରନ୍ ସଂଗ୍ରହ କରିଥିଲେ । ଫଳରେ ଚେନ୍ନାଇ ଲଗାତାର ତିନୋଟି ମ୍ୟାଚ୍ ହାରିବା ପରେ ବିଜୟଲାଭ କରିଛି । ଏହାପୂର୍ବ ମ୍ୟାଚରେ ଓ୍ୱାଟସନ୍ ଯଥାକ୍ରମେ ୪,୩୩, ୧୪ ଓ ୧ ରନ୍ କରିଥିଲେ ।  ଏହି ପାଳି ପରେ କୋଚ୍ ଫ୍ଲେମିଂ କହିଛନ୍ତି ଯେ, ଖେଳାଳିଙ୍କୁ କେବେ ସୁଯୋଗ ମିଳିବ ତାହା ସେମାନେ ନିଜେ ହିଁ ଜାଣିଥାନ୍ତି । ଟିମରେ ପରିବର୍ତ୍ତନ ବଦଳରେ ଖେଳାଳିଙ୍କ ଭୁଲକୁ ସୁଧାରିବା ପାଇଁ ପ୍ରୟାସ କରିବା ଆବଶ୍ୟକ । ଟିମରେ ପରିବର୍ତ୍ତନ ଲାଭଦାୟକ ହେବ ନା ନାହିଁ ତାହା କହିବା କଷ୍ଟକର ।

ସେ ଆହୁରି କହିଛନ୍ତି ଯେ, ଖେଳାଳି ଠିକ୍ ଥିଲେ ଦଳ ତାଙ୍କ ପଛରେ ସଦାବେଳେ ରହିଛି । ତେବେ ଓ୍ୱାଟସନଙ୍କ ପାଖରେ ଅନୁଭବ ଅଛି । ତେଣୁ ସେ ଖରାପ ଫର୍ମରୁ ବାହାରି ଭଲ ଖେଳିଥିଲେ । ତାଙ୍କ ପାଖରେ ଶକ୍ତି ଓ ସାମର୍ଥ୍ୟ ଉଭୟ ରହିଛି । ଏବେ ସେ ଫର୍ମକୁ ଫେରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୋଚ୍ କହିଛନ୍ତି ।

୧୦ ଓ୍ୱିକେଟରେ ବିଜୟୀ ହେବା ପରେ କୋଚ୍ କହିଛନ୍ତି ଯେ, ତାଙ୍କ ଟିମ୍ ସର୍ବଶ୍ରେଷ୍ଠ  ଫର୍ମରେ ନାହିଁ । ଫାପ୍ ଭଲ ଖେଳୁଥିଲେ ଓ ଓ୍ୱାଟସନ୍ ମଧ୍ୟ ଫର୍ମକୁ ଫେରିଛନ୍ତି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.