Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମହାଭାରତ ଯୁଦ୍ଧ ହାରିବାନେଇ ଜାଣନ୍ତୁ ଶ୍ରୀକୃଷ୍ଣଙ୍କୁ କ’ଣ କହିଲେ ଦୁର୍ଯ୍ୟୋଧନ ଆଉ କ’ଣ ଉତ୍ତର ଦେଲେ କୃଷ୍ଣ

15/08/2019 at 3:45 PM

ଧର୍ମ ଡେସ୍କ :  ମହାଭାରତ ଯୁଦ୍ଧ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଥାଏ। ମହାବଳୀ ଭୀମଙ୍କ ଭୀଷଣ ଗଦାଘାତରେ ଗୁରୁତର ଆହତ ହୋଇ ମାଟି ସାଉଁଥାନ୍ତି କୌରବ ଶିରୋମଣି ଦୁର୍ଯ୍ୟୋଧନ। ସେ ମୃତ୍ୟୁର ନିକଟତର ହେଉଥାନ୍ତି। ତେବେ କିଛି କହିବାକୁ ଚାହୁଁଥାନ୍ତି। ହେଲେ ଅବସ୍ଥା ଏତେ ଗୁରୁତର ଥାଏ ଯେ କହି ନ ପାରି କେବଳ ୩ଟି ଅଙ୍ଗୁଳି ଦେଖାଉଥାନ୍ତି। ନିକଟରେ ଥିବା କୃଷ୍ଣ ଇସାରା ବୁଝିପାରି ତାଙ୍କ ନିକଟକୁ ଗଲେ ଓ ପଚାରିଲେ କଣ କହିବାକୁ ଚାହୁଁଛ? ମହାମାନୀ ଦୁର୍ଯ୍ୟୋଧନଙ୍କର କିନ୍ତୁ ଅହଂଭାବ ତୁଟି ନଥାଏ। ସେ ମହାଭାରତ ଯୁଦ୍ଧ ହାରିବାର କାରଣ କହିବାକୁ ଚାହୁଁଥିଲେ। ସେ ପୁସ୍ ଫୁସ୍ ଶ୍ୱରରେ କହିବାକୁ ଚାହୁଁଥିବା କଥା କୃଷ୍ଣ କାନଡେରି ଶୁଣିବାକୁ ଚେଷ୍ଟା କଲେ। ଯେଉଁଥିରେ ଦୁର୍ଯ୍ୟୋଧନ ୩ଟି କାରଣ ଯୋଗୁ ଏହି ଯୁଦ୍ଧ ସେ ହାରିଯାଇଥିବା କହିଥିଲେ। କୃଷ୍ଣ କାରଣ ପଚାରନ୍ତେ ଦୁର୍ଯ୍ୟୋଧନ ଯାହା କହିଲେ ବାସ୍ତବିକ୍ ଆଶ୍ଚର୍ଯ୍ୟଜନକ ଥିଲା। ତେବେ କ’ଣ କହିଲେ ଦୁର୍ଯ୍ୟୋଧନ ଆଶନ୍ତୁ ଜାଣିବା ।    

ମରିବାକୁ ଛଟପଟ୍ ହେଉଥିବା ଦୁର୍ଯ୍ୟୋଧନ ଯୁଦ୍ଧ୍ୟ ନିମନ୍ତେ ଅନୁମତି ନେବାକୁ ସେ ପ୍ରଥମେ ଶ୍ରୀକୃଷ୍ଣଙ୍କ ନିକଟକୁଯାଇଥିଲେ ବୋଲି କହିଥିଲେ। ଏଥିରେରେ ସ୍ୱୟଂ ନାରାୟଣ ତାଙ୍କୁ ସହାୟତା କରିବାକୁ ଚାହିଁଥିଲେ। ହେଲେ ସେ ଏକା ଶ୍ରୀକୃଷ୍ଣଙ୍କ ବଦଳେ ତାଙ୍କ ନାରାୟଣୀ ସେନା ଚାହିଁଥିଲେ। ଏହାହିଁ ମହାଭାରତ ଯୁଦ୍ଧରେ ତାଙ୍କର ପ୍ରଥମ ଭୁଲ ଥିଲା ବୋଲି କହିଥିଲେ ଦୁର୍ଯ୍ୟୋଧନ। ଯଦି ନାରାୟଣଙ୍କୁ ଯୁଦ୍ଧ୍ୟରେ ନିଜ ପକ୍ଷରେ ନେଇଯାଇଥାନ୍ତେ ତେବେ ଏତେବଡ ନରସଂହାର ହୋଇନଥାନ୍ତା।ସେହିପରି ମାତା ଗାନ୍ଧାରୀ ତାଙ୍କୁ ନଗ୍ନ ଅବସ୍ଥାରେ ଡକାଇଥିଲେ। ହେଲେ ଲଜ୍ଜା ଯୋଗୁ ସେ ଅଣ୍ଟାରୁ ତଳକୁ ପତ୍ର ଘୋଡାଇ ହୋଇ ଯାଇଥିଲେ।  ନଚେତ ତାଙ୍କର ଅଙ୍ଗ ବଜ୍ର ହୋଇଯାଇଥାନ୍ତା ଓ ସେ ଯୁଦ୍ଧରେ ଅଜୟ ହୋଇଯାଇଥାନ୍ତେ। ତୃତୀୟ ଓ ଗୁରୁତ୍ୱପୂର୍ଣ୍ଣ କାରଣଟି ସମ୍ପର୍କରେ ସେ ଯାହା କହିଲେ ତାହା ହେଉଛି ସେ ଯୁଦ୍ଧକୁ ଆଗ ନ ଆସିବା । ସେ ଯଦି ପ୍ରଥମରୁ ରଣଭୂମିରେ ଅବତୀର୍ଣ୍ଣ ହୋଇଥାନ୍ତେ ମହାଭାରତର କାହାଣୀ କିଛି ଅନ୍ୟ ହୋଇଥାନ୍ତା। ତେବେ ଦୁର୍ଯ୍ୟୋଧନଙ୍କ କଥାର ଜବାବରେ କୃଷ୍ଣ କିଛି ଏପରି କହିଥିଲେ।

କୃଷ୍ଣ କହିଥିଲେ ଯେ ଯୁଦ୍ଧର ପରିଣାମ ଚାହେ ଯାହାବି ହେଉ , କିନ୍ତୁ ଏହା କୌରବମାନଙ୍କର ଅଧର୍ମ ଆଚରଣ ଲାଗି ହୋଇଛି। ତୁମେ ନିଜେ ଦୁର୍ଯ୍ୟୋଧନ ଭରା ସଭାରେ ନିଜ କୂଳବୁଧୂ ଦ୍ରୌପଦୀଙ୍କ ବସ୍ତ୍ରହରଣ ଆଦେଶ ଦେଇଥିଲ। ତୁମମାନଙ୍କ ବିନାଶର ଏହା ଥିଲା ପ୍ରଥମ ଓ ସର୍ବ ବୃହତ୍ତ କାରଣ। କେବଳ ଏତିକି ନୁହେଁ ତୁମେମାନେ ଅନେକ ଅଧର୍ମ ଆଚରଣ କରିଥିଲ। ଏଣୁ ବଂଶ ସମେତ ନାଶହେବା ତୁମମାନଙ୍କ ବିହିରେ ଲେଖି ହୋଇଯାଇଥିଲା। ମହାଭାରତର ଏହି କଥାରୁ ଶିକ୍ଷାମିଳେ ଯେ  ଅଧର୍ମରୁ ସର୍ବଦା ନିଜକୁ ଦୂରେଇ ରଖିବା ସହ ସ୍ତ୍ରୀଙ୍କ ସମ୍ମାନ କରିବା ଆବଶ୍ୟକ। ନଚେତ ଜୀବନ ବର୍ବାଦ ହୋଇଯାଏ।

   Related Posts