ପ୍ରଧାନମନ୍ତ୍ରୀ ହେଲେ ରାହୁଲ ଗାନ୍ଧୀ କରିବେ କ'ଣ ? କହିଲେ ନିଜର ମାଷ୍ଟରପ୍ଲାନ୍

Published By : Prameya-News7 Bureau | April 03, 2021 IST

ନୂଆଦିଲ୍ଲୀ,୦୩/୦୪:   କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସବୁଠାରୁ ଆଗରେ ଅଛନ୍ତି ରାହୁଲ ଗାନ୍ଧୀ । ଯଦି ସେ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ କଣ କରିବେ ବୋଲି କହିଛନ୍ତି । ହାଭାର୍ଡ କେନେଡି ସ୍କୁଲର ଆମ୍ବାସାଡର୍ ନିକୋଲାସ ବର୍ଣ୍ଣସଙ୍କ ସହ ଆଲୋଚନାରେ ସେ ଅନେକ ମନର କଥା କହିଛନ୍ତି ।

ପ୍ରଧାନମନ୍ତ୍ରୀ ହେବା ପ୍ରଶ୍ନରେ ରାହୁଲ କହିଛନ୍ତି ଯେ, ସେ ଜିଡିପି ଅପେକ୍ଷା ଅଧିକ ନିଯୁକ୍ତି ଓ ରୋଜଗାର ଉପରେ ଫୋକସ କରିବେ । ବିକାଶ କେନ୍ଦ୍ରିତ ନୀତି ଉପରେ ଧ୍ୟାନ କେନ୍ଦ୍ରିଭୁତ କରିବେ । ଦେଶକୁ ବିକାଶର ଆବଶ୍ୟକତା ରହିଛି । ଉତ୍ପାଦନ ରୋଜଗାର ଓ ଭାଲ୍ୟୁ ଆଡିସନକୁ ଆଗକୁ ବଢାଇବା ପାଇଁ କିଛି କାମ କରିବାକୁ ପଡିବ ।

wp:html /wp:html

କେଉଁ କେଉଁ ନୀତିକୁ ଅଧିକ ପ୍ରାଥମିକତା ଦେବେ ପ୍ରଶ୍ନରେ ରାହୁଲ କହିଛନ୍ତି ଯେ, ବିକାଶ, ରୋଜଗାର ଓ ଉତ୍ପାଦନ ମଧ୍ୟରେ ଏକ ସମ୍ପର୍କ ରହିବା ଦରକାର । ଯାହା ନାହିଁ । ଭାଲ୍ୟୁ ଆଡିସନରେ ଚୀନ ଆଗରେ ରହିଛି । ଚୀନର କେଉଁ ନେତା ନିଜ ଦେଶରେ ରୋଜଗାର ସମସ୍ୟା ବାବଦରେ କୁହନ୍ତି ନାହିଁ । ଏବେ ଦେଶରେ ଅନେକ ଦାୟିତ୍ୱବାନ ସଂସ୍ଥା ସମ୍ପୂର୍ଣ୍ଣ ସହଯୋଗ କରୁନାହାଁନ୍ତି । ଏହାସହ ସେ ଛାତ୍ରଙ୍କ ସହ ଆଲୋଚନାରେ ଆସାମରେ ବିଜେପି ପ୍ରାର୍ଥୀଙ୍କ କାରରୁ ଇଭିଏମ ମିଳିବା ଘଟଣା ବାବଦରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

କଂଗ୍ରେସର ନିର୍ବାଚନୀ ବିଫଳତା ଓ ଆଗାମୀ ରଣନୀତି ବାବଦରେ ରାହୁଲ କହିଛନ୍ତି ଯେ, ଆଜି ସେମାନେ ଏପରି ସ୍ଥିତିରେ ଅଛନ୍ତି ଯେଉଁଠି ଦେଶର ବିଭିନ୍ନ ସଂସ୍ଥା ସୁରକ୍ଷା ପ୍ରଦାନରେ ବିଫଳ ହେଉଛନ୍ତି । ସେହି ସଂସ୍ଥାମାନଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । ଯେଉଁ ସଂସ୍ଥା ରାଜନୀତିରୁ ଉର୍ଧ୍ୱରେ ରହି କାମ କରିବା କଥା ସେମାନେ ଏପରି କରୁ ନାହାଁନ୍ତି । ସରକାରୀ ଦଳ ଅନେକ ସଂସ୍ଥା ଉପରେ କବଜା କରିନେଇଛି ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ପ୍ରତି ଲୋକଙ୍କ ମୋହଭଙ୍ଗ ହେଲାଣି ।ଏହା କଂଗ୍ରେସ ପାଇଁ ଏକ ସୁଯୋଗ । ଲୋକଙ୍କ ହାତକୁ ସିଧାସଳଖ ଟଙ୍କା ଦେଲେ ଅର୍ଥନୀତିର ବିକାଶ ହୋଇପାରିବ । କଂଗ୍ରେସ ପାଖରେ ଏଥିପାଇଁ ନ୍ୟାୟ ଯୋଜନା ରହିଛି । ଏହାସହ ଭାରତ ଓ ଆମେରିକା ମିଳିତ ଭାବେ ଚୀନ ତରଫରୁ ଆସୁଥିବା ଚ୍ୟାଲେଞ୍ଜର ସାମ୍ନା କରିପାରିବେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.