Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଏପ୍ରିଲ ୧୫ରୁ ଲକ୍‌ଡାଉନ୍‌ ୨.୦ ! ଏହି ସବୁ କ୍ଷେତ୍ରକୁ କାମ କରିବାକୁ ମିଳିପାରେ ଅନୁମତି

13/04/2020 at 5:50 PM

ନୂଆଦିଲ୍ଲୀ ୧୩।୦୪: ଦେଶରେ କରୋନା ଭାଇରସ୍‌ ପ୍ରକୋପକୁ ରୋକିବା ଲାଗି ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍ ଜାରି ରହିଛି। ଯାହାର ହେଉଛି ଲକ୍‌ଡାଉନ୍‌ର ଶେଷ ଦିନ। ଏପ୍ରିଲ ୧୪ ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ କରୋନା ଭାଇରସ୍‌ ପ୍ରସଙ୍ଗରେ ସମ୍ଵୋଧିତ କରିବେ। ଏ ପର୍ଯ୍ୟନ୍ତ କରୋନା ଭାଇରସ୍‌ ନିୟନ୍ତ୍ରଣକୁ ଆସି ନାହିଁ। ତେଣୁ ଲକ୍‌ଡାଉନ୍‌ ଅବଧି ବଢିବା ପ୍ରାୟତଃ ନିଶ୍ଚିତ ଲାଗୁଛି। ଏହା ପୂର୍ବରୁ ଆଜି ଯେଉଁ ଭଳି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ଵାନ କ୍ରମେ କେନ୍ଦ୍ରୀୟ ମନ୍ତ୍ରୀ ଦପ୍ତର ଯାଇ କାମ ଆରମ୍ଭ କରିଛନ୍ତି, ସେଥିରୁ ଲାଗୁଛି ଯେ, ଲକ୍‌ଡାଉନ୍‌ର ଦ୍ଵିତୀୟ ପର୍ଯ୍ୟାୟରେ କିଛି କୋହଳ ମିଳିବ। ଏହା ମଧ୍ୟରେ ସୂତ୍ର ମୁତାବକ କୁହାଯାଉଛି ଯେ, ଏପ୍ରିଲ ୧୫ରୁ ଦେଶରେ କିଛି ମାତ୍ରାରେ ପ୍ରଡକ୍ସନ ୟୁନିଟ୍ ଆରମ୍ଭ କରାଯାଇପାରେ।

ଜାଣନ୍ତୁ କେଉଁ କେଉଁ କ୍ଷେତ୍ରକୁ ମିଳିବ କୋହଳ ଏବଂ କାହାକୁ ମିଳିବନି

୧ ପ୍ରଡକ୍ସନ ୟୁନିଟ୍‌କୁ କିଛି ମାତ୍ରାରେ ମଞ୍ଜୁରୀ ମିଳିପାରେ।

୨ ଔଷଧ, ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ପ୍ରଡକ୍ସନ ୟୁନିଟ୍‌ର ସଞ୍ଚାଳନ ପାଇଁ ଅନୁମତି ମିଳିପାର।

୩ ରେଳ, ବସ୍ ସେବା, ବିମାନ ଯାତ୍ରାରେ କୋହଳ ମିଳିବା ସମ୍ଭାବନା ବହୁତ କମ।

୪ କରୋନା ହଟ୍‌ସ୍ପଟ୍‌ ଆଧାରରେ ସିଲ୍ ଇଲାକାରେ କୌଣସି ରିଲିଫ ଓ କୋହଳ ମିଳିବା ଆଶା କ୍ଷୀଣ।

୫ କରୋନା ହଟ୍‌ସ୍ପଟ୍‌ ବ୍ୟତୀତ ଅନ୍ୟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନକୁ ମିଳିପାରେ ମଞ୍ଜୁରୀ।

୬ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡିକୁ ମଧ୍ୟ ଦିଆଯିବା ନିଷ୍ପତ୍ତି ନେବାର ଅଧିକାର। ମାତ୍ର ରାଜ୍ୟ ସରକାର କେନ୍ଦ୍ର ଉପରେ ଏହି ନିଷ୍ପତ୍ତି ଛାଡିଛନ୍ତି।

୭ ଦେଶରେ ୧୮ ରାଜ୍ୟର ୯୧ ଜିଲ୍ଲାରୁ ୮୦ ପ୍ରତିଶତ କରୋନା ମାମଲା।

୮ ଦିଲ୍ଲୀ, ମୁମ୍ଵାଇ, ଇନ୍ଦୋର ଓ ପୁଣେ ଉପରେ ଅଧିକ ନଜର ରଖାଯିବ। ଏହି ଅଞ୍ଚଳରେ କରୋନା ପ୍ରଭାବ କମ ହେଲା ପରେ ଯାଇ କିଛି ନିଷ୍ପତ୍ତି ନିଆଯାଇ ପାରେ।

୯ ଟେକ୍ସଟାଇଲ୍, ଅଟୋ ମୋବାଇଲ, ଇଲେକ୍ଟ୍ରିକ୍ ସାମାନ ନିର୍ମାତକାରୀ କମ୍ପାନୀ ପୁଣି ଥରେ ଆରମ୍ଭ ହୋଇପାରେ।

୧୦ ହାଉସିଂ ଓ କନଷ୍ଟ୍ରକ୍ସନ ସେକ୍ଟରର ସହିତ ସଡକ ନିର୍ମାଣରେ କିଛିଟା କୋହଳ ମିଳିପାରେ।

୧୧  ମୋବାଇଲ, ଇଲେକ୍ଟ୍ରିକ୍ ମରାମତିର ଦୋକାନ, ଲଣ୍ଡ୍ରି, ମୋଚି, ପ୍ରେସ୍ ଆଦିଙ୍କୁ କାମ କରିବାକୁ ଅନୁମତି ମିଳିପାରେ।  

   Related Posts