Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସାମ୍ନାକୁ ଆସିଲା ପାକ୍ ଗଣମାଧ୍ୟମର ଅସଲି ଚେହେରା, ଗୁମର ଖୋଲିଲେ ପାକିସ୍ତାନୀ ହିନ୍ଦୁ

30/03/2020 at 12:48 PM

କରାଚୀ ୩୦/୦୩ : ସମଗ୍ର ବିଶ୍ୱ କରୋନା ବିରୋଧରେ ଲଢ଼ୁଛି। ପାକିସ୍ତାନ ମଧ୍ୟ ଯୁଦ୍ଧ କରୁଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସୋସିଆଲ ମିଡିଆରେ ଲଢ଼ୁଛନ୍ତି । କିଛି ଲୋକ ଘରେ ଯୁଦ୍ଧ କରୁଛନ୍ତି ଏବଂ ଅନ୍ୟମାନେ ରାସ୍ତାରେ ଯୁଦ୍ଧ କରୁଛନ୍ତି। କାର୍ଯ୍ୟକର୍ତ୍ତାମାନେ ବାହାରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି । ପାକିସ୍ତାନରେ ୨୨ କୋଟି ଲୋକ ଅଛନ୍ତି। ସେଥିମଧ୍ୟରୁ ୧୦ କୋଟି ଲୋକ ଗୋଟିଏ ଓଳି ଖାଦ୍ୟ ଖାଇଥାନ୍ତି କାରଣ ଉଭୟ ସମୟ ପାଇଁ ସେମାନଙ୍କର ଅର୍ଥ ନଥାଏ | ଏଭଳି ପରିସ୍ଥିତିରେ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହେଉଛି ଯେ ଇମ୍ରାନ ଖାନ ନିଜ ଦେଶବାସୀଙ୍କୁ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ଉପକରଣ ଯୋଗାଇ ପାରୁନାହାନ୍ତି |

ଏବେ ମଧ୍ୟ କରୋନାକୁ ଅଧିକାଂଶ ଲୋକ ଥଟ୍ଟା ବୋଲି ଭାବୁଛନ୍ତି | ଯେତେ ସଚେତନ ବାର୍ତ୍ତା ଦେଲେ ମଧ୍ୟ ଲୋକେ ମାନୁନାହାନ୍ତି |

ଜଣେ ପାକିସ୍ତାନୀ ହିନ୍ଦୁ କହିଛନ୍ତି ଯେ, ଦେଶର ପରିସ୍ଥିତି ଖବରକାଗଜ ଏବଂ ଗଣମାଧ୍ୟମ ହିଁ ବିଗାଡୁଛନ୍ତି | ହିନ୍ଦୁ ମୁସଲିମ ଏବଂ ଭାରତ ପାକିସ୍ଥାନ କରିବାକୁ ଲୋକଙ୍କ ପାଖରେ ସମୟ ନାହିଁ | ସେ କହିଛନ୍ତି ଲୋକଙ୍କ ମଧ୍ୟରେ ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ରହିଛି | ସେ ପ୍ରଶ୍ନ କରିଛନ୍ତି ଆପଣ କେବେ ପାକିସ୍ତାନ ଆସିଛନ୍ତି କି ? ଯଦି ଆସିନାହାନ୍ତି ତାହେଲେ ଆସିକି ଦେଖନ୍ତୁ | ଆପଣଙ୍କୁ ଏଠାରେ କିଏ ହତ୍ୟା କରିବେ ନାହିଁ | ବରଂ ଅତିଥି ସତ୍କାର କରିବେ | ଠିକ ସେହିଭଳି ଭାରତରେ ମଧ୍ୟ ତାଙ୍କର ଅନେକ ବନ୍ଧୁ ଅଛନ୍ତି ଏବଂ ସେ ଭାରତକୁ ବୁଲିବାକୁ ଆସନ୍ତୁ | ଭାରତରେ ମଧ୍ୟ କୌଣସି ପାକିସ୍ତାନୀ ମୁସଲମାନକୁ ହତ୍ୟା କରାଯାଏନାହିଁ | ବରଂ ସେଠାରେ ମଧ୍ୟ ଲୋକଙ୍କୁ ଅନେକ ସ୍ନେହ ଶ୍ରଦ୍ଧା ସହ ଅତିଥି ସତ୍କାର କରାଯାଏ |

ବର୍ତ୍ତମାନ କରୋନାକୁ ନେଇ ମଧ୍ୟ ଅନେକ ଗୁଜବ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି |

   Related Posts