ପାକିସ୍ତାନ ମୁହଁରେ ପୁଣି କଳା, ଇମ୍ରାନ୍ କହିବେ କି ସତ ?୨୬/୧୧ ଆକ୍ରମଣରେ ସଂପୃକ୍ତଙ୍କ ବିରୋଧରେ ପାକିସ୍ତାନର ପଦକ୍ଷେପ ନେଇ ଜବାବ ମାଗିଲେ ୟୁରୋପୀୟ ରାଷ୍ଟ୍ରସଙ୍ଘ ସାଂସଦ

Published By : Prameya-News7 Bureau | November 26, 2020 IST

ନୂଆଦିଲ୍ଲୀ,୨୬/୧୧:     ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ  ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି । ଏହି ଆକ୍ରମଣର ମାଷ୍ଟର ମାଇଣ୍ଡମାନେ ପାକିସ୍ତାନରେ ଅଛନ୍ତି । ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ପାକ୍ ସରକାର । ଏହାକୁ ନେଇ ୟୁରୋପୀୟ ରାଷ୍ଟ୍ରସଙ୍ଘର ଦୁଇଜଣ ସଦସ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ୨୦୦୮ ମୁମ୍ବାଇ ଆକ୍ରମଣ ପରେ ପାକିସ୍ତାନ କଣ ପଦକ୍ଷେପ ନେଇଛି ବୋଲି ଚିଠିରେ ପ୍ରଶ୍ନ କରାଯାଇଛି ।

ନଭେମ୍ବର ୨୪ରେ ୟୁରୋପୀୟ ସଂସଦର ସଦସ୍ୟ ରିସଜାର୍ଡ ଜାରନେକି ଓ ଫୁଲଭିଓ ମାରତୁସସିଏଲୋ ଲେଖିଛନ୍ତି ଯେ, ପାକିସ୍ତାନ ଲଶ୍କର-ଏ-ତୋଏବା ବିରୋଧରେ କଣ ଆକ୍ସନ ନେଇଛି ତାହା ଜଣାଉ । ଏହି ଆତଙ୍କବାଦୀ ସଙ୍ଗଠନ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ । ଏହାସହ ପାକିସ୍ତାନ ମାଟିରେ ବଢୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବାକୁ ପାକିସ୍ତାନ କଣ କରିଛି ବୋଲି ସେମାନେ ପଚାରିଛନ୍ତି ।

ସୂଚନାନୁସାରେ, ଲସ୍କର-ଇ-ତୋଇବାର ୧୦ଜଣ ଆତଙ୍କୀ ସମୁଦ୍ର ରାସ୍ତାରେ ମୁମ୍ବାଇରେ ପ୍ରବେଶ କରିଥିଲେ । ସମସ୍ତ ଆତଙ୍କୀ ୨୬ ନଭେମ୍ବର ରାତିରେ ପ୍ରାୟ ୮ଟା ସମୟରେ କୋଲାବା ନିକଟରେ ଥିବା ଏକ ବସ୍ତିରେ ଓହ୍ଲାଇଥିଲେ । ସେଠାରୁ ଆତଙ୍କୀମାନେ ୪ଟି ଗ୍ରୁପର ବାଣ୍ଟି ହୋଇ ସହରର ବିଭିନ୍ନ ସ୍ଥାନକୁ ଯାଇଥିଲେ । ଟ୍ୟାକ୍ସି ମାଧ୍ୟରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇଥିଲେ । ଏହି ସମୟରେ ଆତଙ୍କୀମାନଙ୍କ ଗତିବିଧିକୁ ଦେଖି ସନ୍ଦେହ ହେବାରୁ ସ୍ଥାନୀୟ ମତ୍ସଜୀବୀମାନେ ପୋଲିସକୁ ଖବର ଦେଇଥିଲେ । କିନ୍ତୁ ପୋଲିସ ମତ୍ସଜୀବୀମାନଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ ।

{"id":368044,"sizeSlug":"large"}

୨୬ ନଭେମ୍ବର ରାତି ପ୍ରାୟ ୯ ଟା ସମୟରେ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଳରେ ଗୁଳିମାଡ଼ର ଖବର ଆସିଥିଲେ । ରେଳଓ୍ୱେ ଷ୍ଟେସନରେ ୨ଜଣ ଆତଙ୍କବାଦୀ ଏକ-୪୭ ଧରି ଆଖିବୁଜା ଗୁଳିମାଡ କରିଥିଲେ । ପ୍ରାୟ ୧୫ ମିନିଟରେ ୫୨ଜଣଙ୍କୁ ହତ୍ୟା କରିଥିଲେ ଆତଙ୍କାବାଦୀ । ସେହିପରି ୧୦୯ଜଣ ଲୋକ ଆହତ ହୋଇଥିଲେ । ଏହାପରେ ଆତଙ୍କୀମାନେ ଦକ୍ଷିଣ ମୁମ୍ବାଇ ଏକ କେଫେ, ବୋରିବନ୍ଦର,ବିଲି ପାରଲେ, ତାଜ ହୋଟେଲ , ଅବରୋଏ, ଟ୍ରାଇଡେଣ୍ଟ ହୋଟେଲ ଓ ନରମନ ହାଉସରେ ଆକ୍ରମଣ କରିଥିଲା ।ଏହି ଆକ୍ରମଣରେ ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଜୀବନ୍ତ ଧରିଥିଲେ । ଗିରଫ ଆତଙ୍କବାଦୀ ଥିଲା ଆଜମଲ ଅମିର କସାବ । ଆକ୍ରମଣରେ ୧୬୬ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ ।

ଏହି ଆକ୍ରମଣର ବ୍ଲ୍ୟୁ-ପ୍ରିଣ୍ଟ୍ ପାକ୍ ମାଟିରୁ ହୋଇଥିବା ଭାରତ ପାଖରେ ପ୍ରମାଣ ରହିଛି । ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ପାକ୍ ପ୍ରଦାନମନ୍ତ୍ରୀ ଥିବା ବେଳେ ଏହି ଘଟଣା ଘଟିଥିଲା । ଭାରତ ଅନେକ ତଥ୍ୟ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦାଖଲ କରିଛି ।  କିନ୍ତୁ ପାକିସ୍ତାନ ଏହାକୁ ଖଣ୍ଡନ କରି ଆସୁଛି ।

ୟୁରୋପୀୟ ସାଂସଦ ଦ୍ୱୟ ଚିଠିରେ ଆହୁରି ଲେଖିଛନ୍ତି ଯେ, ସେମାନେ  ଆତଙ୍କବାଦୀ କାର୍ଯ୍ୟକଳାପୁ ବିରୋଧ କରନ୍ତି । ୟୁରୋପୀୟ ଦେଶରେ ମଧ୍ୟ ପୂର୍ବରୁ ଆତଙ୍କୀ ଆକ୍ରମଣ ହୋଇଛି । ଆତଙ୍କବାଦୀଙ୍କ ବିରୋଧରେ ସାରା ବିଶ୍ୱ ଏକାଠି ହେବାକୁ ଉଭୟ ସାଂସଦ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.