ଏମଏସକେ ପ୍ରସାଦଙ୍କ ବଡ ସୂଚନା: ଧୋନୀ-ରୋହିତ ସବୁ ଖେଳାଳିଙ୍କୁ ନେଇ ଚାଲନ୍ତି, କିନ୍ତୁ କୋହଲି ନିଜ ଆକଳନରେ ନିଅନ୍ତି ନିଷ୍ପତ୍ତି

Published By : Prameya-News7 Bureau | May 03, 2020 IST

ନୂଆଦିଲ୍ଲୀ, ୦୩|୦୫  : ଗତ କିଛି ବର୍ଷ ଧରି ଭାରତୀୟ ଦଳର ନେତୃତ୍ୱ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହିଲଙ୍କ ଭଳି ଖେଳାଳିଙ୍କ ହାତରେ ରହିଛି । ଦଳର ପ୍ରଦର୍ଶନରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିଛି । ସୌରଭ ଗାଙ୍ଗୁଲି, ଧୋନୀ, କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ସଫଳ ଅଧିନାୟକ ଭାବେ ଗଣାଯାଉଛି । ଏହା ମଧ୍ୟରୁ ଧୋନୀ ଓ କୋହଲି ଦଳର ନେତୃତ୍ୱ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ କାର୍ଯ୍ୟକାଳରେ ନେଇଥିଲେ । ଏବେ ପ୍ରସାଦ ଧୋନୀ, କୋହଲି ଓ ରୋହିତଙ୍କ ନେତୃତ୍ୱ ବାବଦରେ ଏକ ବଡ ଗୁମର ଫିଟାଇଛନ୍ତି ।

{"id":264096,"width":693,"height":401,"sizeSlug":"large"}

ସେ କହିଛନ୍ତି ଯେ, ଧୋନୀ ଅଧିନାୟକ ଥିବା ବେଳେ ଭାରତକୁ ୨୦୧୧ରେ ବିଶ୍ୱ ଚାମ୍ପିଅନ କରିଥିଲେ । ଏପରିକି ଦଳକୁ ସେ ଟି୨୦ ବିଜେତା ମଧ୍ୟ କରିଥିଲେ । କୋହଲି ଏବେ ତିନୋଟି ଫର୍ମାଟର ଦାୟିତ୍ୱ ସମ୍ଭାଳୁଛନ୍ତି । କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଦଳର ମଙ୍ଗ ଧରିଥାନ୍ତି । ରୋହିତ ଦଳକୁ ଏସିଆ କପ୍ ଓ ନିଦହାସ ଟ୍ରଫି ଉପହାର ଦେଇଥିଲେ । ଏହି ତିନିଜଣଙ୍କ ଶୈଳୀ ମଧ୍ୟ ଭିନ୍ନ ପ୍ରକାରର ।

ସେ ଆହୁରି କହିଛନ୍ତି ଯେ, ଧୋନୀ ପଡିଆରେ କୁଲ୍ ରହିଥାନ୍ତି । କୋହଲି ଯାହା ଚାହିଁଥାନ୍ତି ତାହା ସ୍ପଷ୍ଟ କରିଥାନ୍ତି । ରୋହିତଙ୍କ ନେତୃତ୍ୱ ଧୋନୀଙ୍କ ଭଳି ଅଟେ । ସେ ଖେଳାଳିଙ୍କ ଉପରେ ଭରସା କରିଥାନ୍ତି । ଧୋନୀଙ୍କ ମୁଣ୍ଡରେ କଣ ଚାଲିଥାଏ ତାହା କହିବା କଷ୍ଟକର । ଏହା ପରିଣାମ ଆସିଲେ ହିଁ ଜଣାପଡେ । କୋହଲି କିନ୍ତୁ ସବୁ ସ୍ପଷ୍ଟ କରିଦିଅନ୍ତି । କିନ୍ତୁ ରୋହିତ ଭିନ୍ନ ପ୍ରକାର ବ୍ୟକ୍ତିତ୍ୱର ଅଧିକାରୀ । ଅନ୍ୟ ଖେଳାଳିଙ୍କ ପ୍ରତି ତାଙ୍କର ସହାନୁଭୂତି ରହିଛି । ସେ ଖେଳାଳିଙ୍କ ଭାବନାକୁ ନେଇ ବିଚାର କରିଥାନ୍ତି ।

ଧୋନୀଙ୍କ ଭବିଷ୍ୟତକୁ ନେଇ ସେ କହିଛନ୍ତି ଯେ, ଏନେଇ ମାହି ନିଜେ ନିଷ୍ପତ୍ତି ନେବେ । ଧୋନୀଙ୍କଠାରୁ ଅଧିକ ପ୍ରଶଂସକ ଆଉ କାହାରି ନାହାନ୍ତି । ସେ ସମସ୍ତ ଟ୍ରଫି ଦଳକୁ ଉପହାର ଦେଇଛନ୍ତି । ବିଶ୍ୱକପ, ଚାମ୍ପିଅନସ୍ ଟ୍ରଫି, ନମ୍ବର ୧ ଟେଷ୍ଟ ଦଳ ତାଙ୍କ ନେତୃତ୍ୱରେ ଦଳ ହୋଇପାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.