Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

‘ନାଁ ବଡ ହେଲେ ଲାଭ ନାହିଁ, ଖେଳିବା ଦରକାର’, ଧୋନୀଙ୍କୁ ନେଇ ଏମିତି କହିଲେ ଆଝାରୁଦ୍ଦିନ

18/04/2020 at 3:57 PM

ନୂଆଦିଲ୍ଲୀ,୧୮|୦୪:  ଗତ ବର୍ଷ ହୋଇଥିବା ବିଶ୍ୱକପ ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରରେ ରହୁଛନ୍ତି । ଆଇପିଏଲ ଜରିଆରେ ସେ ଷ୍ଟାଡିୟମକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତେ । କିନ୍ତୁ କରୋନା ଭାଇରସ ପାଇଁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖିଦିଆଯାଇଛି । ଏହା ମଧ୍ୟରେ ଭାରତୀୟ ଦଳର ପୂର୍ବତନ ଖେଳାଳି ମହମ୍ମଦ ଆଝାରୁଦ୍ଦିନ ଏକ ବଡ ବୟାନ ଦେଇଛନ୍ତି । ଯେତେ ବଡ ନାମ ହେଲେ ବି ଲଗାତାର ଖେଳିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଆଝାରୁଦ୍ଦିନ କହିଛନ୍ତି ଯେ, ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ସହଜ ନୁହେଁ । ଅଭ୍ୟାସ ମ୍ୟାଚ ଓ କ୍ରିକେଟ ମ୍ୟାଚ ଖେଳିବା ଭିତରେ ଫରକ ରହିଛି । କୌଣସି ଖେଳାଳିଙ୍କର ଯେତେ ବଡ ନାମ ଥିଲେ ମଧ୍ୟ ଲଗାତାର ମ୍ୟାଚ ଖେଳିବା ଆବଶ୍ୟକ ।

ସେ ଆହୁରି କହିଛନ୍ତି ଯେ, ଚୟନକର୍ତ୍ତା ପ୍ରଥମେ ଖେଳାଳିଙ୍କ ପ୍ରଦର୍ଶନକୁ ଦେଖିଥାନ୍ତି । ଧୋନୀ ଏବାବଦରେ ଭଲ ଭାବେ ଜାଣନ୍ତି । ସେ କଣ ଚାହାଁନ୍ତି ତାହା ତାଙ୍କର ବ୍ୟକ୍ତିଗତ ମାମଲା ଅଟେ । ଧୋନୀ ଦୀର୍ଗ ସମୟ ଧରି ଖେଳି ନାହାଁନ୍ତି । ଏହା ତାଙ୍କର ପ୍ରଦର୍ଶ ଉପରେ ଫରକ ପକାଇବ ।

ଭାରତକୁ ଦୁଇଥର ବିଶ୍ୱ ଚାମ୍ପିଅନ କରିଥିବା ଧୋନୀ ଆଇପିଏଲ ଜରିଆରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ମନ ବଳାଇ ସାରିଥିଲେ । କିନ୍ତୁ ଏହା ସମ୍ଭବପର ହୋଇ ନଥିଲା । କରୋନନା ଭାଇରସ ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଦିଆଯାଇଛି ।

   Related Posts