Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

କୃଷକଙ୍କୁ ମୋଦୀଙ୍କ ମନ୍ତ୍ରର ୧୦ଟି ବଡ କଥା… ନୂଆ ଆଇନ ୧୦ କୋଟି କ୍ଷୁଦ୍ର ଚାଷୀଙ୍କୁ ଦେବ ଢେର୍ ଫାଇଦା

25/12/2020 at 2:47 PM

ନୂଆଦିଲ୍ଲୀ, ୨୫୧୨:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପିଏମ-କିଷାନ ନିଧି ଯୋଜନାରେ ପ୍ରାୟ ୯ କୋଟି କୃଷକଙ୍କ ଖାତାରେ ୧୮ ହଜାର କୋଟି ଟଙ୍କା ଜମା କରିଛନ୍ତି । ଏହି ଅବସରରେ ସେ କୃଷକଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି ।  ଏହାସହ ୧୦ଟି ମୁଖ୍ୟ ପ୍ରସଙ୍ଗ ଉପରେ ଜୋର୍ ଦେଇଛନ୍ତି ମୋଦୀ । ଆସନ୍ତୁ ନଜର ପକାଇବା କଣ ସବୁ ସେହି ମୁଖ୍ୟ ପ୍ରସଙ୍ଗ ।
୧- ଯେଉଁ ରାଜନୈତିକ ଦଳକୁ ଦେଶର ଜନତା ଅଗ୍ରାହ୍ୟ କରିଦେଇଛନ୍ତି ସେହି ଦଳ କୃଷକଙ୍କୁ ଭ୍ରମରେ ପକାଉଛି । କିଚି ବ୍ୟକ୍ତି କୃଷକ ଓ ସରକାର ଆଲୋଚନା କରୁ ନାହାଁନ୍ତି ବୋଲି ଚାହୁଁଛନ୍ତି । ରାଜନୈତିକ ଦଳ କେବଳ ଚର୍ଚ୍ଚାକୁ ଆସିବା ପାଇଁ ଏପରି ଇଭେଣ୍ଟ କରୁଛନ୍ତି ।

୨- ନିକଟରେ ରାଜସ୍ଥାନ, ଜମ୍ମୁ-କାଶ୍ମୀର ଭଳି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । ଏଥିରେ କୃଷକମାନେ ବିଜେପିକୁ ଭୋଟ୍ ଦେଇଥିଲେ । ଆନ୍ଦୋଳନ କରୁଥିବା ଦଳକୁ ପ୍ରତ୍ୟାଖାନ କରିଥିଲେ ।

୩- ଯେଉଁମାନେ ଆଜି ଆନ୍ଦୋଳନ ଚଳାଉଛନ୍ତି ସେମାନେ ସହି ସରକାର ସହ ଥିଲେ ଯିଏକି ସ୍ୱାମିନାଥନ କମିଟିର ରିପୋର୍ଟକୁ ଚାପି ଥିଲେ । ଏବେକାର ସରକାର ଗ୍ରାମରେ ରହୁଥିବା କୃଷକଙ୍କ ପାଇଁ ପ୍ରକ୍ରିୟା ସହଜ କରିଦେଇଛନ୍ତି । ଯେଉଁମାନେ କୃଷକଙ୍କ ପାଇଁ କାନ୍ଦୁଛନ୍ତି ସେମାନେ ସରକାରରେ ଥିବା ବେଳେ କୃଷକଙ୍କ ପାଇଁ କିଛି କରିନଥିଲେ ।

୪- ଆନ୍ଦୋଳନର ଆରମ୍ଭ ଏମଏସପି ବାବଦରେ ହୋଇଥିଲେ । ପରେ ଆନ୍ଦୋଳନ ଦିଗ ହରାଇଥିଲା । ସେମାନେ କିଛି ଲୋକଙ୍କ ପୋଷ୍ଟର ଲଗାଇ ମୁକ୍ତ କରିବାକୁ ଦାବି କରୁଛନ୍ତି । କୃଷକ ଆନ୍ଦୋଳନ ନାଁରେ ଅନେକ ପ୍ରସଙ୍ଗ ଉଠାଯାଉଛି ।

୫- ପ୍ରଥମେ କୃଷି ଆଇନ ଉଲଙ୍ଘନ କଲେ ଜରିମାନା ଲାଗୁଥିଲା । ଏବେ ଏପରି ହେଉନାହିଁ । ଏବେକାର ସରକାର ଏହାକୁ ଶେଷ କରିଦେଇଛନ୍ତି । କୃଷକଙ୍କୁ ରସିଦ ମଧ୍ୟ ପ୍ରଦାନ କରାଯାଉଛି । ୩ ଦିନ ଭିତରେ ସେମାନଙ୍କୁ ଫସଲର ଟଙ୍କା ମିଳିଯାଉଛି । ଏହା ୧୦ କୋଟି କ୍ଷୁଦ୍ର ଚାଷୀଙ୍କୁ ଲାଭ ପ୍ରଦାନ କରିବ ।

୬- ଯଦି  କେହି କୃଷକଙ୍କ ସହ ଚୁକ୍ତି କରେ ତେବେ ସେ ଭଲ ଫସଲ ଆଶା କରିବ । ଏଥିରେ ଚୁକ୍ତି କରିଥିବା ବ୍ୟକ୍ତି କୃଷକଙ୍କୁ ବଜାର ଦରରେ ସମସ୍ତ ଅତ୍ୟାଧୂନିକ ସାମଗ୍ରୀ ଯୋଗାଇବ । ଯଦି କୌଣସି କାରଣରୁ ଫସଲ ନଷ୍ଟ ହୁଏ  ତେବେ କୃଷକଙ୍କୁ ଟଙ୍କା ମିଳିଯିବ । କୃଷକ ନିଜ ଇଚ୍ଛା ଅନୁସାରେ ଚୁକ୍ତିରୁ ଓହରି ପାରିବେ ।

୭-  ଦେଶର ସବୁ ସରକାର ଏହି ଯୋଜନାର ଲାଭ ପାଉଛନ୍ତି । କିନ୍ତୁ ପଶ୍ଚିମବଙ୍ଗରେ ୭୦ ଲକ୍ଷ କୃଷକଙ୍କୁ ଏହା ମିଳୁନାହିଁ । କାରଣ ପଶ୍ଚିମବଙ୍ଗ ସରକାର ରାଜନୈତିକ ଆକ୍ରୋଶ ରଖି କୃଷକଙ୍କୁ ଫାଇଦା ଦେଉନାହାଁନ୍ତି । ଏଠାକାର କୃଷକ ସିଧା ଭାରତ ସରକାରଙ୍କୁ ଆବେଦନ କରିଥିଲେ ।

୮- ଯେଉଁମାନେ ପଶ୍ଚିମବଙ୍ଗରେ ୩୦ ବର୍ଷ ସରକାର ଚଳାଇଛନ୍ତି ସେମାନେ ଏହି ପ୍ରସଙ୍ଗରେ ଚୁପ୍ ଅଛନ୍ତି । ଏହି ବିଚାରଧାରାର ଲୋକ ପଞ୍ଜାବରେ ପହଁଚିଗଲେଣି । ପଶ୍ଚିମବଙ୍ଗ ସରକାର ରାଜ୍ୟର କୃଷକଙ୍କ ଲାଭ ରୋକି ଦେଉଛନ୍ତି ।  

୯- ଏମଏସପି ଶେଷ ହେବ ନାହିଁ । ମଣ୍ଡି ମଧ୍ୟ ଚାଲୁ ରହିବ । ସରକାର ଏନେଇ କୃଷକଙ୍କୁ ଭରସା ଦେଉଛନ୍ତି । ଯଦି ଦ୍ୱନ୍ଦ୍ୱ ଅଛି ସରକାର ଆଲୋଚନା ପାଇଁ ରାଜି ଅଛନ୍ତି ।

୧୦- ସରକାର ଚାଷ ପାଇଁ କୃଷକଙ୍କ ପାଇଁ ଆବଶ୍ୟକୀୟ ସାମଗ୍ରୀ କଣ ଦରକାର ହୁଏ ତା ଉପରେ ଫୋକସ କରିଛନ୍ତି । ଅନେକ ଯୋଜନାରେ କୃଷକଙ୍କୁ ମାଗଣା ବିଜୁଳି, ଗ୍ୟାସ, ପାଣି ଆଦି ମିଳୁଛି ।

   Related Posts